ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ ଜାରି ରହିଛି। ଯାହାକି ସାଧାରଣ ଜୀବନଯାତ୍ରାକୁ ବିଶେ ଭାବେ ପ୍ରଭାବିତ କରୁଛି। ଦିନ ୧୦ଟା ନ ବାଜିଲେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳେ ଘନ କୁହୁଡିର ଆସ୍ତରଣ ମଧ୍ୟ ଦେଖିବାକୁ ମିଳୁଛି। ତେବେ ଏହି ଋତୁରେ ଲୋକମାନେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରନ୍ତି। କେହି କେହି କମ୍ବଳ ଘୋଡାଇ ହୋଇ ଶୋଇବାକୁ ଇଚ୍ଛା କରନ୍ତି ତ ଆଉ କେହି କେହି ସ୍ୱେଟର କିମ୍ବା ଜ୍ୟାକେଟ୍ ବ୍ୟବହାର କରନ୍ତି। ଆଉ କିଛି ଲୋକେ ଗରମ ପୋଷାକ ପିନ୍ଧି ରାତିରେ ମଧ୍ୟ ଶୋଇଯାନ୍ତି। କିନ୍ତୁ ଏହି ଅଭ୍ୟାସ ଆମ ଶରୀର ପାଇଁ ସଠିକ୍ କିମ୍ବା କ୍ଷତିକାରକ ଆସନ୍ତୁ ଜାଣିବା…
ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତରେ ଗରମ ପୋଷାକ ପିନ୍ଧି ଶୋଇବା ସ୍ୱାସ୍ଥ୍ୟ ପ୍ରତି ବିପଦ। କାରଣ ଏହି ଅଭ୍ୟାସ ଅନେକ ସମସ୍ୟା ସୃଷ୍ଟି କରିପାରେ। ଶୀତଦିନେ ରାତିରେ ଶରୀର ସ୍ୱାଭାବିକ ଭାବରେ ୧୮ ରୁ୨୧ ଡିଗ୍ରୀ ସେଲସିୟସ୍ ମଧ୍ୟରେ ତାପମାତ୍ରା ରହେ। ଯାହା ଫଳରେ ଭଲ ଏବଂ ଗଭୀର ନିଦ ହୁଏ। କିନ୍ତୁ, ଯେତେବେଳେ ଆପଣ ସ୍ୱେଟର ପିନ୍ଧି ଶୋଇଥାନ୍ତି। ସେତେବେଳେ ଆପଣଙ୍କ ଶରୀରର ତାପମାତ୍ରା ଆହୁରି ବୃଦ୍ଧି ପାଏ। ଏହା ଆପଣଙ୍କ ନିଦରେ ବାଧା ସୃଷ୍ଟି କରିବା ସହ ଶରୀରରେ ଅନେକ ସମସ୍ୟା ସୃଷ୍ଟି କରିଥାଏ।
ଯଦି ଆପଣ ରାତିରେ ଗରମ ପୋଷାକ ପିନ୍ଧି ଶୋଉଛନ୍ତି। ତେବେ ଦେହ କୁଣ୍ଡାଇ ହେବା ସହ ଫୋଟକା ସୃଷ୍ଟି କରିପାରେ। କାରଣ ଅଧିକାଂଶ ଗରମ ପୋଷାକ ଖର୍ଫ ତନ୍ତୁରୁ ତିଆରି ହୋଇଥାଏ। ଯେତେବେଳେ ଆପଣ ଶୋଇବେ, ଆପଣଙ୍କ ଶରୀରରୁ ଝାଳ ବାହାରିଥାଏ। ଯେତେବେଳେ ତନ୍ତୁଗୁଡ଼ିକ ଆପଣଙ୍କ ଚର୍ମରେ ଲାଗେ ,କୁଣ୍ଡାଇ ହେବା ସହ ଫୋଟକା ହୋଇଥାଏ। ଅନେକ ସମୟରେ ଲାଲ ଦାଗ ମଧ୍ୟ ଦେଖାଦିଏ। ରାତିରେ ଗରମ ପୋଷାକ ପିନ୍ଧି ଶୋଇବା ଦ୍ୱାରା ଆପଣ ଅସହଜ ଏବଂ ଶ୍ୱାସରୁଦ୍ଧ ଅନୁଭବ କରିପାରନ୍ତି।
ଏହି ଲୋକମାନଙ୍କ ପାଇଁ ସବୁଠାରୁ ବଡ଼ ବିପଦ
ଉଚ୍ଚ ରକ୍ତଚାପ ଏବଂ ହୃଦରୋଗ ସମସ୍ୟାରେ ପୀଡିତ ଲୋକଙ୍କ ପାଇଁ ଗରମ ପୋଷାକ ପିନ୍ଧି ଶୋଇବା ଅତ୍ୟନ୍ତ ବିପଦପୂର୍ଣ୍ଣ। ଏହି ରୋଗୀମାନେ ଅଧିକ ସତର୍କ ରହିବା ଉଚିତ। କାରଣ ଗରମ ପୋଷାକ ଶରୀରକୁ ବାହାରକୁ ଯିବାରୁ ବାଧା ଦିଏ, ରକ୍ତ ସଞ୍ଚାଳନକୁ ପ୍ରଭାବିତ କରେ। କେତେକ ସମୟରେ, ଏହା ରକ୍ତଚାପରେ ମଧ୍ୟ ପରିବର୍ତ୍ତନ ଆଣିପାରେ।



