ସାହାରପଡା ଅଞ୍ଚଳରେ ୨୨ ଘରିଆ ହାତୀପଲ, ରାତିରେ ଭାଙ୍ଗିଲେ ୨ଟି ଘର

ପାଟଣା : କେନ୍ଦୁଝର ବନଖଣ୍ଡ ପାଟଣା ବନାଞ୍ଚଳ ସାହାରପଡା ବନକ୍ଷେତ୍ର ଅଧିନସ୍ଥ ଭୋଳପଡ଼ା, ଶଙ୍ଖୁଆ ଏବଂ ବୁଢାବଣ ଗ୍ରାମ ନିକଟ ଜିଲ୍ଲା ସୀମାନ୍ତ ଜଙ୍ଗଲରେ ୩ ଦିନ ହେଲାଣି ୨୨ଘରିଆ ହାତୀ ପଲ ଡେ଼ରା ପକାଇଛନ୍ତି । ଦିନ ବେଳା…
Read More...

ପଖନମୁଣ୍ଡା ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

କଣ୍ଟାବାଞ୍ଜି : ତୁରେକେଲା ବ୍ଳକ ଅନ୍ତର୍ଗତ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କୈବଲ୍ୟ ମାଝୀଙ୍କ ସଭାପତିତ୍ୱରେ ଅତିରିକ୍ତ…
Read More...

ତୃତୀୟ ଦିନରେ ଚାଷୀ ଆନ୍ଦୋଳନ : ସୋମବାରଠୁ ଚାଷୀଙ୍କ ଆମରଣ ଅନଶନ

କଲମପୁର : ଚାଷୀ ଅସହାୟ।,ଚାଷୀ ପାଇଁ ନା ପ୍ରଶାସନ ନା ଲୋକ ପ୍ରତିନିଧି ନା ସରକାର କେହି ନାହାଁନ୍ତି । ଦୁନିଆକୁ ଆହାର ଯୋଗାଉଥିବା ଚାଷୀ ଆଜି ନିଜେ ପାହାର ଖାଉଛି । ନିଜ ହକ୍ ପାଇଁ ଦାବି କଲେ ପ୍ରଶାସନ, ପୁଲିସ ପ୍ରଶାସନ…
Read More...

ଦରମା ବୃଦ୍ଧି ଦାବିରେ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

କେନ୍ଦୁଝରଗଡ଼ : ମାସିକ ୨୦ ପ୍ରତିଶତ ଦରମା ବୃଦ୍ଧି ଦାବିରେ ସଦର ଥାନା ଅଧିନ ପଳାଶପଙ୍ଗା ପଞ୍ଚାୟତ ମୁରୁସୁଆଁସ୍ଥିତ ବ୍ରାଣ୍ଡ ଆଲଏଜ ଆଣ୍ଡ ଷ୍ଟିଲ କାରଖାନା କର୍ମଚାରୀ ବୁଧବାର ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ।…
Read More...

ଓଡିଶା ସାହିତ୍ୟ ଏକାଡେମୀ ସଚିବଙ୍କ ବିୟୋଗରେ ମିଳନୀର ଶୋକ

କେନ୍ଦୁଝରଗଡ଼ : ଓଡିଶା ସାହିତ୍ୟ ଏକାଡେମୀର ସଚିବ ସାହିତ୍ୟପ୍ରାଣ ପ୍ରବୋଧ କୁମାର ରାଉତଙ୍କ ଅକାଳ ବିୟୋଗରେ ଶୁକ୍ରବାର  ମିଳନୀ ସାହିତ୍ୟ ସଂସଦ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ଅଗ୍ରଣୀ…
Read More...

କେନ୍ଦୁଝର ଦେଇ ନୂଆଦିଲ୍ଲୀକୁ ଚଳାଚଳ କରିବ ଯାତ୍ରୀବାହୀ ଟ୍ରେନ

କେନ୍ଦୁଝରଗଡ଼ :  କେନ୍ଦୁଝର ଦେଇ ଦେଶର ରାଜଧାନୀ ନୂଆଦିଲ୍ଲୀକୁ ଯାତ୍ରୀବାହୀ ଟ୍ରେନ ଚଳାଚଳ କରିବା ନେଇ ଜିଲାବାସୀଙ୍କ ଦୀର୍ଘବର୍ଷର ଦାବି ଶେଷରେ ପୂରଣ ହେବାକୁ ଯାଉଛି । ଆସନ୍ତା ୨ ମାସ ମଧ୍ୟରେ ପୁରୀରୁ…
Read More...

ଆହାର କେନ୍ଦ୍ରରେ ଖାଦ୍ୟର ମାନ ଯାଞ୍ଚ କଲେ ନିର୍ବାହୀ ଅଧିକାରୀ

ଚୌଦ୍ୱାର :  ଚୌଦ୍ୱାର ପୌରନିର୍ବାହୀ ଅଧିକାରୀ ଶୁକ୍ରବାର ଗାନ୍ଧି ଛକ ଠାରେ ଥିବା ଆହାର କେନ୍ଦ୍ରଙ୍କୁ ଯାଇ ବିଭିନ୍ନ ବିଷୟରେ  ଯାଞ୍ଚ କରିଛନ୍ତି। କେନ୍ଦ୍ରର ସ୍ୱଚ୍ଛତା, ଖାଦ୍ୟର ମାନ,ସଫେଇ ଓ ସର୍ବସାଧାରଣ କିଭଳି…
Read More...

ଭୁଶୁଡ଼ି ପଡ଼ିଥିବା ପାଚେରୀ ନିର୍ମାଣରେ ଅଣଦେଖା 

ତିଗିରିଆ : ତିଗିରିଆ ବ୍ଲକ ଅନ୍ତର୍ଗତ ଅଚଳକୋଟ ସ୍ଥିତ ତିନିଗଡ଼ ନୋଡାଲ ବିଦ୍ୟାପୀଠର ପାଚେରୀ  ଗ୍ରୀଷ୍ମ ଛୁଟିସମୟରେ କୌଣସି କାରଣରୁ ପ୍ରାୟ ୧୫ ମିଟର ପର୍ଯ୍ୟନ୍ତ ଭୁଶୁଡ଼ି ପଡିଥିଲା। ତେବେ ଏହାକୁ ପୁନଃ ନିର୍ମାଣ ପାଇଁ…
Read More...

ସମ୍ଭାବ୍ୟ ବନ୍ୟା ପୂର୍ବରୁ ରାସ୍ତା ସଂଯୋଗୀକରଣ ନେଇ ଆଶଙ୍କା

ତିଗିରିଆ : ତିଗିରିଆ ବ୍ଳକ ଅନ୍ତର୍ଗତ କୋଇଲକନ୍ୟା ଠାରେ ହନୁମନ୍ତିଆ ନାଳ ଉପରେ ବହୁ ବିଳମ୍ବରେ ପୋଲିଆ ନିର୍ମାଣ କାର୍ଯ୍ୟ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ପୋଲିଆର ଉଭୟ ପାର୍ଶ୍ୱକୁ ସଂଯୁକ୍ତ କରି ରାସ୍ତା…
Read More...

କୃଷି ବିଭାଗ ପକ୍ଷରୁ କୃଷକ କ୍ଷେତ୍ର ଦିବସ ପାଳିତ

ତିଗିରିଆ :  ତିଗିରିଆ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ପୂର୍ବ ଭାରତରେ ସବୁଜ ବିପ୍ଳବ ଯୋଜନା ଅନ୍ତର୍ଗତ କୃଷକ କ୍ଷେତ୍ର ଦିବସ ନିଜିଗଡ଼ସ୍ଥିତ କୃଷକ ଭବନ ପରିସରରେ ଶୁକ୍ରବାର ପାଳିତ ହୋଇଯାଇଛି । ବ୍ଲକ କୃଷି…
Read More...

ମାଟିରେ ମିଶିଲା ୭ ଅପରାଧୀଙ୍କ ଘର

ଭୁବନେଶ୍ବର  ଅପରାଧୀଙ୍କ ବିରୋଧରେ ଉତ୍ତରପ୍ରଦେଶ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ଆପଣାଇଛି କମିସନରେଟ ପୁଲିସ। ୭ ଅପରାଧୀଙ୍କ ୫ଟି ଘରକୁ ଗୁରୁବାର ପୁଲିସ ମାଟିରେ ମିଶାଇଛି। ବୁଲଡୋଜର ସାହାଯ୍ୟରେ ସେମାନଙ୍କ ଘରକୁ…
Read More...

କୋଟିଆରେ ପୁଣି ଆନ୍ଧ୍ରର ଅନୁପ୍ରବେଶ

ପଟାଙ୍ଗି : କିଛି ଦିନର ନିରବତା ପରେ ପୁଣି ଆନ୍ଧ୍ର ପ୍ରଶାସନ ପକ୍ଷରୁ କୋଟିଆରେ ଅନୁପ୍ରବେଶ କରି ଉପସ୍ଥିତି ଜାହିର କରିଛି। ଆଜି ଆନ୍ଧ୍ର ପ୍ରଦେଶ ପ୍ରଶାସନ ପକ୍ଷରୁ ସାଲୁର ମଣ୍ଡଳ ଅଧିକାରୀ ରମାଦେବୀଙ୍କ ଆହ୍ୱାନକ୍ରମେ…
Read More...

ସମ୍ବଲପୁର ଧାର୍ମିକ ଶୋଭାଯାତ୍ରାରେ କଟକଣା

ସମ୍ବଲପୁର : ସମ୍ଭାବ୍ୟ ଉତ୍ତେଜନା ପରିପ୍ରେକ୍ଷୀରେ ସମ୍ବଲପୁରରେ ଧାର୍ମିକ ଶୋଭାଯାତ୍ରା ଉପରେ ଗୋଟିଏ ବର୍ଷ ପାଇଁ କଟକଣା ଜାରି କରାଯାଇଛି। ଆସନ୍ତା ମହରମ ପର୍ବ ପାଳନ ପାଇଁ ସ୍ଥାନୀୟ ଜିଲା ପରିଷଦ ସମ୍ମିଳନୀ କକ୍ଷଠାରେ…
Read More...

ବିଲ୍ଡର ସଂସ୍ଥାର ଅତିରିକ୍ତ ନିର୍ଦେଶକ ଗିରଫ

ଭୁବନେଶ୍ବର : : ରାଜଧାନୀ ଉପକଣ୍ଠରେ ଫ୍ଲାଟ ଯୋଗାଇ ଦେବା ନାଁରେ ୧୫କୋଟି ଟଙ୍କା ଠକି ନେବା ଅଭିଯୋଗରେ ବିଲ୍ଡର ସଂସ୍ଥା ‘ମିଶ୍ର କ୍ରିଏସନ ପ୍ରା.ଲି’ର ଅତିରିକ୍ତ ନିର୍ଦେଶକ ସନ୍ତୋଷ କୁମାର ରଥଙ୍କୁ କ୍ରାଇମବ୍ରାଞ୍ଚ…
Read More...

ରୋହିତ, ଯଶସ୍ବୀ ଓ କୋହଲିଙ୍କ ଚମତ୍କାର ବ୍ୟାଟିଂ : ଭାରତ ୨୮୮/୪

ପୋର୍ଟ ଅଫ୍‌ ସ୍ପେନ୍‌ : ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଐତିହାସିକ ୧୦୦ତମ ଟେଷ୍ଟମ୍ୟାଚ୍‌ ଗୁରବାର ଆରମ୍ଭ ହୋଇଛି। ତେବେ ସ୍ଥାନ ଓ ମ୍ୟାଚ୍‌ର ଗୁରୁତ୍ବ ବଦଳିଥିଲେ ମଧ୍ୟ କ୍ରିକେ୍‌ଟ ଦୃଷ୍ଟିକୋଣରୁ କୌଣସି ପରିବର୍ତ୍ତନ…
Read More...

ମାନବାଧିକାର ଆୟୋଗଙ୍କ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ

ନୂଆଦିଲ୍ଲୀ : କଟକ ଓ ଭୁବନେଶ୍ୱର ମହାନଗର ଅଞ୍ଚଳରେ ନାଳରେ ପଡ଼ି ମୃତ୍ୟୁ ଘଟଣାରେ ଲଗାତାର ବୃଦ୍ଧି ନେଇ ଜାତୀୟ ମାନବାଧିକାର ଆୟୋଗ କଟକ ମହାନଗର ନିଗମ, ଭୁବନେଶ୍ୱର ମହାନଗର ନିଗମ, କଟକ ଜିଲା ପ୍ରଶାସନ, ଖୋର୍ଦ୍ଧା ଜିଲା…
Read More...

ଆଜି ରାଜ୍ୟ କ୍ୟାବିନେଟ୍

ଭୁବନେଶ୍ୱର : ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ କୃଷି, ସ୍ବାସ୍ଥ୍ୟ,…
Read More...

ବିଦ୍ୟାଳୟ ଛାତରୁ ଗଳୁଥିଲା ପାଣି ; ଶ୍ରେଣୀରେ ଗୋଡ଼ ଖସି ଛାତ୍ରୀ ମୃତ

ସୁନାବେଡା : କୋରାପୁଟ ଜିଲା ସେମିଳିଗୁଡ଼ା ବ୍ଲକ ସାଡାମ ଆବାସିକ ସେବାଶ୍ରମ ବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି। ଶ୍ରେଣୀ କକ୍ଷରେ ଗୋଡ଼ ଖସି ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ରୀ ହେଲେ ସାଡାମ ନିକଟ…
Read More...

ଶୁକ୍ରବାର ରାଶିଫଳ (୨୧.୦୭.୨୦୨୩)

ମେଷ :  ଆଧ୍ୟାତ୍ମିକ ପଥର ପଥିକ ହୋଇପାରନ୍ତି। ଲକ୍ଷ୍ମୀ ବରଦାୟିକା ଅଛନ୍ତି। ବାଣିଜ୍ୟ କାରବାରରେ ଭଣ୍ଡାର ପରିପୂର୍ଣ୍ଣ ହେବ। ପ୍ରଚୁର ଧନାଗମର ସୂଚନା ମିଳୁଛି। ତେଜସ୍ବୀ ଓ ତେଜୀୟାନ୍‌ ହେବେ। ବୃଷ : ଧୀଶକ୍ତି ସମ୍ପନ୍ନ…
Read More...

କାର୍ଯ୍ୟାନୁଷ୍ଠାନ ନିଅ ; ନଚେତ୍‌ ହସ୍ତକ୍ଷେପ କରିବୁ

ଭିଡିଓ ହଟାଇବାକୁ ସମସ୍ତ ସାମାଜିକ ଗଣମାଧ୍ୟମକୁ ସରକାରଙ୍କ ନିର୍ଦେଶ ଭିଡ଼ିଓର ସତ୍ୟତା ନେଇ ସନ୍ଦେହ; ଯାଞ୍ଚ କରିବ ସାଇବର ପୁଲିସ ନୂଆଦିଲ୍ଲୀ :  ମଣିପୁରରେ ଲାଗି ରହିଥିବା ଜାତିଆଣ ହିଂସା ସମ୍ପର୍କିତ ଏକ ଭିଡିଓ…
Read More...

ରାମ ରହିମ୍‌ଙ୍କୁ ୩୦ ଦିନିଆ ପାରୋଲ୍‌

ଚଣ୍ଡିଗଡ଼ : ଜେଲ୍‌ରେ ଥିବା ଡେରା ସଚ୍ଚା ସୌଦା ସଂଗଠନ ମୁଖ୍ୟ ଗୁରମିତ ରାମ ରହିମ୍‌ଙ୍କୁ ହରିୟାଣା ସରକାର ୩୦ଦିନିଆ ପାରୋଲ୍‌ ପ୍ରଦାନ କରିଛନ୍ତି। ସୂଚନାଥାଉ କି ଗତ ଜାନୁଆରୀରେ ରାମ ରହିମ୍‌ଙ୍କୁ ହରିୟାଣା ସରକାର…
Read More...

ଦ୍ୱିତୀୟ ଦିନରେ କୋଟାଗାଁ ଚାଷୀଙ୍କ ଆନ୍ଦୋଳନ

କଲମପୁର : କୋଟାଗାଁ ଧାନ ମଣ୍ଡି ପରିଚାଳନା ଦାୟିତ୍ୱରେ ଥିବା ମା’ ମଙ୍ଗଳା ମହିଳା ଗୋଷ୍ଠୀଙ୍କ ଅବହେଳାର ପ୍ରତିବାଦ ଏବଂ ମହିଳା ଗୋଷ୍ଠୀଙ୍କ ପ୍ରତିବଦଳରେ ମଣ୍ଡଳ ପ୍ରାଥମିକ କୃଷି ସମବାୟ ସମିତିକୁ କୋଟାଗାଁ ଧାନ ମଣ୍ଡି…
Read More...

ମହିଳା ଚାଷୀଙ୍କୁ ମାଣ୍ଡିଆ ବିହନ ବଣ୍ଟନ

ପାଟଣା : ପାଟଣା ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ପିକକ ପକ୍ଷରୁ ଏଇଆଇଏନ ସହଯୋଗରେ ପୁଷ୍ଟି ଜାତୀୟ ମାଣ୍ଡିଆ ଚାଷ ପାଇଁ ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ପିକକର କାର୍ଯ୍ୟନିର୍ବାହୀ…
Read More...

ସରକାରୀ ଆବାସ ଯୋଜନାର ବିକଳ ଚିତ୍ର : ପଲିଥିନ ତଳେ କଟୁଛି ୫ଜଣଙ୍କ ଜୀବନ

ପାଟଣା : ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କା ଘର ଯୋଜନାର ବିକଳ ଚିତ୍ର ଦେଖିବାକୁ ମିଳିଛି ପାଟଣା ବ୍ଲକ ଅଞ୍ଚଳରେ । ଲୋକେ ଘର ନପାଇ ପଲିଥିନ ତଳେ ଜୀବନ ବିତାଉ ଥିବାର ବିକଳ ଚିତ୍ର ଦେଖିବାକୁ ମିଳୁଛି। ଗରିବଙ୍କ ପାଇଁ…
Read More...

ରାଷ୍ଟ୍ରପତିଙ୍କୁ ଭେଟିଲେ ହୋ’ ସମାଜ ପ୍ରତିନିଧି

ପାଟଣା : ସର୍ବ ଭାରତେ ଆଦିବାସୀ ହୋ’ ସମାଜ ପରିଷଦ ତରଫରୁ ଏକ ପ୍ରତିନିଧି ଦଳ ବୁଧବାର ମହାମହିମ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି। ହୋ’ ଭାଷା କିଭଳି ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ ହେବ ସେହି ବିଷୟରେ…
Read More...

ତିନିଦିନିଆ ଫାଷ୍ଟଏଡ୍‌‌ ତାଲିମ ଶିବିର

କେନ୍ଦୁଝରଗଡ଼ : ଭାରତୀୟ ରେଡକ୍ରସ୍‌‌ ସୋସାଇଟି ଓଡିଶା ରାଜ୍ୟ ଶାଖା ସହଯୋଗରେ ଏବଂ କେନ୍ଦୁଝର ଜିଲା ଶାଖା ଆନୁକୂଲ୍ୟରେ କେନ୍ଦୁଝରଗଡ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଏକ ତିନିଦିନିଆ ଫାଷ୍ଟଏଡ୍‌‌ ତାଲିମ ଶିବିର…
Read More...

ନିଃଶୁଳ୍କ ଲିଭର ପରୀକ୍ଷା ଶିବିର

କେନ୍ଦୁଝରଗଡ଼ : ଓଡିଶାର ସୁନାମଧନ୍ୟ ହୃଦରୋଗ ବିଶେଷଜ୍ଞ ଡାକ୍ତର ଋଷିକାନ୍ତ ମହାନ୍ତଙ୍କ ପରିଚାଳିତ ହାର୍ଟ ମେଟ୍‌‌ କ୍ଲିନିକ୍‌‌ କେନ୍ଦୁଝର ଶାଖା ପକ୍ଷରୁ ଗୁରୁବାର ଏକ ନିଃଶୁଳ୍କ ଲିଭର ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ…
Read More...

ସମ୍ଭାବ୍ୟ ମରୁଡି ନେଇ ଚାଷୀକୂଳ ଆତଙ୍କିତ : ଜିଲାରେ ୫.୬ପ୍ରତିଶତ ଖରିଫ ଧାନ ଚାଷ

କେନ୍ଦୁଝରଗଡ଼ :  କଥାରେ ଅଛି ‘ଚାଷ ତର ତର ବଣିଜ ମଠ’। ଖରିଫ ଚାଷ ଆରମ୍ଭର ୩ମାସ ପରେ ଜୁଲାଇ ୧୩ ତାରିଖ ସୁଦ୍ଧା ଜିଲାରେ ମାତ୍ର ୫.୬ ପ୍ରତିଶତ ଖରିଫ ଧାନ ଚାଷ ଆରମ୍ଭ ହେବା ଏବେଠାରୁ ଚାଷୀକୂଳଙ୍କୁ ସମ୍ଭାବ୍ୟ ମରୁଡି ନେଇ…
Read More...

ହରଭଙ୍ଗା ବିଡିଓଙ୍କ ମେଡିକାଲ, ସ୍କୁଲ ଓ କଲେଜ ପରିଦର୍ଶନ

ହରଭଙ୍ଗା : ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ନିର୍ଦ୍ଦେଶକ୍ରମେ ହରଭଙ୍ଗା ବିଡିଓ ସ୍ୱପ୍ନିତା ନାଏକ ଗୁରୁବାର ହରଭଙ୍ଗା ପ୍ରାଥମିକ ଚିକିତ୍ସାକେନ୍ଦ୍ର ପରିଦର୍ଶନ କରିଛନ୍ତି । ମେଡିକାଲ ପରିସରରେଥିବା ବିଭିନ୍ନ ଗୃହ…
Read More...

ଧବଳେଶ୍ୱର କଂକ୍ରିଟ ସେତୁ : ବାଉଁଶ ବ୍ୟାରିକେଟ ଭାଙ୍ଗିବାରୁ ଯାତାୟାତରେ ବାଧା

ଗୁରୁଡିଝାଟିଆ :  ପ୍ରଭୁ ଧବଳେଶ୍ୱରଙ୍କୁ ଦର୍ଶନ କରିବା ପାଇଁ ନିର୍ମିତ କଂକ୍ରିଟ ସେତୁ ଉପରେ ଅସ୍ଥାୟୀ ଭାବେ ନିର୍ମିତ ହୋଇଛି ବାଉଁଶ ବ୍ୟାରିକେଟ । ଶ୍ରାବଣମାସରେ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସୁଥିବାରୁ…
Read More...

ଫୁଟ୍‌‌ପାଥକୁ ଅବରୋଧ କରି ଚାଲିଛି ବ୍ୟବସାୟ ; ପ୍ରଶାସନର ନିଦ ଭାଙ୍ଗିବ କେବେ ?

କେନ୍ଦୁଝରଗଡ଼ :  ଖୋଦ୍‌‌ ଜିଲା ମୁଖ୍ୟାଳୟରେ ଫୁଟ୍‌‌ପାଥ ଓ ଡ୍ରେନକୁ ଅବରୋଧ କରି ଅବାଧରେ ବ୍ୟବସାୟ ଚାଲି ଆସିଥିବାରୁ ବିଶେଷକରି ବର୍ଷାଦିନେ ସହରବାସୀଙ୍କୁ ନାହିଁନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡୁଛି । ସହରର…
Read More...

ଆମ ଓଡିଶା-ନବୀନ ଓଡିଶା ଯୋଜନାର ରୂପରେଖ ନେଇ ବୈଠକ ; ଗାଁ, ଗାଁର ହେବ ବିକାଶ

ଗୋପାଳପୁର : ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪ ଟି ଜିଲ୍ଲା ପରିଷଦ ଜୋନର ୩୭ ପଞ୍ଚାୟତରେ ‘ଆମ ଓଡିଶା- ନବୀନ ଓଡିଶା’ ଯୋଜନାର ରୂପରେଖ ନେଇ  ଏକ ପ୍ରସ୍ତୁତି ବୈଠକ ଖଜୁରୀଆ ସ୍ଥିତ ଚନ୍ଦ୍ରଚୁଡେଶ୍ୱର ଶିବ ମନ୍ଦିର…
Read More...

ବୌଦ୍ଧ ଜିଲ୍ଲାପାଳଙ୍କ ସରକାରୀ ଯୋଜନା କାର୍ଯ୍ୟକାରୀ ନେଇ ସମୀକ୍ଷା

ହରଭଙ୍ଗା : ବୌଦ୍ଧ ଜିଲ୍ଲାପାଳ ନୃସିଂହଚରଣ ସ୍ୱାଇଁ ଦାୟିତ୍ୱ ଗ୍ରହଣ ପରେ ଗୁରୁବାର ପ୍ରଥମଥର ପାଇଁ ହରଭଙ୍ଗା ବ୍ଲକ ପରିଦର୍ଶନ କରିଛନ୍ତି । ଶ୍ରୀ ସ୍ୱାଇଁ ହରଭଙ୍ଗା ବ୍ଲକରେ ପହଞ୍ଚି ପ୍ରଥମେ ବିଡିଓଙ୍କ ସହ ସରକାରଙ୍କ…
Read More...

କୋଟାଗାଁ ଧାନ ମଣ୍ଡି ସମସ୍ୟା : ତହସିଲଦାରଙ୍କୁ ତାଲା ପକାଇଲେ ଚାଷୀ

କଲମପୁର : ଧାନ ମଣ୍ଡି ପରିଚାଳନାରେ ମହିଳା ଗୋଷ୍ଠୀଙ୍କ ଅନିୟମିତତା ଯୋଗୁଁ ମଣ୍ଡଳ ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ କୋଟାଗାଁ ଧାନ ମଣ୍ଡି ପରିଚାଳନା କରାଯିବା ନେଇ ଦାବି ହୋଇଛି । ବୁଧବାର ଏହାକୁ ନେଇ କୋଟାଗାଁର…
Read More...

ଘୂର୍ଣ୍ଣିବଳୟ ସକ୍ରିୟ ; ୪ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ

ଡେସ୍କ : ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ସହିତ ମୌସୁମୀର ନିମ୍ନଚାପ ରେଖା ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର…
Read More...

ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ନେଇ ତାଲିମ କାର୍ଯ୍ୟକ୍ରମ

ଫୁଲବାଣୀ :  କନ୍ଧମାଳ ଜିଲ୍ଲା  ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ସଶକ୍ତ ପଞ୍ଚାୟତି ରାଜ, ସଶକ୍ତ ଓଡିଶା ଗଠନକୁ ନେଇ ଦୀର୍ଘ ସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟ କରଣକୁ ନେଇ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ…
Read More...

ପୁଣି ଟମାଟୋ ଦର ହ୍ରାସ କଲେ କେନ୍ଦ୍ର ସରକାର ; କେଜି ପ୍ରତି ୭୦ ଟଙ୍କା

ନୂଆଦିଲ୍ଲୀ : ଭାରତ ସରକାରଙ୍କ ଉପଭୋକ୍ତା ବ୍ୟାପାର ବିଭାଗ, ଗୁରୁବାର(ଆସନ୍ତାକାଲି)ଠାରୁ କେଜି ପ୍ରତି ୭୦ ଟଙ୍କାର ଖୁଚୁରା ଦରରେ ଟମାଟୋ ବିକ୍ରି କରିବା ଲାଗି ଏନସିସିଏଫ ଏବଂ ନାଫେଡକୁ ନିର୍ଦ୍ଦେଶ ଦେଇଛନ୍ତି। ଟମାଟୋର…
Read More...

୮ଟି ଉଚ୍ଚ କ୍ଷମତା ସଂପନ୍ନ ଗ୍ରୀଡ୍‌‌ ସବ୍‌‌ଷ୍ଟେସନ୍‌‌ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଡେସ୍କ :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ଆଭାସୀ ମାଧ୍ୟମରେ ୬୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୮ଟି ଉଚ୍ଚ କ୍ଷମତା ସଂପନ୍ନ ଗ୍ରୀଡ୍‌‌ ସବ୍‌‌ଷ୍ଟେସନ୍‌‌ର ଲୋକାର୍ପଣ କରିଛନ୍ତି । ମେରାମୁଣ୍ଡଳୀ,…
Read More...

ପ୍ରକାଶ ପାଇଲା ଯୁକ୍ତ ୨ ଦ୍ୱିତୀୟ ମେଧା ତାଲିକା

ଭୁବନେଶ୍ୱର : ଯୁକ୍ତ ଦୁଇ ପ୍ରଥମ ବର୍ଷରେ ନାମଲେଖା ପାଇଁ ବୁଧବାର ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ୭୦ ହଜାର ୧୦୫ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । କଳାରେ ୪୯ ହଜାର ୭୦ ଜଣ,…
Read More...

ଏମ୍‌‌ଏସ୍‌‌ପି ସ୍ପଞ୍ଜ ପକ୍ଷରୁ ବଣୁଆଁରେ ବନ ମହୋତ୍ସବ

କେନ୍ଦୁଝରଗଡ଼ : ସଦର ବ୍ଲକ ହଳଦିଆଗୁଣାସ୍ଥିତ ଏମ୍‌‌ଏସ୍‌‌ପି ସ୍ପଞ୍ଜ କାରଖାନା ପକ୍ଷରୁ ଗୋବର୍ଦ୍ଧନ ପଞ୍ଚାୟତ ବଣୁଆଁ ଗ୍ରାମରେ ବୁଧବାର ୭୪ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଯୋଗେଶ୍ୱର ମନ୍ଦିର ସମ୍ମୁଖ ପଡିଆରେ…
Read More...

ଡିସେମ୍ବର ସୁଦ୍ଧା ସମସ୍ତ ହାଇସ୍କୁଲର ରୂପାନ୍ତର : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୫-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀ ତଥା ଅଭିବାବକମାନଙ୍କ ମଧ୍ୟରେ ବିପୁଳ ଉତ୍ସାହ ସୃଷ୍ଟି କରିଛି । ସ୍କୁଲ ଭିତ୍ତିଭୂମିର ରୂପାନ୍ତର ସହିତ ପାଠ ପଢିବା ପାଇଁ ନୂତନ ସୁବିଧା ସୁଯୋଗର…
Read More...

ଚଳିତ ବର୍ଷ ଭାରତର ଅର୍ଥିକ ଅଭିବୃଦ୍ଧି ହାର ୬.୪ % : ଏଡିବି

ନୂଆଦିଲ୍ଲୀ : ଏସୀୟ ଉନ୍ନୟନ ବ୍ୟାଙ୍କ (ଏଡିବି) ଭାରତର ଅର୍ଥିକ ଅଭିବୃଦ୍ଧି ହାର ଚଳିତ ବର୍ଷ ପାଇଁ ୬.୪  ଓ ଆସନ୍ତା ବର୍ଷ ପାଇଁ ୬. ୭ ପ୍ରତିଶତ ରହିବା ନେଇ ଆକଳନ କରିଛି । ପୂର୍ବରୁ ମଧ୍ୟ ଏସୀୟ ଉନ୍ନୟନ ବ୍ୟାଙ୍କ ଭାରତର…
Read More...

ଆସନ୍ତାକାଲିଠାରୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ  : ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି । ୨୩ ଦିନିଆ ମୌସୁମୀ ଅଧିବେଶନରେ ୧୭ଟି ବୈଠକ ବସିବ। ଏହି ଅଧିବେଶନ କାଳରେ ୨୧ଟି ନୂତନ ବିଧେୟକ ସମେତ ସିନେମାଟୋଗ୍ରାଫ୍‌‌ ସଂଶୋଧନ ବିଲ୍‌‌, ଜୈବ…
Read More...

‘ଭାରତ୍‌ ଡାଲ୍‌’ ବ୍ରାଣ୍ଡ ନାମରେ ରିଆତିରେ ବୁଟ ଡାଲି ବିକ୍ରିର ଶୁଭାରମ୍ଭ କଲେ ସରକାର

ନୂଆଦିଲ୍ଲୀ :  କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ, ବୟନ, ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ  ପୀୟୂଷ ଗୋୟଲ ‘ଭାରତ ଡାଲ୍‌’ ବ୍ରାଣ୍ଡ ନାମରେ ରିଆତିଯୁକ୍ତ ଚଣା ବା ବୁଟ ଡାଲି ବିକ୍ରିର ଶୁଭାରମ୍ଭ…
Read More...

ସରକାରଙ୍କ ଅପାରଗତା ପାଇଁ ସହରାଞ୍ଚଳରେ କୃତ୍ରିମ ବନ୍ୟା : ବିଜେପି

ଭୁବନେଶ୍ୱର : ରାଜ୍ୟର ଚାଷୀକୁଳ ବର୍ଷାକୁ ଅନାଇ ବସିଥିବାବେଳେ ସାମାନ୍ୟ ବର୍ଷା ପାଣିରେ ସହରାଞ୍ଚଳବାସୀଙ୍କ ଜୀବନ ଅସ୍ତବ୍ୟସ୍ତ। ମାତ୍ର କେଇ ଘଣ୍ଟା ବର୍ଷା ପାଣିରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମନୁଷ୍ୟକୃତ ବନ୍ୟା ମାଡି…
Read More...

୭ ଜିଲାକୁ ପ୍ରବଳ ବର୍ଷା ସତର୍କତା

ଭୁବନେଶ୍ବର : ରବିବାର ସୃଷ୍ଟ ଲଘୁଚାପ କ୍ଷେତ୍ର ସୋମବାର ଦୁର୍ବଳ ହୋଇଛି। ଲଘୁଚାପ କ୍ଷେତ୍ର ଦୁର୍ବଳ ହୋଇ ପଶ୍ଚିମ ଝାଡ଼ଖଣ୍ଡ ଓ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର ଛତିଶଗଡ଼ ଏବଂ ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳରେ କେନ୍ଦ୍ରୀଭୂତ…
Read More...

ଡବ୍ଲ୍ୟୁଏଫ୍‌ଆଇ ନିର୍ବାଚନ ତାରିଖ ଘୁଞ୍ଚିବ

ନୂଆଦିଲ୍ଲୀ : ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ)ର ନିର୍ବାଚନରେ ପୁଣି ବିଳମ୍ବ ହେବା ନିଶ୍ଚିତ ହୋଇଯାଇଛି। କାରଣ ଏହି ନିର୍ବାଚନରେ ପ୍ରତିନିଧିତ୍ବ ନେଇ ଆସାମ କୁସ୍ତି ସଂଘ ପକ୍ଷରୁ ଗୁଆହାଟୀ ଉଚ୍ଚ ନ୍ୟାୟାଳୟରେ…
Read More...

ଏଟିପି ମାନ୍ୟତା : ଶୀର୍ଷରେ ରହିଲେ ଆଲ୍‌କାରାଜ

ପ୍ୟାରିସ : ୱିମ୍ବଲଡନ ପୁରୁଷ ଏକକ ବିଜେତା ସ୍ପେନ୍‌‌ର ଯୁବ ତାରକା ୨୦ ବର୍ଷୀୟ କର୍ଲୋସ ଆଲକାରାଜ ସଦ୍ୟ ପ୍ରକାଶିତ ଏଟିପି ମାନ୍ୟତାରେ ତାଙ୍କ ଶୀର୍ଷସ୍ଥାନକୁ ଦୃଢ କରିଛନ୍ତି। ଫାଇନାଲରେ ଆଲକାରାଜଙ୍କଠାରୁ ପରାସ୍ତ ହୋଇ…
Read More...

ଆଜି ଏନ୍‌ଡିଏ ବୈଠକ ; ଯୋଗ ଦେବେ ୩୮ ଦଳ

ନୂଆଦିଲ୍ଲୀ : ବିଜେପି ନେତୃତ୍ବ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ସହଯୋଗୀ ଦଳଗୁଡିକର ବୈଠକ ମଙ୍ଗଳବାର ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ସୋମବାର ବିଜେପି ସଭାପତି ଜେପି ନଡ୍ଡା କହିଛନ୍ତି ଯେ ଏନଡିଏ ବୈଠକରେ ୩୮ ଦଳ…
Read More...

ଦାରିଦ୍ର୍ୟ ତାଲିକାରୁ ୧୩.୫ କୋଟି ବାଦ୍‌

ନୂଆଦିଲ୍ଲୀ : ନରେନ୍ଦ୍ର ମୋଦୀ ସରକାରର ୫ ବର୍ଷ ଶାସନ ମଧ୍ୟରେ ଭାରତର ୧୩.୫ କୋଟି ଲୋକ ଗରିବ ସୀମା ରେଖାରୁ ବାହାରିଛନ୍ତି। ସୋମବାର ନୀତି ଆୟୋଗ ଏହି ତଥ୍ୟ ଜାରି କରିଛି। ନୀତି ଆୟୋଗ ପକ୍ଷରୁ ‘ଜାତୀୟ ବହୁମୁଖୀ…
Read More...

ସୀମା ହାଇଦରଙ୍କୁ ଆତଙ୍କବାଦ ନିରୋଧୀ ପୁଲିସର ପଚରାଉଚୁରା

ନୂଆଦିଲ୍ଲୀ : ପ୍ରେମରେ ପଡ଼ି ଭାରତ ପଳାଇ ଆସିଥିବା ପାକିସ୍ତାନୀ ମହିଳା ସୀମା ହାଇଦରଙ୍କୁ ଉତ୍ତର ପ୍ରଦେଶର ଆତଙ୍କବାଦ ନିରୋଧୀ ପୁଲିସ ପଚରାଉଚୁରା କରୁଛି। ସୀମାଙ୍କ ପ୍ରେମିକ ତଥା ଭାରତୀୟ ସ୍ବାମୀ ସଚିନ ଓ ତାଙ୍କ…
Read More...

ମଙ୍ଗଳବାର ରାଶିଫଳ (୧୮ ଜୁଲାଇ ୨୦୨୩)

ମେଷ :  ଉଦାରଚରିତ ସମ୍ପନ୍ନ ହେବେ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଶୋଭନ ବ୍ୟକ୍ତିତସମ୍ପନ୍ନ ହେବେ। ଆୟୁଷ୍ମାନ୍‌ ହେବେ। କୃଷି କର୍ମକାରୀ ହୋଇପାରନ୍ତି। ଜଳଯାତ୍ରାରେ ବିପଦ ଅଛି। ପ୍ରେମୀ ଓ ବୁଦ୍ଧିମାନ ହେବେ।…
Read More...

କର୍ଣ୍ଣାଟକରେ ବିରୋଧୀଙ୍କ ମହାମେଳି

ବେଙ୍ଗାଲୁରୁ: କଂଗ୍ରେସ ନେତୃତ୍ବରେ ବିରୋଧୀ ରାଜନୈତିକ ଦଳଗୁଡିକର ମହାସମାବେଶ ସୋମବାର ଏଠାରେ ଆରମ୍ଭ ହୋଇଛି। ଦୁଇଦିନ ଧରି ହେବାକୁ ଥିବା ଏହି ବୈଠକରେ ୨୬ଟି ବିରୋଧୀ ରାଜନୈତିକ ଦଳ ଏକଜୁଟ୍ ହୋଇଛନ୍ତି। ବୈଠକରେ ୨୦୨୪…
Read More...

ସାହାରପଡା ମିଶନ ଶକ୍ତି ତରଫରୁ ସଚେତନତା କାର୍ଯ୍ୟକ୍ରମ

ପାଟଣା : କେନ୍ଦୁଝର ଜିଲ୍ଲା ସାହାରପଡାବ୍ଲକ ଅନ୍ତର୍ଗତ ବଡ଼ବିଲ ଗ୍ରାମପଞ୍ଚାୟତ ରାଜୀବ ଗାନ୍ଧୀ ସଭାଗୃହ ଠାରେ ସାହାରପଡା ବ୍ଲକ ମିଶନ ଶକ୍ତି ପକ୍ଷରୁ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ମାନଙ୍କ ନିମନ୍ତେ ବ୍ୟାଙ୍କ ଋଣ ଓ ସୁଧ…
Read More...

ଘଟଗାଁରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର

ପାଟଣା : ଘଟଗାଁ ବ୍ଲକ ସମ୍ମିଳନୀ କକ୍ଷରେ କେନ୍ଦୁଝର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ସମୁଦାୟ ୪୧ ଗୋଟି ଅଭିଯୋଗ ଆସିଥିବା ବେଳେ ୩ ଗୋଟି ଅଭିଯୋଗର ତ୍ୱରିତ…
Read More...

କୁଡୁମି ବିକାଶ ଭବନର ଭୂମି ପୂଜନ

ପାଟଣା : କେନ୍ଦୁଝର ସଦର ବ୍ଲକ ବୋଦାପଳସା ଗ୍ରାମପଞ୍ଚାୟତ କେନ୍ଦୁଆ ଗ୍ରାମରେ କୁଡୁମି ସଂପ୍ରଦାୟର ଭାଷା, ସଂସ୍କୃତି ଓ ପରମ୍ପରାର ବିକାଶ ପାଇଁ କୁଡୁମି ବିକାଶ ଭବନର ଭୂମି ପୂଜନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ…
Read More...

ଲାୟନ୍ସ କ୍ଳବର ତୃତୀୟ ସ୍ଥାପନା ଦିବସ, ଜନ କଲ୍ୟାଣ କାର୍ଯ୍ୟ ପାଇଁ ଶପଥ ଗ୍ରହଣ

ରେଙ୍ଗାଲିକ୍ୟାମ୍ପ : ସଂପ୍ରତି  ଅନେକ ସେବା ଅନୁଷ୍ଠାନ ଗଢି ଉଠିଥିଲେ ମଧ୍ୟ ବିଶେଷ କରି ବରଗଡ଼ ଅଞ୍ଚଳରେ ଜନସେବା କାର୍ଯ୍ୟ ଯୋଗୁଁ ଲାୟନ୍ସ କ୍ଳବ୍ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। କରୋନା ମହାମାରୀର ଭୟାବହ…
Read More...

ଅବସରପ୍ରାପ୍ତ ଶିକ୍ଷକ ସଂଘ ବୈଠକ

ଚୌଦ୍ୱାର : ଚୌଦ୍ୱାର ଅବସରପ୍ରାପ୍ତ ଶିକ୍ଷକ ସଂଘର ବୈଠକ ଅନୁଷ୍ଠିତ ହୋଇ ଯାଇଛି । କଳିଙ୍ଗ ଛକସ୍ଥିତ ତ୍ରିନାଥ ମନ୍ଦିରରେ ସଂଘ ସଭାପତି ଭାଗିରଥୀ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ସମ୍ପାଦକ ସୁକାନ୍ତ…
Read More...

ସଂସ୍କୃତ ପ୍ରାଧ୍ୟାପିକା ପ୍ରଭାତି ଦେବୀଙ୍କୁ ସମ୍ବର୍ଦ୍ଧନା

ଆଠଗଡ :  ସଂସ୍କୃତ ବାଣୀବିକାଶ କେନ୍ଦ୍ରମ୍‌‌ ପକ୍ଷରୁ ଗୋପବନ୍ଧୁ ବିଜ୍ଞାନ କଲେଜରୁ ନିକଟରେ ଅବସର ଗ୍ରହଣ କରିଥିବା ସଂସ୍କୃତ ପ୍ରାଧ୍ୟାପିକା ପ୍ରଭାତି କୁମାରୀ ଦେବୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସ୍ଥାନୀୟ…
Read More...

ଭତ୍ତା ବଣ୍ଟନ ମେଳା

ଫୁଲବାଣୀ :   କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟ ସଭାଗୃହ ଠାରେ ଏକ ଭତ୍ତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ଫିରିଙ୍ଗିଆ ବ୍ଲକ ଦାୟିତ୍ୱରେ ଥିବା ସମାଜିକ ସୁରକ୍ଷା ଅଧିକାରୀ ଜ୍ଞାନରଞନ ସେଠିଙ୍କ…
Read More...

ଗୋଷ୍ଠୀ କେନ୍ଦ୍ର ଓ ଅଣସର ଗୃହର ଶିଳାନ୍ୟାସ

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତରେ ଥିବା ପ୍ରସିଦ୍ଧ ବଟେଶ୍ଵର ଶୈବପୀଠ ଓ ପୁରୁଣାବନ୍ଧ ଗ୍ରାମ ସ୍ଥିତ ଜଗନ୍ନାଥ ମନ୍ଦିରରେ ଦୁଇଟି  ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର…
Read More...

ସମାଜସେବୀ ସୁର ଜେନାଙ୍କ ପରଲୋକ

ଆଠଗଡ :  ଆଠଗଡର ଜଣାଶୁଣା ସମାଜସେବୀ ତଥା ସହରର ହେମମାଳପୁର ସାହିର ଅନ୍ୟତମ ମୁରବୀ ସୁର ଜେନା(୯୧) ଙ୍କର ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି । ବାର୍ଦ୍ଧକ୍ୟ ଜନିତ ରୋଗରେ ପଡି ଚିକିତ୍ସାଧୀନ ଅବସ୍ଥାରେ ନିଜ…
Read More...

ପୋଷାକ ବିତରଣ ଉତ୍ସବ

ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ଗୌଡଗୁଡା କ୍ଲଷ୍ଟର ଅଧୀନସ୍ଥ ବଡନାରକା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ରାଜ୍ୟପାଳ ପୁରସ୍କାର ପ୍ରାପ୍ତ…
Read More...

ପାନୀୟ ଜଳ ସଙ୍କଟ ପାଇଁ ସରପଞ୍ଚ ଓ ଯନ୍ତ୍ରୀଙ୍କୁ ଅଟକ ରଖିଲେ ସାହି ବାସିନ୍ଦା

ମୋହନା/ଚାନ୍ଦିପୁଟ : ପିଇବା ପାଣି ସଙ୍କଟକୁ ନେଇ ତାତିଲେ ସାହି ବାସିନ୍ଦା । ବାରମ୍ବାର ଅଭିଯୋଗ ଜଣାଇ ନୟାନ୍ତ ହେବା ପରେ କୌଣସି ସ୍ଥାୟୀ ସମାଧାନ ନ ହେବାରୁ ଶେଷରେ ସ୍ଥାନୀୟ ସରପଞ୍ଚ ଓ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର…
Read More...

କ୍ଷତିପୂରଣ ଦାବିରେ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ

ଆଠଗଡ :  ଆଠଗଡ ବିଦ୍ୟୁତ ବିଭାଗର ନୂଆପାଟଣା ସେକ୍ସନରେ କାର୍ଯ୍ୟରତ ଜଣେ ବିଦ୍ୟୁତ କର୍ମଚାରୀଙ୍କର କର୍ତ୍ତବ୍ୟରତ (ଡ୍ୟୁଟି)ରେ ଥିବା ସମୟରେ ଅସୁସ୍ଥ ହେବା ଏବଂ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି…
Read More...

ମାଟି ଓ ମଣିଷଙ୍କ ପାଇଁ ଜୀବନ ସମର୍ପିତ : ବିଶ୍ୱଭୂଷଣ

ନୂଆଦିଲ୍ଲୀ : ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ମୂଳ ଆତ୍ମଜୀବନୀ ପୁସ୍ତକ ‘ସଂଗ୍ରାମ ସରିନାହିଁ’ର ଇଂରାଜୀ ଅନୁବାଦ ‘ବ୍ୟାଟେଲ ନଟ୍‌‌ ୟେଟ୍‌‌ ଓଭର’ ପୁସ୍ତକ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ…
Read More...

ଲଘୁଚାପ ପ୍ରଭାବରେ ୪ଦିନ ବର୍ଷା

କିରମିରାରେ ସର୍ବାଧିକ ୨୧୫ମି.ମି ବର୍ଷା ରେକର୍ଡ, ୧୩ସ୍ଥାନରେ ୧୦୦ମି.ମିରୁ ଅଧିକ ଭୁବନେଶ୍ବର : ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ହୋଇଛି । ଝାରସୁଗୁଡ଼ା, ଭଦ୍ରକ, ସମ୍ବଲପୁର, ଜଗତସିଂହପୁର, କଟକ,…
Read More...

ଅନ୍ତର୍ଜାତୀୟ ନ୍ୟାୟ ଦିବସ

୧୯୮୮ ଜୁଲାଇ ୧୭ତାରିଖରେ ରୋମ୍‌ଠାରେ ବିଶ୍ବର ୧୨୦ଟି ଦେଶର ମିଳିତ ସହମତିରେ ଅନ୍ତର୍ଜାତୀୟ ଅପରାଧ ଅଦାଲତ ସ୍ଥାପନ ନେଇ ବୈଧାନିକ ନିଷ୍ପତ୍ତି ନିଆଯାଇଥିଲା। ୨୦୧୦ରୁ ଏହି ଜୁଲାଇ ୧୭ରେ ବିଶ୍ବସ୍ତରରେ ନ୍ୟାୟ ଦିବସ ପାଳିତ…
Read More...

ଚିତଉ ଅମାବାସ୍ୟା

ଆଜି ପବିତ୍ର ଶ୍ରାବଣ ଅମାବାସ୍ୟା, ଚିତଉ ଅମାବାସ୍ୟା ବା ଗେଣ୍ଡେଇଶୁଣୀ ଅମାବାସ୍ୟା। ଶ୍ରାବଣ ମାସରେ ଚାଷ ଜମିରେ ଜନ୍ମ ହୁଅନ୍ତି ଅସୁମାରି ଗେଣ୍ଡା। ମୃତ୍ତିକାର ଉପକାର ଗେଣ୍ଡା କଲେ ମଧ୍ୟ କ୍ଷେତରେ ଚାଷୀଙ୍କ ଗୋଡ଼ କାଟି…
Read More...

ଆଜି ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ : ଶ୍ରାବଣ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ସୋମବାର ଶ୍ରୀମନ୍ଦିର ରତ୍ନ ସିଂହାସନରେ ଦାରୁବ୍ରହ୍ମଙ୍କ ଶ୍ରୀମସ୍ତକରେ ଚିତାଲାଗି କରାଯିବ। ଏଥିପାଇଁ ଅପରାହ୍ଣ ପ୍ରାୟ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୪ଘଣ୍ଟା…
Read More...

୩ ବର୍ଷରେ ଠକି ନେଲେଣି ୧୦୦୦ କୋଟି

ଭୁବନେଶ୍ବର : ସାଇବର ଠକଙ୍କ ଭୂସ୍ବର୍ଗ ପାଲଟିଛି ଓଡ଼ିଶା। ଗତ ୩ ବର୍ଷ ମଧ୍ୟରେ ଲୁଟି ନେଲେଣି ୧୦୦୦ କୋଟି। ଚୀନ୍, ହଂକଂ, ଦୁବାଇ ଏବଂ ମାଲେସିଆରେ ବସି ସେମାନେ ଓଡ଼ିଶାରୁ କୋଟି କୋଟି ଟଙ୍କା ଲୁଟି ନେଉଛନ୍ତି।…
Read More...

ଜଷ୍ଟିସ ଦୀପକ ମିଶ୍ର ପାଇବେ ‘ଉତ୍କଳ ରତ୍ନ’ ସମ୍ମାନ

କଟକ : ସାରସ୍ୱତ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ସର୍ବୋଚ୍ଚ ନ୍ୟାୟାଳୟର ପ୍ରାକ୍ତନ ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କୁ ଚଳିତବର୍ଷ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ ‘ଉତ୍କଳ ରତ୍ନ’ ପ୍ରଦାନ କରାଯିବ। ଏହାଛଡ଼ା…
Read More...

ସର୍ବନିମ୍ନ ପେନ୍‌ସନ ବୃଦ୍ଧି ନେଇ ଇପିଏଫ ପେନ୍‌ସନର୍ସ ସଂଘର ଦାବି

ଭୁବନେଶ୍ୱର : ଓଡ଼ିଶା ସମେତ ସାରା ଦେଶରେ ଥିବା ୭୫ ଲକ୍ଷ ଇପିଏଫ ପେନସନଭୋଗୀ ବରିଷ୍ଠ ନାଗରିକମାନେ ସଙ୍କଟଜନକ ସ୍ଥିତି ଦେଇ ଗତି କରୁଛନ୍ତି। ବର୍ଦ୍ଧିତ ପେନସନ ପ୍ରଦାନ ନିମନ୍ତେ ଉଚ୍ଚତମ ନ୍ୟାୟାଳୟଙ୍କ ଆଦେଶକୁ ପାଳନ…
Read More...

ଚାରିଦ୍ୱାର ଖୋଲିବା ଦାବି : ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ଏକଲକ୍ଷ ଦସ୍ତଖତ ସମ୍ବଳିତ ଦାବିପତ୍ର

ପୁରୀ : ଶ୍ରୀମନ୍ଦିର ଚାରିଦ୍ୱାର ଦେଇ ଭକ୍ତଙ୍କୁ ପ୍ରବେଶ ପାଇଁ ଅନୁମତି ଦେବା ଦାବି ଜୋର୍‌ ଧରିଛି । ଏକ ଲକ୍ଷ ଦସ୍ତଖତ ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ଦେବା ପାଇଁ ରବିବାର ଉଦ୍ୟମ ଆରମ୍ଭ ହୋଇଛି। ସଚେତନ…
Read More...

ଦକ୍ଷିଣାଞ୍ଚଳ ଦୁଲିପ ଟ୍ରଫି ଜିତିଲା

ବେଙ୍ଗାଲୁରୁ : ଦକ୍ଷିଣାଞ୍ଚଳ ୧୪ଶ ଥର ଘରୋଇ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଦୁଲିପ ଟ୍ରଫି ଚମ୍ପିଆନ୍ ହୋଇଛି। ରବିବାର ସ୍ଥାନୀୟ ଏମ୍‌.ଏ. ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ଶେଷ ହୋଇଥିବା ବିସିସିଆଇର ଏହି ଟୁର୍ଣ୍ଣାମେଣ୍ଟର…
Read More...

ସୋମବାର ରାଶିଫଳ (୧୭ ଜୁଲାଇ ୨୦୨୩)

ମେଷ : କୀର୍ତ୍ତିମାନ୍‌ କବିଭାବେ ପ୍ରତିଷ୍ଠା ଅର୍ଜନ କରିପାରନ୍ତି। ଶାସ୍ତ୍ର ଅଧ୍ୟୟନକୁ ବ୍ରତଭାବେ ଗ୍ରହଣ କରିବେ। ପତ୍ନୀ ସ୍ନେହୀ ହେବେ। ଜନସମ୍ପର୍କ ଦୃଢ଼ କରିପାରନ୍ତି। ଈଶ୍ବର ବିଶ୍ବାସୀ ହେବେ। ଅର୍ଥାଗମ ହେବ। ବୃଷ…
Read More...

ବରିଷ୍ଠ ନାଗରିକ ସଂଘ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ସେବା ଶିବିର

ଫୁଲବାଣୀ : କନ୍ଧମାଳ ଜିଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ବିଜୁ କଲ୍ୟାଣ ମଣ୍ଡପ ଠାରେ ଏକ  ମେଗା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱାସ୍ଥ୍ୟ ଶିବିରକୁ  ଫୁଲବାଣୀ ପୌରାଧ୍ୟକ୍ଷା ସ୍ମିତାରାଣୀ…
Read More...

୬୧ ବର୍ଷର ସ୍କୁଲ, ହେଲେ ୯୩  ଛାତ୍ରଛାତ୍ରୀଙ୍କୁ ୨ ଶିକ୍ଷକ

ଲଡୁଗାଁ : ବିଦ୍ୟାଳୟର ଅନୁସଙ୍ଗିକ ଭିତ୍ତିଭୂମିରେ ସୁଧାର ଓ ଗୁଣାତ୍ମକ ଶିକ୍ଷା ଓ ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ଏହା କେତେ କାର୍ଯ୍ୟକାରୀ ହେଉଛି ତାହା କଳାହାଣ୍ଡି ଲଡୁଗାଁ ସନ୍ନିକଟ…
Read More...

ପଞ୍ଚାୟତସ୍ତରୀୟ କଂଗ୍ରେସ କମିଟି ଗଠିତ

ଲାଞ୍ଜିଗଡ : ଲାଞ୍ଜିଗଡ଼ ବ୍ଲକ ଜଗନ୍ନାଥପୁର ପଞ୍ଚାୟତ ସ୍ଥିତ ବଳଭଦ୍ରପୁର ବଙ୍ଗଳାରେ ରବିବାର ଜଗନ୍ନାଥପୁର ପଞ୍ଚାୟତସ୍ତରୀୟ ନୂତନ କଂଗ୍ରେସ କମିଟି ଗଠିତ ହୋଇଛି। କଂଗ୍ରେସ ଯୁବନେତା ବିଜୟ କୁମାର ନାଏକଙ୍କ…
Read More...

ପୌରାଧ୍ୟକ୍ଷାଙ୍କ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ତଦାରଖ

ଚୌଦ୍ୱାର : ଚୌଦ୍ୱାର ପୌରପାଳିକା ୧୭ ନମ୍ବର ୱାର୍ଡ଼ର ବିଭିନ୍ନ ଅଞ୍ଚଳ ଗତ ୨ଦିନ ଧରି ଲଗାଣ ବର୍ଷା ଫଳରେ  ଜଳବନ୍ଦୀ ହୋଇଛି । ଫଳରେ ସ୍ଥାନୀୟ ବାସିନ୍ଦା ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବିଶେଷକରି…
Read More...

ଶିକ୍ଷକ ନେତା ଡମ୍ବରୁଧର ମୁଦୁଲିଙ୍କ ପରଲୋକ

ପିପିଲି : ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ପ୍ରାକ୍ତନ ସହସଂପାଦକ ତଥା ବରିଷ୍ଠ ଶିକ୍ଷକନେତା ଡମ୍ବରୁଧର ମୁଦୁଲିଙ୍କ ୭୧ବର୍ଷ ବୟସରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ପରଲୋକ ଘଟିଛି । ତାଙ୍କ ପରଲୋକରେ…
Read More...

ବିଶ୍ୱ ସର୍ପ ଦିବସରେ ଜନ ସଚେତନତା

ଆଠଗଡ : ଆଠଗଡ ବ୍ଲକର ଇଚ୍ଛାପୁରଠାରେ ରବିବାର ବିଶ୍ୱ ସର୍ପ ଦିବସ ଅବସରରେ ସ୍ନେକ ହେଲ୍ପଲାଇନ ପକ୍ଷରୁ ଜନ ସଚେତନତା ସୃଷ୍ଟି କରାଯାଇଛି । ସ୍ନେକ ହେଲ୍ପଲାଇନର ସଦସ୍ୟ ଅସିତ୍‌‌ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ସଚେତନତା…
Read More...

ଆମ୍ବିଳିଝରୀରେ ବନ ମହୋତ୍ସବ

ଚୌଦ୍ୱାର : ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ ଆଦିବାସୀ ଅଧ୍ୟୁସିତ ଆମ୍ବିଳିଝରୀ ଗ୍ରାମରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଓଡ଼ିଶା ଆଦିବାସୀ ଫାଉଣ୍ଡେସନ୍ ଓ ଦିଶୁମ୍ ‘ହୋ’ ସମାଜର ମିଳିତ ଆନୁକୁଲ୍ୟରେ ତଥା ଫାଉଣ୍ଡେସନର…
Read More...

ଖାଦ୍ୟ ଓ ପରିବେଶ ସଂପର୍କୀତ କର୍ମଶାଳା

ଆଠଗଡ :  ଆଠଗଡ ବ୍ଲକର ଖୁଣ୍ଟୁକଟା ନୋଡାଲ ହାଇସ୍କୁଲରେ ସୁସ୍ଥ ଖାଦ୍ୟ ଓ ସବୁଜ ପରିବେଶ ସଂପର୍କୀତ ଏକ କର୍ମଶାଳା ରବିବାର ଅନୁଷ୍ଠିତ ହୋଇଯାଇଛି। ଚେନ୍ନାଇର ସିପିଆର ପରିବେଶ ଶିକ୍ଷାକେନ୍ଦ୍ର, କରୁଣା ଫାଉଣ୍ଡେସନ ଏବଂ…
Read More...

ଜଳସେଚନ ବିଭାଗର ଅଣଦେଖା : ଭାଙ୍ଗିଲା ମାଛଗାଁ କେନାଲ ବନ୍ଧ

ବିରିଡ଼ି : ବିରିଡ଼ି ବ୍ଲକ ଅନ୍ତର୍ଗତ ଉତ୍ତରଶାସନ ପଞ୍ଚାୟତ ଅଧୀନ ଦଳେଇ ଘାଇ ବଜାର ନିକଟ ମାଛଗାଁ କେନାଲ ବନ୍ଧ ଭାଙ୍ଗିଛି। ଫଳରେ ଜାତୀୟ ରାଜପଥ ୫୫ର ପ୍ରାୟ ୫୦ ମିଟରରୁ ଅଧିକ ଦୂରତା ପର୍ଯ୍ୟନ୍ତ ଢ଼ଳେଇ ସ୍ଲାବ ତାଡି…
Read More...

ନାନୋ ଫିଲଟର ମାଧ୍ୟମରେ ନୂଆ ପରିଚୟ ସୃଷ୍ଟି କଲେ ଓଡିଆ ଝିଅ ଅଭିପ୍ସା

ରାଉରକେଲା : ରାଉରକେଲାର ଝିଅ ଡକ୍ଟର ଅଭିପ୍ସା ସାହୁ। ଏବେ ଆମେରିକାରେ ଚମକିଛନ୍ତି । ଆମେରିକାର ଜଣେ ଗବେଷକ ବୈଜ୍ଞାନିକ ଭାବେ କାର୍ଯ୍ୟରତ ଅଭିପ୍ସା ବିଶୁଦ୍ଧ ପାନୀୟ ଜଳ ପାଇଁ ନାନୋ ଫିଲଟର ତିଆରି କରି ଏବେ ଚର୍ଚ୍ଚାରେ…
Read More...

ଜୀବନବିନ୍ଦୁ ରକ୍ତଦାନ ଶିବିର, ୧୫୦ ୟୁନିଟ୍ ରକ୍ତ ସଂଗୃହୀତ 

ତିଗିରିଆ :  ନିଜିଗଡ଼ ପଞ୍ଚାୟତ ବିଜୁ ମହିଳା, ଯୁବ, ଓ ଛାତ୍ର ଜନତାଦଳ ଆନୁକୂଲ୍ୟରେ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ସହଭାଗିତାରେ  ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ସ୍ଥାନୀୟ କଲ୍ୟାଣ ମଣ୍ଡପ ପରିସରରେ ରବିବାର…
Read More...

ଟ୍ରକ ଦୁର୍ଘଟଣା, ଉଭୟ ଡ୍ରାଇଭର ଗୁରୁତର

ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଜାତୀୟ ରାଜପଥ ଚାରିଛକ ଶିବ ମନ୍ଦିର ନିକଟରେ ରବିବାର ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଉଭୟ ଟ୍ରକର ଡ୍ରାଇଭର ଗୁରୁତର ଆହତ…
Read More...

ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏମ୍ସ ଭୁବନେଶ୍ୱର ଜାତୀୟସ୍ତରରେ ଗୌରବ ବୃଦ୍ଧି କରିଛି

ଏମ୍ସ ଭୁବନେଶ୍ୱର ୧୧ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱର : ପ୍ରଥମ ଦଶନ୍ଧିର ଗୌରବମୟ ଯାତ୍ରା ସହିତ ପୂର୍ବ ଭାରତରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସମସ୍ତଙ୍କ ଆସ୍ଥାଭାଜନ ହୋଇପାରିଥିବା ଏମ୍ସ ଭୁବନେଶ୍ୱର ଶନିବାର ଏହାର…
Read More...

ବନବାସୀଙ୍କୁ ରୋଜଗାର ଦେଇଛି ଜଙ୍ଗଲି ଛତୁ

କେନ୍ଦୁଝରଗଡ଼ : ଛତୁ ନିରାମିଷାସୀଙ୍କ ପାଇଁ ବର୍ଷତମାମ ମନପସନ୍ଦର ଖାଦ୍ୟ। ଏଥିପାଇଁ ଆଧୁନିକ ପ୍ରଣାଳୀରେ ଉତ୍ପାଦନ ହୋଇ ବଜାରରେ ବିକ୍ରି ହୋଇ ଆସୁଛି ବଟମ ଓ ପାଳଛତୁ । କିନ୍ତୁ,ବର୍ଷା ଋୁତୁରେ କେନ୍ଦୁଝରର ବଣପାହାଡରୁ…
Read More...

ଅଘୋଷିତ ବିଦ୍ୟୁତ୍‌‌ କାଟ୍‌‌ ପ୍ରତିବାଦରେ ରାସ୍ତାରୋକ

ଆଠଗଡ :  ଆଠଗଡ ବ୍ଲକ ଅଧିନ ଦୋରଡ ପଞ୍ଚାୟତ ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍‌‌ କାଟ୍‌‌ ହେଉଥିବାରୁ ଏଥିରେ ଅତିଷ୍ଠ ପଞ୍ଚାୟତବାସୀ ଶନିବାର ୨ଘଣ୍ଟା କାଳ ଖୁଣ୍ଟୁଣୀ-ନରସିଂହପୁର ୬୫ନଂ ରାଜ୍ୟ ରାଜପଥ ଅବରୋଧ କରିଥିଲେ…
Read More...

ବର୍ଲିନ ଅଲିମ୍ପିକ୍ସ ରୌପ୍ୟ ବିଜେତା କଳ୍ପନା ଜେନାଙ୍କୁ କଟକରେ ସମ୍ବର୍ଦ୍ଧନା

ଆଠଗଡ :  ସଂପ୍ରତି ଜର୍ମାନୀର ବର୍ଲିନଠାରେ ଗତ ଜୁନ୍‌‌ ୧୭ରୁ ୨୫ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଅଲିମ୍ପିକ୍ସର ୨କିମି ସାଇକେଲ ଚାଳନାରେ ରୌପ୍ୟ ପଦକ ବିଜେତା ଆଠଗଡର ଝିଅ କଳ୍ପନା ଜେନାଙ୍କୁ…
Read More...

ଆବୁଧାବୀରେ ପ୍ରତିଷ୍ଠା ହେବ ଆଇଆଇଟି ଦିଲ୍ଲୀ କ୍ୟାମ୍ପସ

ଆବୁଧାବି : ଆବୁଧାବୀରେ ଆଇଆଇଟି ଦିଲ୍ଲୀ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ(ଏମଓୟୁ) ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହା…
Read More...

ସୁଲତାନ ଅଲ ଜାବେରଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ଆବୁଧାବି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଆବୁଧାବିରେ ସିଓପି୨୮ର ମନୋନୀତ ଅଧ୍ୟକ୍ଷ ତଥା ଆବୁଧାବି ଜାତୀୟ ତୈଳ କମ୍ପାନୀର ଗ୍ରୁପ୍ ସିଇଓ ଡକ୍ଟର ସୁଲତାନ୍ ଅଲ ଜାବେରଙ୍କୁ ସାକ୍ଷାତ କରିଛନ୍ତି। ୟୁଏଇର…
Read More...

ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଶ୍ୱ ଯୁବ କୌଶଳ ଦିବସ ପାଳିତ

ଭୁବନେଶ୍ୱର : ଦକ୍ଷ ମାନବ ସମ୍ଭଳ ସୃଷ୍ଟି ଓ ଦକ୍ଷତା ବିକାଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜାତିସଂଘ ଦ୍ୱାରା ଜୁଲାଇ ୧୫ ତାରିଖକୁ ୱାର୍ଲ୍ଡ ୟୁଥ୍‌ ସ୍କିଲ୍‌ ଡେ’ ଭାବେ ପ୍ରତ୍ୟେକ ବର୍ଷ ପାଳନ କରାଯାଇଥାଏ ଓଡ଼ିଶାରେ…
Read More...

ରାଜ୍ୟରେ ଲାଗି ରହିଛି ବର୍ଷା, ଭଦ୍ରକରେ ୧୬୫ ମିମି.

ଡେସ୍କ : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଶନିବାର ସକାଳୁ ବର୍ଷା ଲାଗି ରହିଛି । ଭୁବନେଶ୍ବର- କଟକ ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ବିକ୍ଷିପ୍ତ ଭାବେ ବର୍ଷା…
Read More...

ବର୍ଷା ପାଇଁ ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ଶନିବାର ପ୍ରବଳ ବର୍ଷା ପରେ ସମସ୍ତ ଜିଲ୍ଲାପାଳ ଓ ସବୁ ମହାନଗର ନିଗମ କମିଶନରଙ୍କୁ ସ୍ୱତନ୍ତ୍ର ରିଲିଫ୍ ଆୟୁକ୍ତ (ଏସଆରସି) ସତ୍ୟବ୍ରତ ସାହୁ  ଚିଠି ଲେଖିଛନ୍ତି । ଆସନ୍ତା ୧୯…
Read More...

କଂଗ୍ରେସ ସହିତ ଅଛି ଓ ରହିବି : ମୋକିମ୍

ଡେସ୍କ : କଂଗ୍ରେସରୁ ନିଲମ୍ବିତ ହେବା ପରେ କଟକ -ବାରବାଟୀ ବିଧାୟକ ମହମ୍ମଦ ମୋକିମ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ମୁଁ  ସେମିତି କିଛି କରିନି, ଯେଉଁଥି ପାଇଁ ଜଣେ ସିଟିଂ ବିଧାୟକଙ୍କୁ ନିଲମ୍ବନ କରାଯିବ। ପୂର୍ବତନ…
Read More...

ଚିରଞ୍ଜୀବ ଓ ମୋକିମଙ୍କ ନିଲମ୍ବନ : କଂଗ୍ରେସରେ ଭୂକମ୍ପ

ଡେସ୍କ : ରାଜ୍ୟ କଂଗ୍ରେସରେ ଭୂକମ୍ପ ସୃଷ୍ଟି ହୋଇଛି । ବିନା ମେଘରେ ବଜ୍ରପାତ ଭଳି ହଠାତ ବିଧାୟକ ମହମ୍ମଦ ମୋକିମ୍‌‌ ଓ ପୂର୍ବତନ ବିଧାୟକ ତଥା ପୂର୍ବତନ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳଙ୍କୁ କଂଗ୍ରେସରୁ…
Read More...

କଂଗ୍ରେସରୁ ମୋକିମ୍‌‌ ଓ ଚିରଞ୍ଜୀବ ନିଲମ୍ବିତ

ଡେସ୍କ : କଂଗ୍ରେସରୁ ବିଧାୟକ ମହମ୍ମଦ ମୋକିମ୍‌‌ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ ନିଲମ୍ବିତ କରାଯାଇଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ ଆଧାରରେ ଏମାନଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡିଛି…
Read More...