ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା କେନାଲକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। କେନାଳ ଖୋଳାକୁ ସ୍ଥାନୀୟ ହରିଦାସପୁର ଗ୍ରାମବାସୀ ବିରୋଧ କରିଛନ୍ତି। ଯାହାଫଳରେ ପ୍ରଶାସନ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି। ପୁଲିସ ଉପସ୍ଥିତିରେ କେନାଲ ବନ୍ଧ ଖୋଳାଯିବା ସମୟରେ ଗ୍ରାମବାସୀ ବିରୋଧ କରିଥିଲେ। ଏହାକୁ ନେଇ ପୁଲିସ ସହ ସେମାନଙ୍କର ମୁହାଁମୁହିଁ ହେବା ସହିତ ଧସ୍ତାଧସ୍ତି ହୋଇଥିଲା। ଫଳରେ ପୁଲିସ ଗ୍ରାମବାସୀଙ୍କୁ ଉଠାଇ ନେଇଥିଲା। ପ୍ରାୟ ୫୦ ଗ୍ରାମବାସୀଙ୍କୁ ପୁଲିସ ଅଟକ ରଖିଥିବା ସୂଚନା ମିଳିଛି।
ଗାଁ ଲୋକଙ୍କ ପ୍ରତିବାଦକୁ ପ୍ରତିହତ କରି ପ୍ରଶାସନ ବନ୍ଧ କାଟିଛି। ଏହାକୁ ନେଇ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ଫଳରେ ସେଠାରେ ସୁରକ୍ଷା ସୃଷ୍ଟିରୁ ୭ ପ୍ଲାଟୁନ ଫୋର୍ସ ଓ ୧୫ ଅଧିକାରୀଙ୍କୁ ମୁତୟନ କରାଯାଇଛି। ବିବାଦ ଯୋଗୁ ଗତ ରବିବାରଠାରୁ ଅଞ୍ଚଳରେ ବିଏନଏସ ୧୬୩ ଲାଗୁ ହୋଇଛି।



