www.samajalive.in
Monday, December 15, 2025
27.1 C
Bhubaneswar

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’ । ବରମୁଣ୍ଡା ବସ୍‌ ଟର୍ମିନାଲ ବିଲ୍ଡିଂରେ କାର୍ଯ୍ୟକ୍ଷମ ହେବ ଏହି ଭିଜା ସେଣ୍ଟର । ଏଥିପାଇଁ ରାଜ୍ୟ ସରକାର ୩ହଜାର ବର୍ଗଫୁଟର ଜାଗା ଯୋଗାଇ ଦେବେ । ଭିଜା ପାଇଁ ଆଉ କଲକାତା, ଦିଲ୍ଲୀ, ହାଇଦ୍ରାବାଦ ଯିବାକୁ ପଡିବ ନାହିଁ । ପୂର୍ବରୁ ଭିଜା ପାଇଁ ଓଡ଼ିଶାର ଲୋକମାନେ କଲକାତା, ଦିଲ୍ଲୀ ଓ ହାଇଦ୍ରାବାଦ ଯାଉଥିଲେ ।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରେ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’ ପ୍ରତିଷ୍ଠା ପାଇଁ ଅନୁମୋଦନ କରିଛନ୍ତି। ଏହି ପ୍ରସ୍ତାବିତ ଭିଜା ସେଣ୍ଟର ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ବାବାସାହେବ ଆମ୍ବେଦକର ବସ୍ ଟର୍ମିନାଲ୍ ବିଲ୍‍ଡିଙ୍ଗ୍ ରେ କାର୍ଯ୍ୟକ୍ଷମ ହେବ, ଯାହା ପାଇଁ ଓଡିଶା ସରକାର ୩ ହଜାର ବର୍ଗଫୁଟର ଜାଗା ଯୋଗାଇଦେବେ।

- Advertisement -

ସୂଚନାଯୋଗ୍ୟ ଯେ, ଆନ୍ତର୍ଜାତିକ ଭିଜା ପାଇବା ପାଇଁ ପୂର୍ବରୁ ରାଜ୍ୟବାସୀଙ୍କୁ କଲକାତା, ଦିଲ୍ଲୀ, ହାଇଦ୍ରାବାଦ ଭଳି ଦେଶର ଅନ୍ୟ ସହରକୁ ଯିବା ପାଇଁ ପଡୁଥିଲା। ଭୁବନେଶ୍ୱରରେ ଏକ ଭିଜା ସେଣ୍ଟର ପ୍ରତିଷ୍ଠା କରିବା ପାଇଁ ରାଜ୍ୟବାସୀଙ୍କ ପକ୍ଷରୁ ବହୁ ଦିନରୁ ଦାବି ରହିଆସୁଥିଲା। ଏସବୁକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories