www.samajalive.in
Sunday, December 14, 2025
19.1 C
Bhubaneswar

ଧରାପଡ଼ିଲେ ହଂସିତାଙ୍କ ଅସଲ ସ୍ଵାମୀ

ସମାଜ ଡିଜିଟାଲ ଡେସ୍କ: ହାଇପ୍ରୋଫାଇଲ ଠକ ହଂସିତା ଅଭିଲିପ୍ସାଙ୍କ ଅଲସ ସ୍ଵାମୀଙ୍କୁ ଧରିଛି ଆୟକର ବିଭାଗ। ଖଣ୍ଡଗିରିର ଏକ ଆପାର୍ଟମେଣ୍ଟକୁ ଲୁଚି ପଳାଉଥିବା ସମୟରେ ତାଙ୍କୁ ଆୟକର ଅଧିକାରୀମାନେ ଧରିଛନ୍ତି। ସେ ହେଲେ ସରୋଜ ସାହୁ। ତାଙ୍କ ଘର ଗଞ୍ଜାମରେ। ସେ ଜଣେ ବ୍ୟବସାୟୀ ବୋଲି ଜଣାପଡ଼ିଛି। ହଂସିତାଙ୍କ ବେନାମୀ ସମ୍ପତ୍ତି ସରୋଜଙ୍କ ନାମରେ ରହିଥିବା ଆୟକର ବିଭାଗ ଜାଣିଥିଲା। ତେଣୁ ତାଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା।

ପୂର୍ବରୁ କଂଗ୍ରେସ ନେତା ମନୋଜ ଆଚାର୍ଯ୍ୟ ହଂସିତାଙ୍କ ସ୍ଵାମୀ ବୋଲି କୁହାଯାଉଥିଲା। ରାଜଧାନୀ ଭୁବନେଶ୍ଵରରୁ ଏହି ହାଇପ୍ରୋଫାଇଲ ଠକ ଦମ୍ପତିଙ୍କୁ ପ୍ରଥମେ ଗିରଫ କରାଯାଇଥିଲା। ଏହା ପରେ ସରୋଜ ତାଙ୍କର ପ୍ରକୃତ ସ୍ଵାମୀ ବୋଲି ଜଣାପଡ଼ିଥିଲା। ହଂସିତା ଏବଂ ମନୋଜଙ୍କୁ ଗିରଫ କରାଯିବା ପରେ ବାଲିଗୁଡ଼ାସ୍ଥିତ ଘରେ ଚଢାଉ କରାଯାଇଥିଲା। ସେପଟେ ଭୁବନେଶ୍ବରରେ ତାଙ୍କ ସହଯୋଗୀ ଅନୀଲ ମହାନ୍ତିଙ୍କ ଘରେ ମଧ୍ୟ ଚଢ଼ାଉ ହୋଇଥିଲା। ମଙ୍ଗଳବାର ବିଭାଗ ପକ୍ଷରୁ ଭୁବନେଶ୍ୱରରେ ଥିବା କମ୍ପାନୀ, କାର୍ଯ୍ୟାଳୟ ଓ ଘର ସମେତ ୧୨ଟି ସ୍ଥାନରେ ଏକସଙ୍ଗେ ଚଢ଼ଉ କରି ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିଲା। ଅଭିଯୁକ୍ତ ଅନିଲ ମହାନ୍ତିଙ୍କ ଦାମିକିଆ କାର୍‌ ଦୁଇଟି ପୋରସେ ଓ ଜାଗୁଆରକୁ ଆୟକର ବିଭାଗ ଜବତ କରିଥିଲା।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories