www.samajalive.in
Sunday, December 14, 2025
26.1 C
Bhubaneswar

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ବାରରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ୧୫୫ଟି ବାର ଉପରେ ଅବକାରୀ ବିଭାଗ ଚଢାଉ କରିଥିବା ସୂଚନା ମିଳିଛି । ଅବକାରୀ ଅଧିକ୍ଷକଙ୍କ ନେତୃତ୍ୱରେ ବିଳମ୍ବିତ ରାତିରେ ୫ଟି ଟିମ ଚଢାଉ କରିଥିଲା । ଚନ୍ଦ୍ରଶେଖରପୁରର ଦୁଇଟି ସ୍ଥାନରେ ଚଢାଉ ବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଅବକାରୀ ଟିମ୍‌ ଉପରେ ଆକ୍ରମଣ ଦୁଇ ଜଣ ଯୁବକଙ୍କୁ ଅଟକ ରଖାଯାଇଛି ।

ବିଳମ୍ବିତ ରାତିରେ ବିଭିନ୍ନ ବାର, ରେଷ୍ଟୁରାଣ୍ଟ ଓ ବିୟର ପାର୍ଲର ଗୁଡିକରେ ଚଢାଉ କରାଯାଇଛି । ଅବକାରୀ ଅଧିକ୍ଷକ କହିଛନ୍ତି ନୂଆ ବର୍ଷ ପୂର୍ବରୁ ସମସ୍ତଙ୍କୁ ସତର୍କ କରାଇବାକୁ ଚାହୁଁଛୁ । ବାରଗୁଡିକ ସଠିକ୍‌ ସମୟରେ ବନ୍ଦ କରାଯାଉ, ଯୁବ ଏବଂ ବୟସ୍କମାନେ ଅତ୍ୟଧିକ ମାତ୍ରାରେ ନିଶା ସେବନ ନକରନ୍ତୁ । ସମୟର ପ୍ରାବନ୍ଧିକୁ କେହି ନମାନିଲେ କାର୍ଯ୍ୟାନୁଷ୍ଠାନ ହେବ । ବାରର ଲାଇସେନ୍ସ ମଧ୍ୟ ଯାଞ୍ଚ କରାଯାଇଛି । ପାର୍ବଣ ଋତୁରେ ପ୍ରତିଦିନ ପାଟ୍ରୋଲିଂ କରାଯିବ, ଯିଏ ବି ନିୟମ ଭାଙ୍ଗିବ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories