ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ କରାଯିବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ନରସିଂହ ମିଶ୍ର । ସେ କହିଛନ୍ତି ହାଇକମାଣ୍ଡ ନିଷ୍ପତ୍ତି ନେଇଛନ୍ତି, ତେଣୁ ଏହା ବାବଦରେ ଅଧିକ କହିବିନି । କିନ୍ତୁ ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ୍ । କଟକର ସେ ଜଣେ ମଜବୁତ୍ ନେତା ଥିଲେ, ଦଳରୁ ତାଙ୍କୁ ବାହାର କରିବା କଟକରେ ପ୍ରଭାବ ପଡିବ ବୋଲି ନରସିଂହ କହିଛନ୍ତି ।
ଦଳ ବିରୋଧୀ କାର୍ଯ୍ୟ ପାଇଁ ଆଜି ମହମ୍ମଦ ମୋକିମଙ୍କୁ ବହିଷ୍କୃତ କରାଯାଇଛି । ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଥିଲେ ମହମ୍ମଦ ମୋକିମ । ଏନେଇ ସୋନିଆ ଗାନ୍ଧୀଙ୍କୁ ଗତ ୧୧ ତାରିଖ ଦିନ ଏକ ଚିଠି ଲେଖି ଅବଗତ କରାଇଥିଲେ ।



