www.samajalive.in
Monday, December 15, 2025
16.1 C
Bhubaneswar

ସର୍ବନିମ୍ନ ପେନ୍‌ସନ ବୃଦ୍ଧି ନେଇ ଇପିଏଫ ପେନ୍‌ସନର୍ସ ସଂଘର ଦାବି

ଭୁବନେଶ୍ୱର : ଓଡ଼ିଶା ସମେତ ସାରା ଦେଶରେ ଥିବା ୭୫ ଲକ୍ଷ ଇପିଏଫ ପେନସନଭୋଗୀ ବରିଷ୍ଠ ନାଗରିକମାନେ ସଙ୍କଟଜନକ ସ୍ଥିତି ଦେଇ ଗତି କରୁଛନ୍ତି। ବର୍ଦ୍ଧିତ ପେନସନ ପ୍ରଦାନ ନିମନ୍ତେ ଉଚ୍ଚତମ ନ୍ୟାୟାଳୟଙ୍କ ଆଦେଶକୁ ପାଳନ କରିବା ପରିବର୍ତ୍ତେ ଏହାକୁ ଟାଳି ଦେବାକୁ କେନ୍ଦ୍ର ସରକାର ପ୍ରୟାସ କରୁଥିବା ଭଳି ମନେ କରାଯାଉଛି ବୋଲି ଅଲ ଓଡ଼ିଶା ଇପିଏଫ ପେନସନର୍ସ ସଂଘ ପକ୍ଷରୁ କୁହାଯାଇଛି । ସଂଘର କହିବାନୁଯାୟୀ ୨୦୧୪ ମସିହାଠାରୁ ସର୍ବନିମ୍ନ ପେନସନ ବିନା ମହଙ୍ଗା ଭତ୍ତାରେ ୧୦୦୦ ଟଙ୍କା ଥିବାବେଳେ ଏହାକୁ ୯୦୦୦ ଟଙ୍କାକୁ ବୃଦ୍ଧି ପାଇଁ ଦାବିକୁ କେନ୍ଦ୍ର ସରକାର କର୍ଣ୍ଣପାତ କରୁନାହାନ୍ତି। ଫଳରେ ଓଡ଼ିଶାର ୨ ଲକ୍ଷ ଇପିଏଫ ପେନସନ ଭୋଗୀ ପରିବାର ନାହିଁ ନ ଥିବା ଅସୁବିଧା ମଧ୍ୟରେ କାଳାତିପାତ କରୁଛନ୍ତି। ଅଲ ଓଡ଼ିଶା ଇପିଏଫ ପେନସନର୍ସ ସଂଘର ଆହ୍ୱାନକ୍ରମେ ଓଡ଼ିଶାର ୩୦ଟି ଜିଲାର ଇପିଏଫ ସଂଗଠନଗୁଡ଼ିକ ସେମାନଙ୍କ ଜିଲାର ଲୋକସଭା ସଦସ୍ୟଙ୍କୁ ଭେଟି ସର୍ବନିମ୍ନ ପେନସନ ୯୦୦୦ ଟଙ୍କା ସହିତ ମହଙ୍ଗା ଭତ୍ତା ବୃଦ୍ଧି ନିମନ୍ତେ ଲୋକସଭାର ଉଭୟ ଗୃହରେ ଆଲୋଚନା କରିବାକୁ ଅନୁରୋଧ କରୁଛନ୍ତି। ଖୋର୍ଦ୍ଧା ଜିଲା କମିଟି ତରଫରୁ ରାଜ୍ୟସଭା ସଦସ୍ୟ ଅମର ପଟ୍ଟନାୟକ ଓ ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ ଭେଟି ଦାଵିପତ୍ର ପ୍ରଦାନ କରିଥିଲେ। ଉଭୟ ସଦସ୍ୟ ଇପିଏଫ ପେନସନଭୋଗୀଙ୍କ ଦୁର୍ଦଶା ସମ୍ପର୍କରେ ଲୋକସଭାର ଉଭୟଗୃହରେ ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସଂଘର ରାଜ୍ୟ ସଭାପତି ବିଜୟ କୁମାର ଜେନା,ଖୋର୍ଦ୍ଧା ଜିଲା ସଭାପତି ପ୍ରଫୁଲ୍ଲ ଦାସ, ମାୟାଧର ମଲ୍ଲିକ, ସରୋଜ ମଲ୍ଲିକ, ନୃସିଂହ ଦାଶ ପ୍ରମୁଖ ଯୋଗ ଦେଇଥିଲେ।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories