www.samajalive.in
Wednesday, December 10, 2025
15.1 C
Bhubaneswar

ରାଜଧାନୀରେ ଆରମ୍ଭ ହେଲା ମୁକ୍ତେଶ୍ୱର ନୃତ୍ୟ ମହୋତ୍ସବ, ପ୍ରଥମ ଦିନରେ ଏକକ, ଦ୍ୱେତ ଓ ଦଳଗତ ଓଡ଼ିଶୀ ନୃତ୍ୟ ପ୍ରଦର୍ଶିତ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ସାଂସ୍କୃତିକ ମହୋତ୍ସବର ମହାକୁମ୍ଭ। ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେଉଛି ମୁକ୍ତେଶ୍ୱର ନୃତ୍ୟ ମହୋତ୍ସବ।

ଆଜି ମୁକ୍ତେଶ୍ୱର ନୃତ୍ୟ ମହୋତ୍ସବର ଉଦଘାଟନୀ ସମାରୋହରେ କେନ୍ଦ୍ର ବିଦେଶ ମନ୍ତ୍ରାଳୟର ମନ୍ତ୍ରୀ ଏସ. ଜୟଶଙ୍କର, ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ସଂସ୍କୃତି ମନ୍ତ୍ରୀ  ସୂର୍ଯ୍ୟବଂଶୀ ସୂରଜ, ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂ ଦେଓ, ଏକାମ୍ର ଭୁବନେଶ୍ୱର ବିଧାୟକ  ବାବୁ ସିଂ, ଗୁରୁଜୀ ଡ଼. ଚନ୍ଦ୍ରଭାନୁ ଶତପଥୀ ଆଦି ଅତିଥି ଭାବେ ଯୋଗ ଦେଇ ନୃତ୍ୟ ଓ ସଂଗୀତ ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

- Advertisement -

ଆଜି ପ୍ରଥମ ଦିନରେ ବିଶିଷ୍ଟ କଣ୍ଠଶିଳ୍ପୀ ଅଭିଲିପ୍ସା ପଣ୍ଡାଙ୍କ ଦ୍ୱାରା ହର ହର ଶମ୍ଭୁ ସଂଗୀତ ପରିବେଷଣ କରାଯାଇଥିଲା। ଏହାପରେ ନୃତ୍ୟଶିଳ୍ପୀ ଦେବାଶିଷ ପଟ୍ଟନାୟକ ଓମ୍ ଧେୟମ୍ ନିତ୍ୟମ୍ ମହେଶମ୍ ମଙ୍ଗଳାଚରଣ, ରାଗଶ୍ରୀ ପଲ୍ଲବୀ, ଶିବାଷ୍ଟକମ୍ ଓଡ଼ିଶୀ ନୃତ୍ୟରେ ପ୍ରଭୁଙ୍କ ବନ୍ଦନା କରିବା ସହ ସମସ୍ତ ଦର୍ଶକମାନଙ୍କୁ ବିମୋହିତ କରିଥିଲେ। ନିତ୍ୟାନନ୍ଦ ଦାସ ଓ ବିଜୟ କୁମାର ଦାଶଙ୍କ ଦ୍ୱାରା ଦ୍ୱେତ ଓଡ଼ିଶୀ ଏବଂ ପୁଷ୍ପିତା ମିଶ୍ର ଓ ଗ୍ରୁପ ଦ୍ୱାରା ପ୍ରଦର୍ଶିତ ଦଳଗତ ଓଡ଼ିଶୀ ନୃତ୍ୟ ମଧ୍ୟ ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା।

ପ୍ରକାଶଯୋଗ୍ୟ ଯେ, ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ୧୧ ଜାନୁୟାରୀ ପର୍ଯ୍ୟନ୍ତ ମୁକ୍ତେଶ୍ୱର ନୃତ୍ୟ ମହୋତ୍ସବ ଅନୁଷ୍ଠିତ ହେବ। ମୁକ୍ତେଶ୍ୱରର ମୁକ୍ତାକାଶ ରଙ୍ଗମଞ୍ଚରେ ନୃତ୍ୟ ଶିଳ୍ପୀମାନେ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରିବା ସହ କଣ୍ଠଶିଳ୍ପୀମାନେ ମଧ୍ୟ ସଂଗୀତ ପରିବେଷଣ କରିବେ। ଏହି ସମୟ ମଧ୍ୟରେ ପ୍ରବାସୀ ଭାରତୀୟ ଦିବସ ମଧ୍ୟ ଅନୁଷ୍ଠିତ ହେଉଥିବାରୁ ରାଜ୍ୟ ଓ ଦେଶ ବାହାରୁ ଆସୁଥିବା ଅତିଥିମାନେ ମଧ୍ୟ ଏହି ମହୋତ୍ସବ ମାଧ୍ୟମରେ ଆମ ଗୌରବମୟ ସଂସ୍କୃତି ଓ ପରମ୍ପରା ସମ୍ବନ୍ଧରେ ଅବଗତ ହୋଇପାରିବେ ବୋଲି ଲକ୍ଷ୍ୟ ରଖା ଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories