ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି। ତାଙ୍କୁ ପୁଣି ଥରେ ଗିରଫ କରାଯାଇଥିବା ସୂଚନା ମିଳିଛି। ଡିସେମ୍ବର ୧୨ ତାରିଖରେ ତାଙ୍କ ସମର୍ଥକମାନେ ଦାବି କରିଥିଲେ ଯେ ଜଣେ ମାନବାଧିକାର ଓକିଲଙ୍କ ସ୍ମୃତିସଭାରେ ଯୋଗଦେବା ସମୟରେ ତାଙ୍କୁ ବଳପୂର୍ବକ ଗିରଫ କରାଯାଇଥିଲା। ବର୍ତ୍ତମାନ୍ ପର୍ଯ୍ୟନ୍ତ ଏହି ମାମଲାରେ ଇରାନ୍ ପକ୍ଷରୁ କୌଣସି ବୟାନ ଜାରି ହୋଇନି। ଏହି ଖବର ଗଣମାଧ୍ୟମରେ ଆସିବା ପରେ ନରୱେଜିଆନ୍ ନୋବେଲ୍ କମିଟି ମହମ୍ମଦିଙ୍କ “କ୍ରୁର ଗିରଫଦାରୀ”କୁ ନିନ୍ଦା କରିଛି। ଏବଂ ତାଙ୍କ ସୁରକ୍ଷା ଏବଂ ତୁରନ୍ତ ମୁକ୍ତି ପାଇଁ ଅପିଲ୍ କରିଛି। ନର୍ଗିସ୍ ଙ୍କୁ ଏପର୍ଯ୍ୟନ୍ତ ୧୩ ଥର ଗିରଫ କରାଯାଇଛି। ତାଙ୍କୁ ମୋଟ ୩୬ ବର୍ଷ ଜେଲଦଣ୍ଡ ହୋଇଛି।
୫୨ ବର୍ଷୀୟା ନର୍ଗିସ୍ ମହମ୍ମଦୀ ମହିଳା ଓ ଶିଶୁ ଅଧିକାର ଏବଂ ଇରାନର ମହସା ଆମିନୀ ବିରୋଧୀ ଆନ୍ଦୋଳନ ଉପରେ ତାଙ୍କର କାର୍ଯ୍ୟ ପାଇଁ ୨୦୨୩ ମସିହାରେ ନୋବେଲ୍ ଶାନ୍ତି ପୁରସ୍କାର ପାଇଥିଲେ। ନର୍ଗିସ୍ ୨୦୧୦ ମସିହା ରୁ ନିରନ୍ତର ଜେଲରେ ଅଛନ୍ତି। ଯେଉଁଠାରେ ତାଙ୍କୁ ୧୦୦ରୁ ଅଧିକ ଥର ଚାବୁକ ମାଡ଼ କରାଯାଇଥିଲା। ଗତ ବର୍ଷ ନର୍ଗିସ୍ଙ୍କ ଚିକିତ୍ସା କାରଣରୁ ମୁକ୍ତ କରାଯିବା ପରଠାରୁ, ଖାମେନି ସରକାର ତାଙ୍କୁ ଏବେ କାହିଁକି ପୁର୍ନବାର ଗିରଫ କରାଯାଇଛି , ସେ ବିଷୟରେ ନୀରବ ରହିଛନ୍ତି।



