www.samajalive.in
Monday, December 15, 2025
24.1 C
Bhubaneswar

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ ହେବାର ସୂଚନା ମିଳୁଛି। ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି। ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ।

ବୃଷ : ନିଜର ସ୍ବଭାବ ସୁଲଭ ଗୁଣକୁ ପାସୋରି ଦୀନଦରିଦ୍ରଙ୍କୁ ସହାୟତା କରିବାରେ କୁଣ୍ଠା ପ୍ରକାଶ କରିନପାରନ୍ତି। ଖଳ ଲୋକଙ୍କୁ ପାଖରୁ ଅନ୍ତର କରି ଆଶ୍ବସ୍ତ ହେବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ।

- Advertisement -

ମିଥୁନ : ସାରାଦିନ ବ୍ୟାପୀ ସୁଖଦା ପତ୍ନୀଙ୍କ କର୍ମକ୍ଷେତ୍ରରେ ସହାୟତା ମିଳିବ। ସନ୍ମାର୍ଗୀ ହୋଇ ହିତାଧିକାରୀଙ୍କ ପ୍ରତି ଦୟାଭାବ ପ୍ରଦର୍ଶନ କରିପାରନ୍ତି। ପୁତ୍ର ସ୍ନେହୀ ଓ ବନ୍ଧୁପ୍ରିୟ ହେବେ। ସୁସ୍ଥ ଓ ନିରାମୟ ରହିବେ।

କର୍କଟ : ଆଳସ୍ୟ ପରାୟଣ ଓ ହେୟଜ୍ଞାନସମ୍ପନ୍ନ ହୋଇ ରୋଜଗାର ପାଇଁ ତତ୍ପରତା ହୀନ ହୋଇପାରନ୍ତି। ବନ୍ଧୁମାନଙ୍କ ପ୍ରେରଣା ଓ ସହାୟତା ପାଇ ଶତ୍ରୁଲାଭ ଦୂର କରିପାରନ୍ତି। ଅନଟନର ସମ୍ମୁଖୀନ ହେବେ।

ସିଂହ : ଜ୍ଞାନଗରିମାସମ୍ପନ୍ନ ଓ ରୂପବାନ୍‌ ହୋଇପାରନ୍ତି। ମିତ୍ରତା ବୃଦ୍ଧିର ସୂଚନା ମିଳୁଛି। ଦେବ ଓ ଗୁରୁ ଉଭୟଙ୍କ ଶରଣାଗତ ହୋଇପାରନ୍ତି। ପୁତ୍ର ସନ୍ତାନ ପାଇଁ ଗର୍ବ ଅନୁଭବ କରିପାରନ୍ତି। କର୍ମଚଞ୍ଚଳ ରହିବେ।

କନ୍ୟା : ଜଣେ ବିବେକୀ ବ୍ୟକ୍ତିବିଶେଷ ଭାବେ ଲୋକପ୍ରିୟତା ଅର୍ଜନ କରିପାରନ୍ତି। ପାରିବାରିକ କ୍ଷେତ୍ରରେ କେବଳ ଜ୍ୟେଷ୍ଠ ନୁହନ୍ତି ଶ୍ରେଷ୍ଠ ହେବେ। କଥାବାର୍ତ୍ତା ଓ ବ୍ୟବହାର ପ୍ରାଣଛୁଅଁା ହେବ। ଯାନବାହନ ସୁଖ ମିଳିବ।

ତୁଳା : ଚପଳମତି ସ୍ବଭାବସମ୍ପନ୍ନ ହେବେ। ଜିହ୍ବା ଲାଳସା ଆୟତ୍ତାଧୀନ ନ ହୋଇପାରେ। ସାମୟିକ ଭାବେ ଦ୍ୟୁତି କ୍ରୀଡ଼ାରେ ନିଜକୁ ହଜାଇ ଦେବେ ଓ ପଶ୍ଚାତାପ କରିବେ। କ୍ଷୀଣ କୋପୀ ହେବେ।

ବିଛା : ପ୍ରଭୂତ ବିତ୍ତର ଅଧିକାରୀ ହୋଇପାରନ୍ତି। ସ୍ବଅର୍ଜିତ ଧନରେ ନିଜର ଗୁଜରାଣ ମେଣ୍ଟାଇ ପାରନ୍ତି। ବିଳାସବ୍ୟସନଠାରୁ ଦୂରରେ ରହି ସରଳ ଜୀବନଯାପନ କରିବେ। ପ୍ରଭୂତ ଭୂସମ୍ପତ୍ତିର ମାଲିକ ହୋଇପାରନ୍ତି।

ଧନୁ : ଧନବାନ୍‌ ଓ ରୂପବାନ୍‌ ହୋଇପାରନ୍ତି। ଆର୍ତ୍ତ ଲୋକମାନଙ୍କର କୃପା ନିଧାନ ହେବେ। ଧର୍ମୀୟ କାର୍ଯ୍ୟରେ ନିଜକୁ ହଜାଇ ଦେଇପାରନ୍ତି। ବିନୀତ ସ୍ବଭାବସମ୍ପନ୍ନ ହେବେ। ସୁସ୍ଥ ଓ ନିରାମୟ ଜୀବନ ବିତାଇବେ।

ମକର : ନିଜକୁୁ କଳହମୁକ୍ତ ରଖିବାକୁ ଉଦ୍ୟମ ଜାରି ରଖିବାକୁ ପଡ଼ିବ। ଦରିଦ୍ର ଓ ଆର୍ତ୍ତଜନଙ୍କ ପ୍ରତି ବିମୁଖ ନ ହୋଇ ସହାନୁଭୂତିଶୀଳ ହେବାକୁ ପଡ଼ିବ। ଭୟଭୀତ ହୋଇ କାର୍ଯ୍ୟ କଲେ ପ୍ରଭାବହୀନ ହେବେ।

କୁମ୍ଭ : ବିଚକ୍ଷଣ ଜ୍ଞାନଗରିମାଯୁକ୍ତ ହେବେ। ମନୋଜ୍ଞ ହେବାର ସୂଚନା ମିଳୁଛି। ଆଜିର କର୍ମ ସମୃଦ୍ଧିର ସ୍ମାରକୀ ହୋଇପାରେ। ବହୁ ସୌହାର୍ଦ୍ୟ ଓ ପ୍ରଭୂତ ମିତ୍ରଙ୍କ ସାନ୍ନିଧ୍ୟ ପାଇଁ ନିଜର ସୁଚିନ୍ତିତ ମତବ୍ୟକ୍ତ କରିବେ।

ମୀନ : ଦ୍ବିଜଙ୍କ ହିତସାଧନ ପାଇଁ ସଦାସର୍ବଦା ଉଦ୍ୟମରତ ହେବେ। ପୁଣ୍ୟ ଅର୍ଜନରେ ତତ୍ପରତା ପ୍ରକାଶ ପାଇବ। ଦୃଢ଼ଜ୍ଞ ହୋଇପାରନ୍ତି। ବିଖ୍ୟାତ୍‌ କୀର୍ତ୍ତି ସ୍ଥାପନ କରିବାରେ ସକ୍ଷମ ହେବେ। କାର୍ଯ୍ୟଦକ୍ଷ ହେବେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories