www.samajalive.in
Monday, December 15, 2025
24.1 C
Bhubaneswar

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା ଝିଅକୁ ଜନ୍ମଦାତ୍ରୀ ବଳି ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବାସିନ୍ଦା ଘର ଭିତରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ସଂପୃକ୍ତ ନାବାଳିକାକୁ ଉଦ୍ଧାର କରି ଜଣେ ପଡ଼ୋଶୀଙ୍କ ଘରେ ରଖିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଘର ଭିତରୁ ପୂଜା ସାମଗ୍ରୀ ସହ ଗୋଟିଏ ଖଣ୍ଡା ଠାବ ହୋଇଛି। ଜୟପୁର ଜଳସେଚନ କଲୋନୀ ଜାଗାରେ ଗଢି ଉଠିଥିବା ବସ୍ତି ଅଞ୍ଚଳରେ ବିଭିନ୍ନ ବର୍ଗର ଲୋକେ ବସବାସ କରୁଛନ୍ତି। ଏହି କଲୋନୀ
ଭିତରେ ଅମ୍ବିକା ଖୋସଲା ନାମ୍ନୀ ଜଣେ ବିଧବା ନିଜର ଝିଅ ଓ ଦୁଇ ପୁଅ ସହ ବସବାସ କରନ୍ତି। କିଛିଦିନ ଧରି ଅମ୍ବିକା ନିଜ ଘରେ ଭିତରେ ତନ୍ତ୍ର ସାଧନା କରୁଥିବା ସାହିବାସିନ୍ଦା ଜାଣିବାକୁ ପାଇଥିଲେ। ଆଜି ହଠାତ ଅମ୍ବିକାଙ୍କ ଘରୁ ତାଙ୍କ ନାବାଳିକା ଝିଅର ଚିତ୍କାର ଶୁଣି ସାହିବାସିନ୍ଦା ଏକାଠି ହୋଇ ଘର ଭିତରକୁ ଧସେଇ ପଶିଥିଲେ।

ସେତେବେଳକୁ ନାବାଳିକା ଜଣକ ହାତଗୋଡ଼ ବନ୍ଧା ଅବସ୍ଥାରେ ଅ​‌େ​‌ଚତ ହୋଇ ପଡ଼ି ରହିଥିଲା। ପୁଲିସ ପହଞ୍ଚି ମା’ ଅମ୍ବିକାକୁ ଜେରା କରିଥିଲା। ସେ ଅସ୍ବାଭାବିକ ଭାବେ ଓଡିଆ, ଇଂରାଜୀ ଓ ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଥିବାରୁ ସେ ଏକ ପ୍ରକାର ମାନସିକ ବିକାରଗ୍ରସ୍ତ ବୋଲି ପୁଲିସ ସନ୍ଦେହ କରିଛି।
ସ୍ଥାନୀୟ ବାସିନ୍ଦାଙ୍କ କହିବା ପ୍ରକାରେ କିଛିଦିନ ହେଲା ଅମ୍ବିକା ତନ୍ତ୍ର ପୂଜା ଆରମ୍ଭ କରି ସର୍ବଦା ବିଚଳିତ ଅବସ୍ଥାରେ ରହୁଥିଲା। କିନ୍ତୁ ଝିଅ ଚର୍ଚ୍ଚକୁ ଯାଉଥିଲା। ଏହାକୁ ମା’ ବିରୋଧ କରୁଥିଲା। କଲୋନୀବାସିନ୍ଦାଙ୍କ ଅଭିଯୋଗ ଆଧାରରେ ଜୟପୁର ଟାଉନ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି।

Hot this week

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

Related Articles

Popular Categories