ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି ରହିଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନ ବିଳମ୍ବରେ ଉଡାଣ ଭରିଛି । ମୋଦୀଙ୍କର ଆଜି ସକାଳେ ବିଦେଶ ଗସ୍ତ ଥିଲା । ପ୍ରତିକୂଳ ପାଗ ଯୋଗୁଁ ବିଳମ୍ବରେ ଉଡାଣ ଭରିଛି ବିମାନ ।
ଆଜି ଦିଲ୍ଲୀ-ଏନସିଆର୍ ଅଞ୍ଚଳରେ ଘନ କୁହୁଡ଼ି ଯୋଗୁଁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ ଯାତ୍ରା ଏଥିରେ ପ୍ରଭାବିତ ହୋଇଛନ୍ତି । ମୋଦିଙ୍କ ତିନି ବିଦେଶ ଗସ୍ତ ପାଇଁ ବିମାନ ଯାତ୍ରା ବିଳମ୍ବ ହୋଇଛି । ନିରାପଦ ପରିଚାଳନା ସୁନିଶ୍ଚିତ କରିବା ପାଇଁ ବିମାନ ସେବା ସୂଚୀକୁ ସଜାଡ଼ିବା ଯୋଗୁଁ ବିମାନ ଉଡାଣ ବିଳମ୍ବ ହୋଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୋର୍ଡାନ, ଇଥିଓପିଆ ଏବଂ ଓମାନକୁ ତିନି ଗସ୍ତ ଥିଲା । ଗସ୍ତ ସମୟରେ କୁହୁଡି ଯୋଗୁଁ ବିମାନ ଯାତ୍ରାରେ ଆଜି ବିଳମ୍ବ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ବିମାନ ସକାଳ ୮:୩୦ ରେ ଉଡ଼ାଣ ଭରିବାର ଥିଲା । କିନ୍ତୁ ଦୁର୍ବଳ ଦୃଶ୍ୟମାନତା କାର୍ଯ୍ୟରେ ବାଧା ସୃଷ୍ଟି କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ଶେଷରେ ସକାଳ ୯:୩୦ରେ ବିମାନରେ ଚଢ଼ିଥିଲେ ।



