www.samajalive.in
Monday, December 15, 2025
24.1 C
Bhubaneswar

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା ସହ ନିଜର ବେକ ମଧ୍ୟ କାଟି ପକାଇଛି। ଉଭୟେ ଏବେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ଏଭଳି ଘଟଣା ଘଟିଛି ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ପିଅନପଡା ଅଞ୍ଚଳରେ। ସୂଚନା ଅନୁଯାୟୀ, ଭଞ୍ଜନଗର ନିକଟ ଗୋବରା ବଣିପଲ୍ଲୀର ଶୁଭମ ସ୍ବାଇଁଙ୍କ ପିଅନପଡା

ଅଞ୍ଚଳର ଜଣେ ଯୁବତୀଙ୍କ ସହିତ ପ୍ରାୟ ତିନି ବର୍ଷ ହେଲା ପ୍ରେମ ସମ୍ପର୍କ ଥିଲା। ଉଭୟେ ବାହା ହେବା ପାଇଁ ମନସ୍ଥ କରି ଏଥିପାଇଁ ଶପଥ ନେଇଥିବା କୁହାଯାଉଛି। ଇତିମଧ୍ୟରେ ପ୍ରେମିକା ପାଇଁ ବିବାହ ପ୍ରସ୍ତାବ ଆସିଥିଲା ଓ ସେ ପ୍ରସ୍ତାବରେ ରାଜି ବି ହୋଇ ଯାଇଥିଲେ। ପ୍ରେମିକା ପ୍ରତିଜ୍ଞାରୁ ଓହରିଯିବା ଖବର ପାଇ ସମ୍ଭାଳି ପାରି ନଥିଲେ ପ୍ରେମିକ ଶୁଭମ। ଶନିବାର ସନ୍ଧ୍ୟାରେ ଫୁଲବାଣୀରେ ପହଞ୍ଚି ପ୍ରେମିକାଙ୍କ ଘରେ କେହି ନଥିବାବେଳେ ତାଙ୍କୁ ଯାଇ ପୁଣିଥରେ ବିବାହ ପାଇଁ ନିବେଦନ କରିଥିଲେ; କିନ୍ତୁ ପ୍ରେମିକା ଏଥିରେ ରାଜି ହୋଇ ନଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଶୁଭମ ଏକ ଛୁରିରେ ପ୍ରେମିକାର ବେକକୁ କାଟି ଦେଇଥିଲେ। ତାଙ୍କର ଚିତ୍କାର ଶୁଣି ସାହିପଡିଶା ଲୋକ ଧାଇଁଆସି ଯୁବକଙ୍କୁ କାବୁ କରି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚିବା ଦେଖି ଶୁଭମ ଧରିଥିବା ଛୁରିରେ ନିଜ ବେକକୁ ମଧ୍ୟ କାଟି ପକାଇଥିଲେ। ଉଭୟେ ଏବେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କହିଛନ୍ତି ଡାକ୍ତର। ଟାଉନ ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନା ଅଧିକାରୀ ପି ସ୍ବରୂପ କିଶନ୍ ସୂଚନା ଦେଇଛନ୍ତି। ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି।

Hot this week

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

Related Articles

Popular Categories