www.samajalive.in
Monday, December 15, 2025
24.1 C
Bhubaneswar

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ଆକ୍ରମଣ କରାଯାଇଥିବାବେଳେ ସେଠାରେ ମୁତୟନ ବାଂଲାଦେଶର ୬ ଜଣ ଯବାନ ପ୍ରାଣ ହରାଇଛନ୍ତି। ଏହି ଯବାନମାନେ ଜାତିସଂଘ ଶାନ୍ତିରକ୍ଷା ବାହିନୀରେ ସାମିଲ ଥିଲେ। ଆହତ ଅନ୍ୟ ଆଠଜଣ ଯବାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଆକ୍ରମଣ ପାଇଁ ସୁଦାନରେ ସକ୍ରିୟ ଥିବା ବିଦ୍ରୋହୀ ଗୋଷ୍ଠୀ ‘ୠାପିଡ ସପୋର୍ଟ ଫୋର୍ସ’କୁ ଦାୟୀ କରାଯାଇଛି। ସୁଦାନ ସରକାର ଏହି ଘଟଣାକୁ ତୀବ୍ର ନିନ୍ଦା କରିଥିବାବେଳେ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ବାଂଲାଦେଶ ସରକାର ମଧ୍ୟ ଏହି ଆକ୍ରମଣକୁ କଡା ଭାଷାରେ ନିନ୍ଦା କରିଛନ୍ତି। ଜାତିସଂଘ ଶାନ୍ତିରକ୍ଷା ବାହିନୀ ଉପରେ ଏଭଳି ଆକ୍ରମଣ ଆନ୍ତର୍ଜାତିକ ନିୟମକୁ ଉଲ୍ଲଘଂନ କରୁଛି ବୋଲି ବାଂଲାଦେଶ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ୨୦୧୩ରୁ ସୁଦାନରେ ସରକାରୀ ଓ ବିଦ୍ରୋହୀ ସେନା ମଧ୍ୟରେ ସଂଘର୍ଷ ଜାରି ରହିଛି। ଏଥିରେ ସହସ୍ରାଧିକ ଲୋକଙ୍କର ପ୍ରାଣହାନି ଘଟିସାରିଥିବାବେଳେ ଲକ୍ଷାଧିକ ଲୋକ ବାସଚ୍ୟୁତ ହୋଇଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories