ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା T-20 ସିରିଜର ତୃତୀୟ ମ୍ୟାଚରେ ବିଜୟ ହାସଲ କରିଛି ଭାରତ । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ । ଭାରତୀୟ ବୋଲରଙ୍କ ଆକ୍ରମଣାତ୍ମକ ବୋଲିଂ ଆଗରେ ବେଶୀ ସମୟ ତିଷ୍ଠି ପାରିନଥିଲେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ । ପ୍ରଥମ ୭ ରନ୍ ମଧ୍ୟରେ ୩ଟି ୱିକେଟ୍ ପଡ଼ିଯାଇଥିଲା । ତେବେ ସୀମିତ ୨୦ ଓଭରରେ ୧୧୭ ରନ୍ କରିବାକୁ ସକ୍ଷମ ହୋଇଥିଲା ଦକ୍ଷିଣ ଆଫ୍ରିକା ।

ଅଧିନାୟକ ମାକରମ୍ ଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ଖେଳାଳି ସେଭଳି ଆଖିଦୃଶିଆ ରନ୍ ସ୍କୋର କରିପାରି ନଥିଲେ । ତେବେ ୧୧୮ ରନ୍ ର ପିଛା କରି ଟିମ୍ ଇଣ୍ଡିଆର ୪ ଜଣ ବ୍ୟାଟ୍ସ ମ୍ୟାନ ରନ୍ ବାଣ୍ଟି ନେଇଥିଲେ । ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରି ଭଲ ଆରମ୍ଭ ଦେଇଥିଲେ ଅଭିଷେକ । ପରେ ଗିଲ୍, ତିଳକ ବର୍ମା ମଧ୍ୟ ଉପଯୁକ୍ତ ସାଥ୍ ଦେଇଥିଲେ । ମାତ୍ର ପୁଣି ବ୍ୟାଟିଂରେ ବିଫଳ ହେଲେ କ୍ୟାପଟେନ୍ ସୂର୍ଯ୍ୟକୁମାର । ତେବେ ତୃତୀୟ ଦିନିକିଆକୁ ୭ ୱିକେଟ୍ ରେ ଜିତି ସିରିଜରେ ୨-୧ରେ ଆଗୁଆ ରହିଛି ଭାରତ



