ଭୁବନେଶ୍ୱର – ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ ସବ-ଇନ୍ସପେକ୍ଟର ଅମିନ ଖାନ ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଜବତ ଟ୍ରାକ୍ଟର ଏବଂ ଟ୍ରଲରକୁ ଛାଡିବା ପାଇଁ ଗାଡି ମାଲିକଙ୍କଠାରୁ ଲାଞ୍ଚ ଦାବି କରିବା ଏବଂ ନେବା ଅଭିଯୋଗରେ ସେ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଗିରଫ ହୋଇଥିଲେ ।
ଅଧିକ ପଢନ୍ତୁ- ସୁନାଦର ରେକର୍ଡ ଭାଙ୍ଗିଲା
ଅଧିକ ପଢନ୍ତୁ -ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା
ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଅମିନ୍ଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦,୦୦୦ ଟଙ୍କା ଜରିମାନା ଦେବା ପାଇଁ ଅଦାଲତ ନିର୍ଦେଶ ଦେଇଛନ୍ତି ।
ଅଧିକ ପଢନ୍ତୁ -ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ
ଅଧିକ ପଢନ୍ତୁ – କମୁନି ‘ଧୁରନ୍ଧର’ର କ୍ରେଜ୍।
ଦୋଷୀ ସାବ୍ୟସ୍ତ ହେବା ପରେ, ଓଡ଼ିଶା ଭିଜିଲାନ୍ସ ଏବେ ଭୁବନେଶ୍ୱରର ନନ୍ଦନକାନନ ପିଏସ୍ର ପୂର୍ବତନ ସବ-ଇନ୍ସପେକ୍ଟର ଅଫ୍ ପୋଲିସ (ଅବସରପ୍ରାପ୍ତ) ଅମିନ ଖାନଙ୍କ ପେନସନ୍ ବନ୍ଦ କରିବା ପାଇଁ ସକ୍ଷମ ପ୍ରାଧିକରଣଙ୍କ ନିକଟରେ ଆବେଦନ କରାଯିବ ।
ଅଧିକ ପଢନ୍ତୁ – ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ



