www.samajalive.in
Monday, December 15, 2025
24.1 C
Bhubaneswar

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି ତିନି ଦିନିଆ ଭାରତ ଗସ୍ତରେ ଅଛନ୍ତି। ରବିବାର ମୁମ୍ବଇର ୱାଙ୍ଖେଡ଼େ ଷ୍ଟାଡିୟମ୍‌ରେ ମେସିଙ୍କ ପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ପାଇଁ ଟିକଟର ମୂଲ୍ୟ ୮୮୦୦ରୁ ୧୨୦୦୦ ଟଙ୍କା ଥିଲେ ମଧ୍ୟ ଷ୍ଟାଡିୟମ୍‌ ଭରପୂର ଥିଲା। ପୂରା ମୁମ୍ବଇ ସହରରେ ମେସି ମାନିଆ ଦେଖିବାକୁ ମିଳିଥିଲା। ଶନିବାର କଲକାତାରେ ମେସିଙ୍କ କାର୍ଯ୍ୟକ୍ରମ ଗଣ୍ଡଗୋଳ​‌େ​ର ସମାପ୍ତ ହୋଇଥିବା ବେଳେ ଶନିବାର ସନ୍ଧ୍ୟାରେ ହାଇଦରାବାଦରେ ଓ ରବିବାର ଅପରାହ୍‌ଣରେ ମୁମ୍ବଇରେ ତାଙ୍କ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ସଫଳ ହୋଇଥିଲା। ୱାଙ୍ଖେ​‌େ​‌ଡ଼ ଷ୍ଟାଡିୟମ୍‌ରେ ମେସିଙ୍କ ସହ ବଲିଉଡ୍‌ ତାରକା, କ୍ରିକେଟ୍‌ ତାରକା, ଶିଳ୍ପପତି ଓ ନାମୀ କ୍ରୀଡ଼ାବିତ୍‌ ଉପସ୍ଥିତ ରହିଥିଲେ। ପାଖାପାଖି ଦୁଇଘଣ୍ଟା ଧରି ଏହି କାର୍ଯ୍ୟକ୍ରମ ଚାଲିଥିଲା। ମେସିଙ୍କ ଉପସ୍ଥିତିରେ ମୁମ୍ବଇବାସୀ ମସ୍‌ଗୁଲ ହୋଇ ଯାଇଥିଲେ।
ୱାଙ୍ଖେଡ଼େ ଷ୍ଟାଡିୟମ୍‌ରେ ଉପସ୍ଥିତ ୫୦ ହଜାର ଫୁଟ୍‌ବଲପ୍ରେମୀ ‘ମେସି, ମେସି’ ଚିତ୍କାର କରିଥିଲେ। ଆରମ୍ଭରୁ ବିର୍ଲା ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ନୃତ୍ୟ ପରିବେଷଣ କରିଥିଲେ। ପରେ ଲିଓେନଲ ମେସିଙ୍କ ସହ ଆର୍ଜେଣ୍ଟିନାର ମିଡ୍‌ଫିଲଡର ରଡ୍ରିଗୋ ଡି ପଲ ଓ ଉରୁଗୁଏର ଫରୱାର୍ଡ ଲୁଇ ସ୍ବାରେଜ୍ ଷ୍ଟାଡିୟମ୍‌ରେ ପହଞ୍ଚିଥିଲେ। ପ୍ରଥମେ ଉପରୋକ୍ତ ଖେଳାଳିଙ୍କ ସହ କିଛି ସ୍ଥାନୀୟ ଫୁଟ୍‌ବଲ ଖେଳାଳି, ଭାରତୀୟ ଫୁଟ୍‌ବଲର ସଫଳତମ ଖେଳାଳି ସୁନୀଲ ଛେତ୍ରୀ, ଭାରତୀୟ ମହିଳା ଫୁଟ୍‌ବଲ ଦଳର ପୂର୍ବତନ ଖେଳାଳି ବାଲା ଦେବୀ ପ୍ରମୁଖଙ୍କୁ ନେଇ ଏକ ବନ୍ଧୁତ୍ବପୂର୍ଣ୍ଣ ଫୁଟ୍‌ବଲ ମ୍ୟାଚ୍‌ ଖେଳା ଯାଇଥିଲା। ଏଥିପାଇଁ ଛୋଟ ଫୁଟ୍‌ବଲ ପଡ଼ିଆ ସହ ଛୋଟ ଗୋଲ୍‌ପୋଷ୍ଟ ପ୍ରସ୍ତୁତ ହୋଇଥିଲା। ପରେ ଦେଶର ନାମୀ ଶିଳ୍ପପତି ପରିବାର ଜିନ୍ଦଲ ପକ୍ଷରୁ ସଜ୍ଜନ ଜିନ୍ଦଲ, ପାର୍ଥ ଜିନ୍ଦଲ ଓ ସଂଗୀତା ଜିନ୍ଦଲ ଏକ ଉପହାର ମେସିଙ୍କୁ ପ୍ରଦାନ କରିଥିଲେ। ସୁନୀଲ ଛେତ୍ରୀଙ୍କ ସହ ମେସି କିଛି ସମୟ କଥାବାର୍ତ୍ତା କରି ତାଙ୍କୁ ଆର୍ଜେଣ୍ଟିନା ଦଳର ଜର୍ସି ପ୍ରଦାନ କରିଥିଲେ। ବଲିଉଡ୍‌ ଅଭିନେତ୍ରୀ କରିନା କପୁର ତାଙ୍କର ଦୁଇ ପୁତ୍ରଙ୍କ ସହ ମେସି, ରଡ୍ରିଗ୍ବେଜ୍, ଡି ପଲ୍‌ଙ୍କ ସହ ଫଟୋ ଉଠାଇଥିଲେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ ଓ ତାଙ୍କ ପତ୍ନୀ ଅମୃତା ମଞ୍ଚ ଉପରକୁ ଯାଇ ମେସି ଓ ଅନ୍ୟ ଦୁଇ ଫୁଟ୍‌ବଲ ତାରକାଙ୍କ ସହ ବାର୍ତ୍ତାଳାପ କରିଥିଲେ ଏବଂ ସେମାନଙ୍କୁ ସମ୍ମାନିତ କରିଥିଲେ। ପରେ ବଲିଉଡ୍‌ର ଦୁଇ ସୁପରଷ୍ଟାର ଅଜୟ ଦେବଗନ ଓ ଟାଇଗର ଶ୍ରଫ୍‌ ମଧ୍ୟ ମଞ୍ଚ ଉପରକୁ ଆସି ମେସି, ରଡ୍ରିଗ୍ବେଜ୍, ଡି ପଲ୍‌ଙ୍କୁ ଭେଟିଥିଲେ। କ୍ରିକେଟ୍‌ କିମ୍ବଦନ୍ତୀ ତଥା ଭାରତରତ୍ନ ସଚିନ ତେନ୍ଦୁଲକର ପଡ଼ିଆକୁ ପ୍ରବେଶ କରିବା ମାତ୍ରେ ସବୁଠାରୁ ଅଧିକ ହର୍ଷନାଦ ହୋଇଥିଲା। ସଚିନ ଖେଳୁଥିବା ବେଳେ ଭାରତୀୟ କ୍ରିକେଟ୍‌ ଦଳର ୧୦ନଂ ଜର୍ସି ମେସିଙ୍କୁ ଉପହାର ଦେଇଥିଲେ। ଏହାପରେ ଦୁଇ ଘଣ୍ଟାର କାର୍ଯ୍ୟକ୍ରମ ସଫଳ ହୋଇଥିଲା। ସୋମବାର ମେସିଙ୍କ ଗସ୍ତର ତୃତୀୟ ତଥା ଅନ୍ତିମ ଦିନ​‌େ​‌ର ଦିଲ୍ଲୀରେ କାର୍ଯ୍ୟକ୍ରମ ରହିଛି। ମଙ୍ଗଳବାର ମେସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସୁପ୍ରିମକୋର୍ଟର ପ୍ରମୁଖ ବିଚାରପତି ଓ ଭାରତୀୟ ସେନା ମୁଖ୍ୟଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories