www.samajalive.in
Monday, December 15, 2025
27.1 C
Bhubaneswar

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍ ସେବା। ଗତ ସୋମବାର ସନ୍ଧ୍ୟା ୬ଟାରୁ କଟକଣା ଲାଗୁ ହୋଇଛି। ପର୍ଯ୍ୟାୟ କ୍ରମେ କଟକଣା ୬ଥର ବୃଦ୍ଧି ହୋଇଥିଲା। ଆଜି ଦିନ ୧୨ଟା ଯାଏଁ କଟକଣା ଥିଲା। ଏମ୍‌ଭି ୨୬ ଓ ରାଖେଲଗୁଡା ଗାଁ ବିବାଦକୁ ନେଇ ହିଂସା ଦେଖାଦେଇଥିଲା।
ମାଲକାନଗିରି ଜିଲ୍ଲା ଏମ୍‌ଭି-୨୬ ହିଂସାକାଣ୍ଡର ୭ ଦିନ ପରେ ଗାଁ ରେ ପହଞ୍ଚିଲା ଭାରତୀୟ ରେଡ଼କ୍ରସ ସୋସାଇଟି ର ରିଲିଫ ସାମଗ୍ରୀ । ଏମଭି ୨୬ ହିଂସାକାଣ୍ଡ ଓ ଜଳାପୋଡା ଘଟଣାରେ ଆଜି ଆଉ ୯ ଜଣଙ୍କୁ ଗିରଫ କରିଛି ମାଲକାନଗିରି ସଦର ଥାନା ପୁଲିସ୍‌ । ଏହି ଘଟଣାରେ ପୂର୍ବରୁ ୬ ଜଣ ଗିରଫ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୫ ଜଣ ଗିରଫ ହୋଇଛନ୍ତି । ଅନ୍ୟମାନଙ୍କୁ ମଧ୍ୟ ପୁଲିସ୍‌ ଖୋଜୁଛି । ସେପଟେ ଏମଭି ୨୬ ଓ ରାଖାଲଗୁଡା ଗାଁ ରୁ ବିଏନ୍‌ଏସ୍‌ ର ଧାରା ୧୬୩ ଉଚ୍ଛେଦ ହୋଇଛି। ଜିଲ୍ଲା ପ୍ରଶାସନ ତରଫରୁ ଗାଁରେ ରିଲିଫ ସାମଗ୍ରୀ ବଣ୍ଟା ଯାଉଥିବା ବେଳେ ଥଇଥାନ କାର୍ଯ୍ୟ ଜାରି ରହିଛି ।

ଆଜି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଏମଭି ୨୬ ଏବଂ ରାଖାଲଗୁଡା ଗାଁ କୁ ଯାଇ ସ୍ଥିତିର ସମୀକ୍ଷା କରିଛନ୍ତି। ଏମ୍‌ଭି-୨୬ ହିଂସାକାଣ୍ଡ ଓ ଏହାର ପରବର୍ତ୍ତୀ ସ୍ଥିତି କୁ ନେଇ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ କରିବା ପରେ ଏମ୍‌ଭି-୨୬ ଗାଁ କୁ ଯାଇ ଘରକୁ ଘର ବୁଲି ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ପଚାରି ବୁଝିଥିଲେ। ହିଂସାକାଣ୍ଡ ରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପ୍ରଥମ ଦିନ ଠାରୁ ଜିଲ୍ଲା ପ୍ରଶାସନ ତରଫରୁ ରିଲିଫ ସାମଗ୍ରୀ ବଣ୍ଟା ଯାଇଥିବା ବେଳେ ରନ୍ଧା ଖାଦ୍ୟ ବ୍ୟବସ୍ଥା ଚାଲିଛି। ଧୀରେ ଧୀରେ ଗାଁ ରେ ଶାନ୍ତି ଫେରୁଛି। ଏବଂ ଖୁବ ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ନବରଙ୍ଗପୁର ସାଂସଦ କହିଛନ୍ତି।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories