ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି ଅତ୍ୟନ୍ତ ଶୁଭ ଗ୍ରହ । ଶୁକ୍ରଙ୍କୁ ସୁଖ-ସମୃଦ୍ଧି, ସୌନ୍ଦର୍ଯ୍ୟ ଏବଂ ବିଳାସପୂର୍ଣ୍ଣ ଗ୍ରହ ଭାବେ ବିବେଚନା କରାଯାଏ । ଦ୍ରିକ ପଞ୍ଚାଙ୍ଗ ଅନୁସାରେ ଶୁକ୍ର ବର୍ତ୍ତମାନ ବିଛା ରାଶିରେ ରହିଥିବା ବେଳେ ୨୦ ଡିସେମ୍ବରରେ ଧନୁ ରାଶିରେ ପ୍ରବେଶ କରିବେ । ଏହାପରେ ବର୍ଷର ଶେଷରେ ଅର୍ଥାତ ଡିସେମ୍ବର ୩୦ାର ଶୁକ୍ର ପୂର୍ବାଷାଡା ନକ୍ଷତ୍ରରେ ପ୍ରବେଶ କରିବେ । ଏହାଦ୍ୱାରା ଶୁକ୍ର କିଛି ରାଶିଙ୍କୁ ବେଶ ମାଲାମାଲ କରିବେ ।
ବୃଷ: ବର୍ଷର ଶେଷରେ ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ, ବୃଷ ରାଶି ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ । ଭାଗ୍ୟର ସାଥ୍ ମିଳିବ । ବ୍ୟବସାୟ ଓ କ୍ୟାରିଅରରେ ଉନ୍ନତି ହେବାର ସୁଯୋଗ ମିଳିବ । ମନରେ ସକରାତ୍ମକା ଭାବନା ରହିବ । ଛାତ୍ରମାନଙ୍କ ପାଇଁ ଏହି ସମୟ ବହୁତ ଭଲ । ଆର୍ଥିକ ଭାବେ ଆପଣଙ୍କୁ ଲାଭ ମିଳିବ, ସବୁ କାମରେ ଆସୁଥିବା ବାଧା ଦୂର ହେବ ।
ତୁଳା: ଶୁକ୍ରଙ୍କ ନକ୍ଷତ୍ର ପରିବିର୍ତ୍ତନ ଆପଣଙ୍କ ଲାଗି ଶୁଭ ଦନ ସାବ୍ୟସ୍ତ ହେବ । ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ । କିଛି ନୂଆ ଲୋକଙ୍କ ଭେଟିବେ, ଯେଉଁମାନେ ଆପଣଙ୍କୁ ଭବିଷ୍ୟତରେ ସାହାର୍ଯ୍ୟ କରିବେ । ଧନଧାନ୍ୟରେ ପରିପୂର୍ଣ୍ଣ ରହିବ । ନିବେଶ କରିବା ଦ୍ୱାରା ଲାଭ ମିଳିବ । କିଛି ଜଣଙ୍କଠାରୁ ପରାମର୍ଶ ନେଇ ନିବେଶ କରିବା ଜରୁରୀ ।
ମକର: ଆପଣଙ୍କ ଦରମ ବୃଦ୍ଧି ହେବ, ଫଳରେ ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ । ନୂଆ କାମ ମିଳିବାର ସୁଯୋଗ ରହିଛି । ଯେତେ ଅଧିକ ରୋଜଗାର କରିବେ, ଆତ୍ମବିଶ୍ୱାସ ସେତିକି ବଢିବ । ସ୍ୱାସ୍ଥ୍ୟ ଭଲ ରହିବ, ରୋଜଗାର କରିବାର ବାଟ ଫିଟିବ । ଯେଉଁମାନେ ଦୀର୍ଘ ଦିନ ହେବ ଚାକିରିରେ ଅଛନ୍ତି ସେମାନେ ଲାଭବାନ ହେବେ ।



