ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି ଆସାମ ନିର୍ବାଚନ ଦାୟିତ୍ଵ ଦେଇଛି ବିଜେପି । ବୈଜୟନ୍ତଙ୍କୁ ଆସାମ ନିର୍ବାଚନ ପାଇଁ ନିର୍ବାଚନୀ ପ୍ରଭାରୀ ଦାୟିତ୍ଵ ଦେଇଛି ବିଜେପି ।
କେନ୍ଦ୍ରାପଡ଼ା ସାଂସଦ ତଥା ରାଷ୍ଟ୍ରୀୟ ବିଜେପି ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ପୁଣି ଆସାମ ନିର୍ବାଚନ ପାଇଁ ଗୁରୁ ଦାୟିତ୍ବ ମିଳିଛି । ବୈଜୟନ୍ତଙ୍କୁ ଆଗାମୀ ଆସାମ ସାଧାରଣ ନିର୍ବାଚନ ପାଇଁ ପ୍ରଭାରୀ ଦାୟିତ୍ଵ ମିଳିଛି । ଏନେଇ ଦଳ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂହ ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି । ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦର୍ଶନ ବେନ ଓ ଜମୁ କାଶ୍ମୀର ବିରୋଧୀ ଦଳ ନେତା ସୁନିଲ କୁମାର ଶର୍ମାଙ୍କୁ ସହ ପ୍ରଭାରୀ ଦାୟିତ୍ବ ଦିଆ ଯାଇଛି ।



