www.samajalive.in
Monday, December 15, 2025
16.1 C
Bhubaneswar

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ । କଂଗ୍ରେସରୁ ବିଦା ହେଲେ ପୂର୍ବତନ ବିଧାୟକ ତଥା ଦଳର ଟାଣୁଆ ନେତା ମହମ୍ମଦ ମୋକିମ୍‌ । ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିଲେ ମହମ୍ମଦ ମୋକିମ୍‌ । ଫଳରେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ମୋକିମ୍‌ଙ୍କୁ ବହିଷ୍କୃତ କରାଯାଇଛି । ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରସ୍ତାବକୁ ଏଆଇସିସି ଅନୁମୋଦନ । ଦଳ ବିରୋଧୀ କାର୍ଯ୍ୟ ପାଇଁ ମୋକିମ୍‌ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି ।

ରବିବାର କଂଗ୍ରେସ ନେତୃତ୍ବ ଉପରେ ପ୍ରଶ୍ନ ଉଠାଇବାର କାହାର ଅଧିକାର ନାହିଁ କହିଥିଲେ ପିସିସି ସଭାପତି । ଯିଏ ବିଜେପି ସମ୍ପର୍କରେ ଅଛନ୍ତି ସେମାନେ ଦଳ ଛାଡ଼ି ଚାଲିଯାଆନ୍ତୁ । କଂଗ୍ରେସରେ ରହି ଦଳ ବିରୋଧୀ କାର୍ଯ୍ୟ କଲେ ସେମାନଙ୍କ ପାଇଁ ପାର୍ଟିରେ କୌଣସି ସ୍ଥାନ ନାହିଁ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧି ଏ ଦଳକୁ ଆଗକୁ ନେଇଛନ୍ତି । ତେଣୁ ନେତୃତ୍ବ ଉପରେ ପ୍ରଶ୍ନ ଉଠାଇବା ଠିକ୍ ନୁହେଁ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଥିଲେ ।​​​​​​​

- Advertisement -

ସୂଚନା ଅନୁଯାୟୀ,  ଗତ ୧୧ ତାରିଖରେ ରାଜ୍ୟ କଂଗ୍ରେସର ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଇଥିଲେ ବରିଷ୍ଠ ନେତା ମହମ୍ମଦ ମୋକିମ୍ । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ବକୁ ସେ ଖୋଲା ଚ୍ୟାଲେଞ୍ଜ କରି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିଲେ । ଭକ୍ତ ଦାସ କଂଗ୍ରେସ ପାଇଁ ନୁହେଁ ବରଂ ଅନ୍ୟ ଦଳ ପାଇଁ କାର୍ଯ୍ୟ କରୁଛନ୍ତି । ରାଜ୍ୟରେ ଶାସକ ଦଳକୁ ସୁହାଇଲା ଭଳି କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ ।

ନୂଆପଡ଼ା ଉପନିର୍ବାଚନରେ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ କଂଗ୍ରେସ ଆଗକୁ ବଢ଼ିବା ବଦଳରେ ପୁଣି ଗୋଡ଼ ଟଣାଟଣିରେ ବ୍ୟସ୍ତ । ବିଭୀଷଣ ଉବାଚକୁ ନେଇ ଆରମ୍ଭ ହୋଇଥିବା ବିବାଦ ଉଗ୍ର ରୂପ ନେଇଛି । ସୋନିଆ ଗାନ୍ଧୀଙ୍କୁ ମୋକିମଙ୍କ ଚିଠି ପରେ ଦଳୀୟ କନ୍ଦଳ ଆହୁରି ତେଜିଛି । ମୋକିମଙ୍କ ଚିଠି ରାଜନୀତିକୁ ବରିଷ୍ଠ ନେତା ଜୟଦେବ ଜେନା, ସୁର ରାଉତରାୟ, ଅନନ୍ତ ସେଠୀ ପ୍ରମୁଖ ନାପସନ୍ଦ କରିଛନ୍ତି ।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories