www.samajalive.in
Monday, December 15, 2025
27.1 C
Bhubaneswar

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାଓଁ  ଆତଙ୍କବାଦୀ ଆକ୍ରମଣ ଘଟଣାରେ, ଜାତୀୟ ତଦନ୍ତକରି ଦଳ(ଏନଆଇଏ) ଜମ୍ମୁ ସ୍ୱତନ୍ତ୍ର ଅଦାଲତରେ ଜାତୀୟ ତଦନ୍ତକାରୀ ସଂସ୍ଥା ଚାର୍ଜସିଟ୍ ଉପସ୍ଥାପନ କରିବ।

ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଆଜି ପହଲଗାଓଁ  ଆତଙ୍କବାଦୀ ଆକ୍ରମଣ ମାମଲାରେ ଚାର୍ଜସିଟ୍ ଦାଖଲ କରିବ । ଆଜି ଜମ୍ମୁ ସ୍ୱତନ୍ତ୍ର ଅଦାଲତରେ ଏନଆଇଏ ଘଟଣାର ଏକ ଚାର୍ଜସିଟ୍ ଉପସ୍ଥାପନ କରିବ ବୋଲି  ସୂଚନା ମିଳିଛି । ଏପ୍ରିଲ ୨୨ ତାରିଖରେ କାଶ୍ମୀରର ପହଲଗାଓଁ ରେ ରେ ପର୍ଯ୍ୟଟନ ମାନଙ୍କ ଉପରେ ଆତଙ୍କି ଆକ୍ରମଣ ହୋଇଥିଲା । ଆକ୍ରମଣରେ ୨୬ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିଲେ । ପାକିସ୍ତାନ ସମ୍ପର୍କିତ ଆତଙ୍କବାଦୀଙ୍କ ଦ୍ୱାରା ଆକ୍ରମଣ ହୋଇଥିବା ଅଭିଯୋଗରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉପୁଜିଥିଲା ।

- Advertisement -

ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ପାଇଁ ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିଥିଲା ଏନଆଇଏ । ଗିରଫ ହୋଇଥିବା ଦୁଇ ଜଣ ତିନି ଜଣ ଆକ୍ରମଣକାରୀଙ୍କ ପରିଚୟ ପାକିସ୍ତାନୀ ନାଗରିକ ବୋଲି ପ୍ରକାଶ କରିଥିଲେ । ସେମାନେ ଆତଙ୍କି ସଂଗଠନ ଲସ୍କର-ଏ-ତୋଏବା(ଏଲଇଟି) ସହିତ ଜଡିତ ଥିବା ସୂଚନା ମଧ୍ୟ ଦେଇଥିଲେ ଗିରଫ ଦୁଇ ଅଭିଯୁକ୍ତ । ପରେ ଶ୍ରୀନଗର ଉପକଣ୍ଠରେ ଜୁଲାଇ୨୮ ରେ ହୋଇଥିବା ଏନକାଉଣ୍ଟର ‘ଅପରେସନ୍ ମହାଦେବ’ରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ପହଲଗାଓଁ  ଆକ୍ରମଣର ଜବାବରେ, ଭାରତୀୟ ସଶସ୍ତ୍ର ବାହିନୀ ମେ ୭ ରେ ‘ଅପରେସନ୍ ସିନ୍ଦୂର’ ନାମରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଥିଲେ । ଏହି ଅଭିଯାନରେ ଏଲଇଟି ଏବଂ ଜୈଶ-ଏ-ମହମ୍ମଦର ମୁଖ୍ୟାଳୟ ଏବଂ ତାଲିମ କେନ୍ଦ୍ର ସମେତ ନଅଟି ସ୍ଥାନକୁ ଟାର୍ଗେଟ କରାଯାଇଥିଲା, ଯେଉଁଠାରୁ ଭାରତ ବିରୁଦ୍ଧରେ ଆତଙ୍କବାଦୀ ଆକ୍ରମଣ ଯୋଜନା ଏବଂ ନିର୍ଦ୍ଦେଶିତ କରାଯାଇଥିଲା ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories