www.samajalive.in
Monday, December 15, 2025
15.1 C
Bhubaneswar

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି ଠାରେ ୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକଙ୍କ ସଂଯୋଜନାରେ କ୍ରୀଡା ଉତ୍ସବକୁ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ରଘୁରାମ ଆର ଆୟାର ଯୋଗଦେଇ ଉଦ୍ଘାଟନ କରିଥିଲେ ।

ପ୍ରତିଯୋଗିତାରେ ୨୪ ଟି ଜିଲ୍ଲାରୁ ମୋଟ୍ ୧୭୬ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ପ୍ରତ୍ୟେକ ଜିଲ୍ଲାର ୬ ଜଣ ଲେଖାଏଁ ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଛନ୍ତି । ୨୪ଟି ଜିଲାରୁ ପୁଅ ଓ ୧୫ ଜିଲାରୁ ଝିଅ ମାନଙ୍କୁ ଚୟନ କରାଯାଇଥିବା ଜଣାପଡିଛି। ଶିକ୍ଷାଦାନ ସହିତ କ୍ରୀଡା ଅଙ୍ଗାଙ୍ଗୀ ଭାବେ ଜଡିତ ଓ ଏହା ପୂର୍ଣାଙ୍ଗ ବିକାଶରେ ସାମିଲ୍ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ପଣ୍ଡିତ ବରଦାକାନ୍ତ ଜେନା, ଅର୍ଣପୂର୍ଣା ଚୁଳି ମଞ୍ଚ ପରିଚାଳନା କରିଥିଲେ।

- Advertisement -

ପ୍ରଥମଥର ପାଇଁ ପେଣ୍ଠ ବେଳାଭୂମିରେ ରାଜ୍ୟ ସ୍ତରୀୟ ଭଲିବଲ ପ୍ରତିଯୋଗିତା ୧୭ ବର୍ଷରୁ କମ ବୟସର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ଏହି ସମୀରଣ ମଣ୍ଡଳ ଓ ସୁଲତା ପ୍ରମୁଖ ମଞ୍ଚ ପରିଚାଳନା ରେ ସହଯୋଗ କରିଥିଲେ। ଜିଲ୍ଲା ଶାରୀରିକ ଶିକ୍ଷା ପ୍ରମୁଖ ସ୍ମିତା ପ୍ରତିଭା ସାହୁ ଧନ୍ଯବାଦ ଅର୍ପଣ କରିଥିଲେ। ଶେଷରେ କ୍ରୁଷ୍ଣନଗର ଶଶିଭୂଷଣ ଉଚ୍ଚ ବିଦ୍ଯାଳୟ, ବାସୁଦେବ ଉଚ୍ଚ ବିଦ୍ଯାଳୟ କଣ୍ଡିରା, ବାପୁଜୀ ବିଦ୍ଯାଶ୍ରମ ବଳଭଦ୍ରପୁର ଓ ହରେକୃଷ୍ଣ ଉଚ୍ଚ ବିଦ୍ଯାଳୟ ଡାମରପୁର ଓ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ଯାଳୟ ସାଂସ୍କୃତିକ ନ୍ରୁତ୍ଯ ପରିବେଷଣ କରିଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories