www.samajalive.in
Saturday, December 13, 2025
23.1 C
Bhubaneswar

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬ ଦିନ ପରେ ତାଙ୍କ ସମ୍ପର୍କୀୟ ମଉସା ହତ୍ୟା ଅଭିଯୋଗ ଆଣିଛନ୍ତି। ସମ୍ପର୍କୀୟ ମଉସା, ନୟାଗଡ଼ ଜିଲା ଓଡଗାଁ ଗ୍ରାମର ନରେନ୍ଦ୍ର ମିଶ୍ର ଶୁକ୍ରବାର ଧାମନଗର ଥାନାରେ ଏଥି ନେଇ ଏତଲା ଦେଇଛନ୍ତି। ଗୁରୁ ପୃଷ୍ଟି ଇନ୍ଦ୍ରଭୁବନ ଯାତ୍ରା ଦଳର ଜଣେ ହାସ୍ୟ ଅଭିନେତା। ଗତ ୭ ତାରିଖ ରାତିରେ ଧାମନଗର ଥାନା ଷେଣ୍ଢପୁରରେ ଯାତ୍ରା ଦଳର ନାଟକ ମଞ୍ଚସ୍ଥ ହେବାର ଥିଲା। ଗୁରୁ ଭଦ୍ରକରୁ ଷେଣ୍ଢପୁର ଆସୁଥିବା ସମୟରେ ୧୬ ନମ୍ବର ଜାତୀୟ ରାଜପଥ ଚିଙ୍ଗୁଡିପୁର ନିକଟରେ ଦୁର୍ଘଟଣା ଘଟି ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ସମ୍ପର୍କୀୟ ମଉସା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଗୁରୁଙ୍କର ମୃତ୍ୟୁ ଦୁର୍ଘଟଣାଜନିତ ନୁହେଁ। ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ଏ ନେଇ ଥାନାଧିକାରୀ ରଞ୍ଜନ କୁମାର ସେଠୀ କହିଛନ୍ତି ଯେ ଏନେଇ ଏକ ମାମଲା ରୁଜୁ ସହ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରହିଛି। ଦୁର୍ଘଟଣାସ୍ଥଳରୁ ଗୁରୁଙ୍କ ଦୁଇଟି ମୋବାଇଲ ଫୋନ ମଧ୍ୟରୁ ସେଦିନ ପୁଲିସ ଗୋଟିଏ ଜବତ କରିଥିବାବେଳେ ଗତକାଲି(ଗୁରୁବାର) ଅନ୍ୟ ମୋବାଇଲଟି ମିଳିଛି। ଗୁରୁଙ୍କ ଦୁଇଟି ମୋବାଇଲ ଫୋନ ପୁଲିସ ଆଜି ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ହ୍ବାଟ୍‌ସ ଆପ ଚାର୍ଟ ସହିତ କଲ ଯାଞ୍ଚ କଲେ ଅଧିକ ତଥ୍ୟ ମିଳିବ ବୋଲି ଆଲୋଚନା ହେଉଛି।

Hot this week

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

Related Articles

Popular Categories