ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ ରାଲିରେ ମୋଦିଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରିବା ଅଭିଯୋଗ ଆଣି କ୍ଷମା ଦାବି କଲେ କେନ୍ଦ୍ରମନ୍ତ୍ରୀ ଜେ.ପି ନଡ୍ଡା ।
ଆଜି ରାଜ୍ୟସଭା ସଂସଦ ଗୃହରେ ନେତା ଜେ.ପି ନଡ୍ଡା କହିଛନ୍ତି ଯେ ଗତକାଲି କଂଗ୍ରେସ ରାଲିରେ “ମୋଦୀ, ତେରୀ କବର ଖୁଦେଗୀ, ଆଜି ନୁହେଁ ତୋ କଲ ଖୁଦେଗୀ” (ମୋଦୀ, ତୁମର କବର ଖୋଳାଯିବ , ଆଜି ନହେଲେ କାଲି) ସ୍ଲୋଗାନ ଦିଆଯାଇଥିଲା । ଏହା କଂଗ୍ରେସ ଦଳର ଚିନ୍ତାଧାରା ଏବଂ ମାନବିକତାକୁ ଦର୍ଶାଉଛି । ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ଏପରି କହିବା ଏବଂ ମୃତ୍ୟୁ କଥା କହିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ନଡ୍ଡା କହିଛନ୍ତି । ଘଟଣା ପାଇଁ କଂଗ୍ରେସ ଦଳ ଏବଂ ସୋନିଆ ଗାନ୍ଧୀ ଦେଶକୁ କ୍ଷମା ମାଗିବା ଉଚିତ । ନଡ୍ଡା ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସ ଦଳ ଦେଶରେ ରାଜନୀତିର ମାନଦଣ୍ଡକୁ ନିମ୍ନଗାମୀ କରିଛି ।
ଏପରିକି ନଡ୍ଡା କଂଗ୍ରେସକୁ ନିନ୍ଦା କରିବା ସହ ବିଜେପି ସଦସ୍ୟ ଗୃହରେ କ୍ଷମା ଦାବି କରିଥିଲେ । କିଛି ସମୟ ହଟ୍ଟଗୋଳ ପରେ ରାଜ୍ୟସଭା କାର୍ଯ୍ୟ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା ।



