ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା ଦେଖା ଦେଇଛି । ଗାଁରେ ପ୍ରଶାସନ ପକ୍ଷରୁ କେନାଲ ଖୋଳିବାକୁ ଯାଇଥିବା ବେଳେ ଗ୍ରାମବାସୀ ମାନେ ତୀବ୍ର ବିରୋଧ କରିଛନ୍ତି । ଫଳରେ ପୁଲିସ ସହିତ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । କେନାଲ ଖୋଳାକୁ ବିରୋଧ କରୁଥିବା କିଛି ଗ୍ରାମବାସୀଙ୍କୁ ପୁଲିସ ଉଠାଇ ନେଇଥିବା ସୂଚନା ମିଳିଛି । କାଲିଠୁ ସ୍ଥାନୀୟ ଅଞ୍ଚଳରେ ବିଏନଏସଏସ ୧୬୩ ଜାରି ରହିଛି । ଅଞ୍ଚଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି ।
ବିଗତ ୩୦ ବର୍ଷ ଧରି ବ୍ରହ୍ମଗିରି ବ୍ଲକ କୁସୁବେଣ୍ଟି ପଞ୍ଚାୟତ ହରିଦାସପୁର ଏବଂ କୁସୁବେଣ୍ଟି ଗାଁ ମଧ୍ୟରେ କେନାଲକୁ ନେଇ ବିବାଦ ଲାଗି ରହିଛି । ଏନେଇ ଜିଲ୍ଲା ପ୍ରଶାସନ ଆଜି ୧୬ ପ୍ଲାଟୁନ ପୁଲିସ ଫୋର୍ସ ଧରି ଚାଷୀଙ୍କୁ ଡରାଇ ଧମକାଇ ବିବାଦୀୟ କେନାଲକୁ ଖୋଳିବାକୁ ପହଞ୍ଚିଛି । ଏହାକୁ ତୀବ୍ର ବିରୋଧ କରିଛନ୍ତି ହରିଦାସପୁର ଗ୍ରାମବାସୀ ।



