ଲାୟନ୍ସ କ୍ଳବର ତୃତୀୟ ସ୍ଥାପନା ଦିବସ, ଜନ କଲ୍ୟାଣ କାର୍ଯ୍ୟ ପାଇଁ ଶପଥ ଗ୍ରହଣ

ରେଙ୍ଗାଲିକ୍ୟାମ୍ପ : ସଂପ୍ରତି  ଅନେକ ସେବା ଅନୁଷ୍ଠାନ ଗଢି ଉଠିଥିଲେ ମଧ୍ୟ ବିଶେଷ କରି ବରଗଡ଼ ଅଞ୍ଚଳରେ ଜନସେବା କାର୍ଯ୍ୟ ଯୋଗୁଁ ଲାୟନ୍ସ କ୍ଳବ୍ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। କରୋନା ମହାମାରୀର ଭୟାବହ ପରିସ୍ଥିତିରେ ଏହି ଲାୟନ୍ସ କ୍ଳବର ଅବଦାନ ଆଜି ମଧ୍ୟ ଅଞ୍ଚଳବାସୀ ଭୁଲି ନାହାଁନ୍ତି । ଯାହାର ପ୍ରେରଣାରେ ଆଜି ଅତାବିରା ରେ ମଧ୍ୟ ଳାୟନ୍ସ  କ୍ଲବ ତା’ର ସେବା କରିଆସୁଛି । କ୍ଳବର ପୂର୍ବତନ ସଭାପତି ବିରେନ୍ଦ୍ର କୁମାର ରଥଙ୍କ ଅଧ୍ୟକ୍ଷତାରେ ସୋମବାର ଅଗ୍ରସେନ୍ ଭବନଠାରେ ଏକ ବୈଠକରେ  କ୍ଳବର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ଏଥିରେ ଜିଲ୍ଲା ଲାୟାନ୍ସ ଗଭର୍ଣ୍ଣର ୱାପି ଗୋୟଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବାବେଳେ ଜିଲ୍ଲା ଲାୟନ୍ସ ପୂର୍ବତନ ଗଭର୍ଣ୍ଣର ଅଶୋକ ଜାଲାନ ଓ ଜିଲ୍ଲା ଉପ ଗଭର୍ଣ୍ଣର ମମତା ଗୌତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଥିଲେ । ମାଁ ଦୁର୍ଗାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ଦୀପ ପ୍ରଜ୍ବଳନ ସହ ଜାତୀୟ ସଙ୍ଗୀତ ଗାନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ନିମନ୍ତ୍ରିତ ଅତିଥି ମାନଙ୍କୁ ଫୁଲ ଚନ୍ଦନ ଦେଇ ଲାୟନ୍ସ ଭଉଣୀମାନଙ୍କ ଦ୍ଵାରା ସ୍ଵାଗତ କରାଯାଇଥିଲା।
ପ୍ରତି ବର୍ଷ ଭଳି ଚଳିତ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। କ୍ଳବର ନୂତନ ସଭାପତି ଭାବେ ବଳରାମ ପ୍ରଧାନ, ଉପ ସଭାପତି ଭାବେ ବି.ଗୋବିନ୍ଦୁ ରାଜୁ, ସମ୍ପାଦକ ବିନୟ ଦାଶ, ଯୁଗ୍ମ ସମ୍ପାଦକ ଭାବେ ନରେଶ ଅଗ୍ରୱାଲ, କୋଷାଧ୍ୟକ୍ଷ ସୋମନାଥ ପଟ୍ଟନାୟକ, ପ୍ରମୁଖଙ୍କୁ ମନୋନୀତ କରାଯାଇଛି । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ୨୦ ଜଣଙ୍କୁ ଫୁଲତୋଡ଼ା, ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ନୂତନ ଭାବେ ମନୋନୀତ ହୋଇଥିବା କର୍ମକର୍ତ୍ତାଙ୍କୁ ଅତିଥି ମାନଙ୍କ ଦ୍ଵାରା ଶପଥ ପାଠ କରାଯାଇଥିଲା । ଶରତ ଭୋଇ, ଜୟନ୍ତ ପ୍ରଧାନ, ନରେଶ ପ୍ରଧାନ, ଶଙ୍କର ତ୍ରିପାଠୀ, ଥୁଆପାଲି ଲାୟନ୍ସ କ୍ଳବର ସମସ୍ତ କର୍ମକର୍ତ୍ତା, ଗୋଡ଼ଭଗା ରୟାଲର ସମସ୍ତ କର୍ମକର୍ତ୍ତା ତଥା ସମସ୍ତ ସଦସ୍ୟ ସଦସ୍ୟା ସକ୍ରିୟ ସହଯୋଗ କରିଥିଲେ। ମୋନାଲିସା ରଥ, ଗୀତାଞ୍ଜଳି ଦାଶ, ଚିରସ୍ମିତା ପଟ୍ଟନାୟକ,ସୁଷମା ସାହୁ, ରୀନା ସାହୁ , ବଲ୍ଲଭି ପ୍ରଧାନ, ସୁନିକି ତ୍ରିପାଠୀ ଓ ସସ୍ମିତା ସାହୁ ଆଦି ଆଠ ଜଣ ମହିଳାଙ୍କୁ ସଦସ୍ୟ ରୂପେ ଗ୍ରହଣ କରାଯାଇଥିଲା । ଏହି କ୍ଲବର ସଦସ୍ୟ ମାନେ ବିଭିନ୍ନ ଜନକଲ୍ୟାଣ ମୂଳକ କାମ କରିବା ସହିତ ଆବଶ୍ୟକ ପଡ଼ିଲେ ରକ୍ତଦାନ ଶିବିର, ବୃକ୍ଷ ଚାରା ରୋପଣ, ରାସନ୍ ସାମଗ୍ରୀ ବଣ୍ଟନ, ଅପହଞ୍ଚ ଅଞ୍ଚଳରେ ଅସହାୟ ବ୍ୟକ୍ତିଙ୍କୁ ଚିକିତ୍ସା ଯୋଗାଇବା ଆଦି ସେବା ମୂଳକ କାର୍ଯ୍ୟ ଯୋଗାଇଦେବେ ବୋଲି ଶପଥ ଗ୍ରହଣ କରିଥିଲେ। ଶେଷରେ ଲାଞନ୍ସ ସୋମନାଥ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଅତାବିରା ନଟରାଜ କଳପରିଷଦର କଳାକାର ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Comments are closed.