www.samajalive.in
Saturday, December 13, 2025
23.1 C
Bhubaneswar

“ବଳଦଙ୍କୁ ଖାଇଗଲା ବୋଲି, ବାଘକୁ ବିଷ ଦେଇ ମାରିଦେଲି”

ବଣାଇ : ତିନି ବଳଦ ଜଙ୍ଗଲକୁ ଚରିବାକୁ ଯାଇ ଆଉ ଫେରି ନଥିଲେ। ଚାରି ଦିନ ପରେ ବଳଦଙ୍କ ମଢ଼ ଦେଖି ଶୋକାଭିଭୂତ ହୋଇ ପଡ଼ିଥିଲେ ଚାଷୀ ସୁନ୍ଦରଗଡ଼ ଜିଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ କୁସୁମଡିହି ଗାଁର ନୂଆସ ଖେସ। କୌଣସି ବନ୍ୟ ଜନ୍ତୁ ତାଙ୍କ ବଦଳଙ୍କୁ ମାରି ଖାଇଥିବା ସେ ଜାଣି ପ୍ରତିଶୋଧ ନେବାକୁ ମନେ ମନେ ଚିନ୍ତା କରି ମଢ଼ ଦେହରେ ବିଷ ବୋଳି ଦେଇଥିଲେ। ୧୧ ତାରିଖରେ ବିଷ ବୋଳା ବଳଦ ମାଂସ ଖାଇ ଏକ କଲରାପତରିଆର ମୃତ୍ୟୁ ଘଟିଛି। ବାଘ ମାରିଥିବା ଅଭିଯୋଗରେ ଚାଷୀ ନୂଆସଙ୍କୁ ଗିରଫ କରାଯାଇଛି। ଆଜି ନୂଆସକୁ ଜଙ୍ଗଲକୁ ନିଆଯାଇଥିଲା। ସେ ବଳଦ ମଢ଼ରେ କିପରି ବିଷ ମିଶାଇଥିଲା ତାହା ଘଟଣାସ୍ଥଳରେ ବର୍ଣ୍ଣନା କରିଥିଲା। ରାଉରକେଲା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପି ରାମାସ୍ବାମୀ, ବଣାଇ ବନଖଣ୍ଡ ଅଧିକାରୀ ଲଳିତ କୁମାର ପାତ୍ର ଓ ସ୍ଥାନୀୟ ସରପଞ୍ଚ ସସ୍ମିତା ଏକ୍କାଙ୍କ ଉପସ୍ଥିତିରେ ବଣାଇ ଓ ଗୁରୁଣ୍ଡିଆର ପ୍ରାଣୀ ଚିକିତ୍ସକ ଦଳ କଲରାପତରିଆର ଶବ ବ୍ୟବଚ୍ଛେଦ କରିଛନ୍ତି। ତା’ ମୃତଦେହକୁ ସେଠାରେ ପୋତି ଦିଆଯାଇଥିବା ବଣାଇ ବନଖଣ୍ଡ ଅଧିକାରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।

Hot this week

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

ଚିନ୍ତାକଳ୍ପ : ସେବକ ନୁହେଁ, ସଖା

ପଞ୍ଜାବର ନାମୀ ସମାଜ ସଂସ୍କାରକ ଭାବରେ ଖ୍ୟାତି ଥିଲା ରାୟ ବାହାଦୁର...

ସମ୍ପାଦକୀୟ : ନାଇଡୁଙ୍କ ପରଖ

ବେଗ ଅପେକ୍ଷା ଗୁଣବତ୍ତା ଅଧିକ ଜରୁରୀ ସାଧାରଣତଃ ସରକାର କିପରି ଚାଲିଛି, ମନ୍ତ୍ରୀମାନେ...

ଲକ୍ଷ୍ମୀଙ୍କ କୃପାରୁ ବିଛା ରାଶିରେ ହେବ ପ୍ରଚୁର ଧନ ବର୍ଷା; ନୂତନ ବର୍ଷରେ ବଦଳିବ ଭାଗ୍ୟ, ସତର୍କ ରୁହନ୍ତୁ

ସମାଜ ଡିଜିଟାଲ ଡେସ୍କ: ଦ୍ରିକ୍‌ ପଞ୍ଚାଙ୍ଗ ଅନୁସାରେ ୨୦୨୬ରେ ମଙ୍ଗଳ ବିଛା...

ସମ୍ପାଦକୀୟ : ରାତ୍ରି ଆଶ୍ରୟସ୍ଥଳୀ

ଏକ ମୌଳିକ ଆବଶ୍ୟକତା ଚଳିତ ବର୍ଷର ହାଡ଼ଭଙ୍ଗା ଶୀତ ପୁଣି ଥରେ ଓଡ଼ିଶାର...

Related Articles

Popular Categories