www.samajalive.in
Sunday, December 14, 2025
19.1 C
Bhubaneswar

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର
ୱାଶିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ବିରୋଧରେ ଯେଉଁ ୫୦ ପ୍ରତିଶତ ବାଣିଜ୍ୟିକ ଶୁଳ୍କ ଲାଗୁ କରିଛନ୍ତି, ତାହାକୁ ସେଠାରେ ବିରୋଧ କରାଯାଉଛି। ଭାରତ ବିରୋଧରେ ଲାଗୁ କରାଯାଇଥିବା ଏହି ଶୁଳ୍କକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଆମେରିକାର ତିନିଜଣ ସିନେଟର ଦେବୋରାହ ରସ୍‌, ମାର୍କ ଭିସି ଓ ରାଜା କୃଷ୍ଣମୂର୍ତ୍ତି ସିନେଟରେ ଏକ ପ୍ରସ୍ତାବ ଆଗତ କରିଥିବା ଜଣାପଡିଛି। ଭାରତ ସମେତ ବ୍ରାଜିଲ ଓ ଚୀନ୍‌ ଉପରେ ଲାଗୁ କରାଯାଇଥିବା ଶୁଳ୍କ ପ୍ରତ୍ୟାହାର ପାଇଁ ମଧ୍ୟ ଏମାନେ ପ୍ରସ୍ତାବରେ ଦାବି ଜଣାଇଛନ୍ତି। ଗତ ଅଗଷ୍ଟରେ ଟ୍ରମ୍ପ ପ୍ରଥମେ ଭାରତ ଉପରେ ୨୫ ପ୍ରତିଶତ ରପ୍ତାନି ଶୁଳ୍କ ଲାଗୁ କରିଥିଲେ। ତେବେ ଭାରତ ରୁ​‌ଷ୍‌ ନିକଟରୁ ତେଲ କିଣୁଥିବାରୁ ଟ୍ରମ୍ପ ଆଉ ୨୫ ପ୍ରତିଶତ ଶୁଳ୍କ ବୃଦ୍ଧି କରିବାରୁ ଏହା ୫୦ ପ୍ରତିଶତ ଛୁଇଁଛି। ରସ୍‌ କହିଛନ୍ତି ଯେ ଭାରତ ସହ ଆମେରିକାର ନର୍ଥ କ୍ୟାରୋଲାଇନା ପ୍ରଦେଶର ଗଭୀର ବାଣିଜ୍ୟିକ ସମ୍ପର୍କ ରହିଛି। ଏଭଳି ଶୁଳ୍କ ଲାଗୁ କରାଯିବା ଫଳରେ ଏଠାକାର ବ୍ୟବସାୟୀ ଅଧିକ ମାତ୍ରାରେ ପ୍ରଭାବିତ ହେଉଛନ୍ତି। ପୁନଶ୍ଚ ଭାରତୀୟ ସାମଗ୍ରୀ କିଣିବା ପାଇଁ ଆମେରିକୀୟଙ୍କୁ ଅଧିକ ମୂଲ୍ୟ ଦେବାକୁ ପଡୁଛି। ଅର୍ଥନୈତିକ, ସାଂସ୍କୃତିକ ଏବଂ ରଣନୀତି ଦୃଷ୍ଟିକୋଣରୁ ଭାରତ ସବୁବେଳେ ଉତ୍ତମ ସହଯୋଗୀ ରାଷ୍ଟ୍ର ଭାବେ ବିବେଚିତ ହୋଇଥାଏ। ତେଣୁ ଏଭଳି ଶୁଳ୍କ ଲାଗୁ କରାଯିବା ଫଳରେ ଦ୍ବିପାକ୍ଷିକ ସମ୍ପର୍କ ତିକ୍ତ ହେଉଛି ବୋଲି ଭିସି କହିଛନ୍ତି। ରପ୍ତାନି ଶୁଳ୍କ ବୃଦ୍ଧି ଯୋଗୁଁ ଭାରତୀୟ ବ୍ୟବସାୟୀ ଅସୁବିଧା ଭୋଗିବେ ସତ, ତେବେ ଆମେରିକାର ମାର୍କେଟ ଉପରେ ମଧ୍ୟ ଏହାର ପ୍ରତିକୂଳ ପ୍ରଭାବ ପଡିବ ବୋଲି କୃଷ୍ଣମୂର୍ତ୍ତି ଚେତାବନୀ ଦେଇଛନ୍ତି। ରପ୍ତାନି ଶୁଳ୍କ ପ୍ରତ୍ୟାହାର କରି ଭାରତ ସହ ଦ୍ବିପାକ୍ଷିିକ ସମ୍ପର୍କ ସୁଦୃଢ କରିବାକୁ ଗତ ଅକ୍ଟୋବରରେ ଏହି ତିନିଜଣ ସିନେଟର ଟ୍ରମ୍ପଙ୍କୁ ପରାମର୍ଶ ଦେଇଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories