ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19 ଏସିଆ କପ୍ ରେ ଭାରତ ତାର ଦ୍ବିତୀୟ ମ୍ୟାଚରେ ଲଗାତାର ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଆରୋନ ଗର୍ଗଙ୍କ ଧୂଆଁଧାର ୮୮ ବଲରେ ୮୫ ରନ୍ ବଳରେ ୨୪୦ ରନ୍ କରିଥିଲା । ତେବେ ୨୪୧ ରନ୍ ବିଜୟଲକ୍ଷ୍ୟକୁ ପିଛା କରିଥିବା ପାକିସ୍ତାନ ଟିମ୍ ପ୍ରାରମ୍ଭିକ ବ୍ୟାଟିଂ ବପର୍ଯ୍ୟୟର ସମ୍ମୁଖିନ ହୋଇଥିଲା ।
ପାକିସ୍ତାନ ଅଧିନାୟକ ଫରହାନ ୟୁସୁଫଙ୍କ ସମେତ ତିନି ଜଣ ବ୍ୟାଟରଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଭାରତ ପକ୍ଷରୁ କନିକ୍ସ ଚୌହାନ ଏବଂ ଦୀପେଶ ଦେବେନ୍ଦ୍ରନ ୩ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ୧୪ ବର୍ଷୀୟ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ତାଙ୍କ ବୋଲିଂର କମାଲ ଦେଖାଇ ପାକିସ୍ତାନି ଅଧିନାୟକଙ୍କୁ ଆଉଟ କରିଥିଲେ । ମାତ୍ର ୧୫୦ ରନ୍ କରି ଅଲଆଉଟ ହୋଇଯାଇଥିଲା ପାକିସ୍ତାନ ।

ଟିମ୍ ଇଣ୍ଡିଆ ଦୁଇଟି ମ୍ୟାଚ ଖେଳି ଦୁଇଟିରେ ବିଜୟ ହାସଲ କରିବା ସହ ୪ ପଏଣ୍ଟ ପାଇ ଗ୍ରୁପ-ଏ ର ଶୀର୍ଷ ସ୍ଥାନରେ ରହିଛି ।



