www.samajalive.in
Saturday, December 13, 2025
23.1 C
Bhubaneswar

ବାୟୁ ପ୍ରଦୂଷଣ ଆଲୋଚନା ପାଇଁ ରାହୁଲଙ୍କ ପ୍ରସ୍ତାବରେ ସରକାର ସମ୍ମତ

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ବୃଦ୍ଧିକୁ ନେଇ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହି ପ୍ରସଙ୍ଗରେ ଆଲୋଚନା କରିବା ଲାଗି ଶୁକ୍ରବାର ରାହୁଲ ଗୃହରେ ପ୍ରସ୍ତାବ ଦେଇଥିବାବେଳେ ସରକାର ଏଥିରେ ସମ୍ମତି ପ୍ରକାଶ କରିଛନ୍ତି। ଗୃହରେ ରାହୁଲ କହିଥିଲେ ଯେ ପ୍ରମୁଖ ସହରରେ ବାୟୁ ପ୍ରଦୂଷଣ ଯୋଗଁୁ ପରିବେଶ ବିଷାକ୍ତ ହେବାରେ ଲାଗିଛି। ପ୍ରଦୂଷିତ ବାୟୁ ଯୋଗୁଁ ଲକ୍ଷଲକ୍ଷ ଶିଶୁ ଓ ବୟସ୍କ ଲୋକ ରୋଗାକ୍ରାନ୍ତ ହେଉଛନ୍ତି। ତେଣୁ ଏହି ପ୍ରସଙ୍ଗରେ ଗୃହରେ ଆଲୋଚନା ହେବା ଜରୁରୀ। ଏହା ଏକ ବୈଚାରିକ ପ୍ରସଙ୍ଗ। ଆଶା ଗୃହର ସମସ୍ତ ସଦସ୍ୟ ଏହା ଉପରେ ଆଲୋଚନା ପାଇଁ ସମ୍ମତ ହେବେ। ଆଲୋଚନା ଆଧାରରେ ପ୍ରଦୂଷଣକୁ ନିୟନ୍ତ୍ରଣ ପାଇଁ ସରକାରଙ୍କ ଯୋଜନା ଓ ପଦକ୍ଷେପକୁ ବିରୋଧୀ ପକ୍ଷ ସମର୍ଥନ କରିବେ ବୋଲି ରାହୁଲ ଘୋଷଣା କରିଥିଲେ। ଏହି ପ୍ରସଙ୍ଗରେ ଶାସକ ଓ ବିରୋଧୀ ପରସ୍ପରକୁ ଦୋଷାରୋପ କରିବା ଠିକ୍ ନୁହେଁ ବୋଲି ରାହୁଲ କହିଥିଲେ। ରାହୁଲଙ୍କ ଏପରି ମନ୍ତବ୍ୟ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଥିଲେ ଯେ ସରକାର ବାୟୁ ପ୍ରଦୂଷଣ ପ୍ରସଙ୍ଗରେ ଆଲୋଚନା କରିବାକୁ ଆଗ୍ରହୀ। ଲୋକସଭା ବିଜନେସ୍ ଆଡଭାଇଜରୀ କମିଟି ଏଥିପାଇଁ ଦିନ ଓ ସମୟ ଧାର୍ଯ୍ୟ କରିବ। ରାହୁଲଙ୍କ ପ୍ରସ୍ତାବ ଉପରେ ତାଙ୍କ ଭଉଣୀ ତଥା ୱାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ସମ୍ମତି ପ୍ରକାଶ କରିଥିଲେ। ଶୁକ୍ରବାର ଦିଲ୍ଲୀର ବାୟୁ ମାନକ ସୂଚକାଙ୍କ (ଏୟାର କ୍ବାଲିଟି ଇଣ୍ଡେକ୍ସ) ୩୩୨ ରହିଥିଲା। ଯାହା ଅତି ନିମ୍ନ ମାନର ବୋଲି ବିବେଚିତ।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories