ନ୍ୟୁୟର୍କ – ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍ ଓ ୟୁକ୍ରେନ୍ର ଯୁଦ୍ଧ ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଶଙ୍କା କରିଛନ୍ତି । ଗତ ମାସରେ ଯୁଦ୍ଧରେ ୨୫,୦୦୦ ଲୋକ, ଅଧିକାଂଶ ସୈନିକ, ପ୍ରାଣ ହରାଇଥିଲେ ଏବଂ ନିରନ୍ତର ରକ୍ତପାତ ହେଉଛି ବୋଲି ହ୍ୱାଇଟ୍ ହାଉସରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଆମେରିକା ରାଷ୍ଟ୍ରପତି ପ୍ରକାଶ କରିଛନ୍ତି ।
ଅଧିକ ପଢନ୍ତୁ – ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ
ଏହି ଦୁଇ ଦେଶ ମଧ୍ୟରେ ଶତ୍ରୁତାର ତୁରନ୍ତ ଅନ୍ତ ପାଇଁ ସେ ଚେଷ୍ଟା କରୁଥିବା କଥା କହିଛନ୍ତି । ରୁଷ-ୟୁକ୍ରେନ ସଂଘର୍ଷ ସମ୍ଭାବ୍ୟ ଭାବରେ “ତୃତୀୟ ବିଶ୍ୱଯୁଦ୍ଧ”ରେ ପରିଣତ ହୋଇପାରେ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି । ହ୍ୱାଇଟ୍ ହାଉସରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ସେ ଏ ବିଷୟରେ ଆଶଙ୍କା କରିଥିଲେ ।
ଅଧିକ ପଢନ୍ତୁ – କମୁନି ‘ଧୁରନ୍ଧର’ର କ୍ରେଜ୍।
ଅଧିକ ପଢନ୍ତୁ -ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା
ପୂର୍ବୁର ରୁଷ୍ ଏବଂ ୟୁକ୍ରେନ୍ର ଯୁଦ୍ଧ ବନ୍ଦ କରିଦେବେ ବୋଲି ଟ୍ରମ୍ପ କହୁଥିଲେ । ଏବେ ତାଙ୍କ ମଧ୍ୟରେ ହତାଶା ଦେଖିବା ପାଇଁ ମିଳିଛି । ପୂର୍ବରୁ, ହ୍ୱାଇଟ୍ ହାଉସ୍ ପ୍ରେସ୍ ସଚିବ କାରୋଲିନ୍ ଲିଭିଟ୍ ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ଆମେରିକା ଚେଷ୍ଟା କରୁଥିବା କଥା ସୂଚନା ଦେଇଥିଲେ । ଚାରି ବର୍ଷ ଧରି ଚାଲିଥିବା ଯୁଦ୍ଧର ଅନ୍ତ ହେବ । ଏ ବିଷୟରେ ବିଭିନ୍ନ ୟୁରୋପୀୟ ନେତାଙ୍କ ସହ ଆଲୋଚନା ଚାଲିଥିବା କଥା ସେ କହିଛନ୍ତି ।
ଅଧିକ ପଢନ୍ତୁ -ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ


