ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ ସମ୍ମୁଖରେ ହେଲା ନେତାଙ୍କ ମଧ୍ୟରେ ବାକ ଯୁଦ୍ଧ। ବାଘ ଛେଳି ଉପାଖ୍ୟାନରେ ଗରମ ହେଲା ଶୀତୁଆ ରାତିର ମଞ୍ଚ । ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଆସିଥିବା ଦର୍ଶକ ଦେଖିଲେ ମଞ୍ଚ ଉପରେ ନେତା ଙ୍କ ଆରୋପ ପ୍ରତ୍ୟାରୋପ ର ଦୃଶ୍ୟ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର ସାଂସ୍କୃତିକ କାର୍ଯ୍ୟକ୍ରମ ମଣ୍ଡେଇ ମହୋତ୍ସବ ରେ । ମଣ୍ଡେଇ ର ଉଦଯାପନୀ ସଭାରେ ମନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ , ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକ , ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ , ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଝରିଗାଁ ବିଧାୟକ ନରସିଂହ ଭତ୍ରା ଓ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ମଞ୍ଚ ରେ ଉପସ୍ଥିତ ଥିବାବେଳେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଙ୍କ ନିଜ ଅଭିଭାଷଣ ରଖୁଥିଲେ । ତେବେ ନିଜ ବକ୍ତବ୍ୟ ସମୟରେ କୌଣସି ଏକ କାରଣ କୁ ନେଇ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ହଠାତ ଉତକ୍ଷିପ୍ତ ହୋଇ ଜିଲ୍ଲା ପ୍ରଶାସନ ଉପରେ ବର୍ଷିଥିଲେ । ଏବଂ ତାଙ୍କୁ ମଣ୍ଡେଇ ମହୋତ୍ସବ କୁ ଡାକିଛ କି ବୋଲି ପ୍ରଶ୍ନ କରି ଉତକ୍ଷିପ୍ତ ହୋଇଥିଲେ । ସେ ନିଜ କୁ ବାଘ ଛୁଆ ବୋଲି ସମ୍ବୋଧିତ କରିଥିଲେ। ଏବଂ ପରୋକ୍ଷରେ ଉପସ୍ଥିତ ବିଜେପି ନେତାଙ୍କୁ ଛେଳି ଛୁଆ ବୋଲି ଇଙ୍ଗିତ କରିଥିଲେ ଯାହାକୁ ନେଇ ପରିବେଶ ଉତେଜନା ପୂର୍ଣ୍ଣ ହୋଇଥିଲା । ଯାହାର ଫଳ ସ୍ୱରୂପ ମଞ୍ଚ ତଳେ ଥିବା ବିଜେପି କର୍ମୀ ମାନେ ମଧ୍ୟ ଉତକ୍ଷିପ୍ତ ହୋଇ ମଞ୍ଚ ତଳୁ ନାରାବାଜି ଦେଇ ରନ୍ଧାରୀ ଙ୍କ ବକ୍ତବ୍ୟ କୁ ବିରୋଧ କରିଥିଲେ ବାଘ ଛୁଆ ଆଖ୍ୟା କୁ ।
ପରେ ଅନେକ ଆଲୋଚନା ପରେ ପରିସ୍ଥିତି ଶାନ୍ତ ପଡିଥିଲା । କିଛି ସମୟ ପରେ ନିଜ ଅଭିଭାଷଣ ରଖିବାକୁ ଆସି ଗଣଶିକ୍ଷା ମନ୍ତ୍ରୀ ମଧ୍ୟ ବିଧାୟକ ରନ୍ଧାରୀ ଙ୍କ ବକ୍ତବ୍ୟ କୁ ନିନ୍ଦା କରି ଅଭିଯୋଗର କାଉଣ୍ଟର କରି ବିଜେଡି ଶାସନ ଅମଳ ରେ ୨୪ ବର୍ଷ ରେ ଯାହା ଜିଲ୍ଲା ର ବିକାଶ ହୋଇନଥିଲା ବର୍ତ୍ତମାନ ୧୭ ମାସ ରେ ଅନେକ ବିକାଶ ହୋଇଛି । ୨୪ ବର୍ଷ ରେ କିଛି ବିକାଶ କରି ନ ଥିବା ବେଳେ ୧୭ ମାସ ର ସରକାର ଙ୍କୁ ପ୍ରଶ୍ନ କରୁଥିବା ଅଭିଯୋଗ କରିଥିଲେ । ଅପରପକ୍ଷରେ ମଣ୍ଡେଇ କାର୍ଯ୍ୟକ୍ରମ ଶୁଭାରମ୍ଭ ଠାରୁ ହିଁ ଜିଲ୍ଲା ପ୍ରଶାସନ ତାଙ୍କୁ ତଥା ଜିଲ୍ଲାର ନିର୍ବାଚିତ ପ୍ରତିନିଧି ମାନଙ୍କୁ ଅଣଦେଖା କରିଥିବା ଅଭିଯୋଗ କରିଛନ୍ତି । ଅପରପକ୍ଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ନେତାଙ୍କ ମଧ୍ୟରେ ବାକ ଯୁଦ୍ଧ ପରେ କିଛି ସମୟ ଧରି କାର୍ଯ୍ୟକ୍ରମ ବନ୍ଦ ରହିଥିଲା । ସାଂସ୍କୃତିକ ମଞ୍ଚ କୁ ରାଜନୈତିକ ଉର୍ଦେଶ୍ୟ ଭାବେ ବ୍ୟବହାର କୁ ଜିଲ୍ଲା ର ସାଧାରଣ ଜନତା ନା ପସନ୍ଦ କରିଛନ୍ତି ।



