ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ ଜିତ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ପୂର୍ବରୁ ଖେଳାଯାଇଥିବା ୨ଟି ମ୍ୟାଚରେ ଉଭୟ ଦଳ ଗୋଟିଏ ଲେଖାଏ ମ୍ୟାଚ ଜିତି ସମାନ ସ୍ଥିତିରେ ରହିଛନ୍ତି। ୫ ମ୍ୟାଚ ବିଶିଷ୍ଟ ଏହି ସିରିଜର ୩ୟ ମ୍ୟାଚରେ ଯେଉଁ ଦଳ ବିଜୟୀ ହେବ ସେ ଆଗରେ ରହିବ। ତେଣୁ ଉଭୟ ଦଳ ଏହି ମ୍ୟାଚ ହାତେଇବାକୁ ପ୍ରାଣପ୍ରଣେ ଉଦ୍ୟମ କରିବେ।
ଟିମ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ ଅଭିଶେକ ଶର୍ମା, ଶୁବମନ ଗିଲ୍, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଜିତେଶ ଶର୍ମା, ହର୍ଶିତ ରାଣା, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂହ, କୁଳଦୀପ ଯାଦବ ରହିଛନ୍ତି।



