www.samajalive.in
Monday, December 15, 2025
24.1 C
Bhubaneswar

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ ପ୍ରଦୂଷଣ ମାତ୍ରା ଉଦ୍‌ବେଗଜନକ ହୋଇପଡିଛି। ରବିବାର ଦିଲ୍ଲୀର ୱାଜିରପୁର ଓ ରୋହିଣୀରେ ଏକ୍ୟୁଆଇ (ବାୟୁ ମାନ ସୂଚକାଙ୍କ) ୫୦୦ ଛୁଇଁଥିବା ଜଣାପଡିଛି। ଦିଲ୍ଲୀର ୩୯ଟି ପ୍ରଦୂଷଣ ମନିଟରିଂ ଷ୍ଟେସନ ମଧ୍ୟରୁ ୩୮ଟି ଷ୍ଟେସନରେ ଏକ୍ୟୁଆଇ ୪୦୦ ଉପରେ ରହିଥିବା ପ୍ରକାଶ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମାନଦଣ୍ଡ ଅନୁଯାୟୀ ୪୦୧ରୁ ୫୦୦ ପର୍ଯ୍ୟନ୍ତ ଏକ୍ୟୁଆଇକୁ ସାଂଘାତିକ ଆଖ୍ୟା ଦିଆଯାଇଛି।

ବିବେକ ବିହାରରେ ଏକ୍ୟୁଆଇ ୪୯୬ ରେକର୍ଡ କରାଯାଇଥିବାବେଳେ ଜାହାଙ୍ଗୀରପୁରୀରେ ୪୯୪, ଅଶୋକ ବିହାରରେ ୪୯୩, ଆନନ୍ଦ ବିହାରରେ ୪୯୨, ବାୱାନାରେ ୪୮୯, ଦିଲସାଦ ଗାର୍ଡେନରେ ୪୮୫, ମୁଣ୍ଡ୍‌କାରେ ୪୮୪, ନେହେରୁ ନଗର ଓ ଦିଲ୍ଲୀ ବିଶ୍ବବିଦ୍ୟାଳୟ ନର୍ଥ କ୍ୟାମ୍ପସରେ ପ୍ରତ୍ୟେକ ୪୮୦, ଓଖ୍‌ଲା ଫେଜ୍‌-୨ରେ ୪୭୮ ଏବଂ କର୍ଣ୍ଣି ସିଂହ ସୁଟିଂ ରେଞ୍ଜରେ ୪୭୫ ରେକର୍ଡ କରାଯାଇଛି। ଦିଲ୍ଲୀରେ ଗ୍ରାପ୍‌-୪ କଟକଣା ଲାଗୁ କରାଯାଇଥିବାବେଳେ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ଘରୋଇ ସ୍କୁଲରେ ହାଇବ୍ରିଡ୍‌ ମୋଡ୍‌​ରେ ଶିକ୍ଷାଦାନ କରିବାକୁ ନିର୍ଦେଶ ଦିଆଯାଇଛି। ସହରରେ ସମସ୍ତ ନିର୍ମାଣ କାର୍ଯ୍ୟକୁ ବନ୍ଦ ରଖାଯାଇଛି। ଡିଜେଲ ଚାଳିତ ପୁରୁଣା ଯାନବାହନର ଚଳାଚଳ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି। ପଚାଶ ପ୍ରତିଶତ କର୍ମଚାରୀଙ୍କୁ ନେଇ ସରକାରୀ କାର୍ଯ୍ୟାଳୟ ଓ ଘରୋଇ କମ୍ପାନୀଗୁଡିକ କାର୍ଯ୍ୟ କରିବେ। ସହରର ପ୍ରମୁଖ ରାସ୍ତାଗୁଡିକରେ ଦୈନିକ ଜଳ ସିଞ୍ଚନ କରାଯାଉଛି। ସକାଳେ ଓ ସନ୍ଧ୍ୟାରେ ବୟସ୍କ ଓ ଶିଶୁଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ଶ୍ବାସ (ଆଜ୍‌ମା) ରୋଗୀଙ୍କୁ ଅତିମାତ୍ରାରେ ସତର୍କ ରହିବାକୁ କୁହାଯାଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories