www.samajalive.in
Friday, December 12, 2025
23.1 C
Bhubaneswar

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ଏହା ମଧ୍ୟରେ ପୁଣି ଗଣମାଧ୍ୟମରେ ଶ୍ରୀ ମୋକିମ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସରେ ଅନେକ ଅକୁହା କଥା ରହିଛି। କିଏ ଭୟରେ ତ ଆଉ କିଏ ପଦ ଚାଲିଯିବ ବୋଲି ସାହସ କରି କହିପାରୁନାହାନ୍ତି। ପ୍ରଦେଶ କଂଗ୍ରେସ ଯେଉଁ ଭଳି ଢଙ୍ଗରେ ଚାଲିଛି କେବେ ଆଗକୁ ବଢ଼ିପାରିବ ନାହିଁ। ଢାଞ୍ଚାରେ ପରିବର୍ତ୍ତନ ହେବା ଆବଶ୍ୟକ। ତେଣୁ କୌଣସି ଅସନ୍ତୋଷ ନୁହେଁ; ବରଂ ଦଳକୁ ସଜାଡ଼ିବାକୁ ଉଦ୍ୟମ ଆରମ୍ଭ କରିଛି। ସେଥିପାଇଁ ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀଙ୍କ ସମେତ ସମସ୍ତ ସିଡବ୍ଲ୍ୟୁସି ସଦସ୍ୟଙ୍କୁ ଆବେଗଭରା ଚିଠି ଲେଖିଛି। ଭାବୁଛି, ଏହି ବାର୍ତ୍ତା ନିଶ୍ଚିତ ତାଙ୍କ ନିକଟରେ ପହଞ୍ଚିବ ଏବଂ ସେ ଏହାକୁ ଗୁରୁତ୍ବର ସହ ନେବେ ବୋଲି ମୋକିମ୍‌ କହିଛନ୍ତି। ଏଥିସହ ଦଳୀୟ ନେତୃତ୍ବକୁ ପୁଣି ସେ ଆହ୍ବାନ ଦେଇଛନ୍ତି। ସେ ଗଣମାଧ୍ୟମରେ କହିଛନ୍ତି ଯେ, ଯିଏ ସଭାପତି ହେବ ସେ ସମସ୍ତଙ୍କୁ ନେଇ ଚାଲିବ। କଂଗ୍ରେସ ଜଣକୁ ନେଇ ନୁହେଁ;ବରଂ ଏକ ଟିମ୍‌ ଭାବେ କାର୍ଯ୍ୟ କଲେ ଆଗକୁ ବଢ଼ିବ। କେବଳ ରାଜ୍ୟ ନୁହେଁ କେନ୍ଦ୍ରୀୟସ୍ତରରେ ବି ଏକ ସୁଦୃଢ ଟିମ୍‌ ଗଠନ କରିବାକୁ ହେବ। କାର୍ଯ୍ୟଶୈଳୀ ପ୍ରସ୍ତୁତ କରିବା ସହ ଜିତିବା ପାଇଁ ଅଙ୍କ କଷିବାକୁ ହେବ। ରାଜ୍ୟରେ ନୂଆପଡ଼ାରେ ପୂର୍ବରୁ ସାଧାରଣ ନିର୍ବାଚନରେ ଯେଉଁ ବ୍ୟକ୍ତି ମାତ୍ର ୧୧ ହଜାର ଭୋଟରେ ହାରିଥିଲେ ଉପ ନିର୍ବାଚନରେ ୮୩ ହଜାର ଭୋଟରେ ହାରିଲେ। ପୂର୍ବରୁ ମଧ୍ୟ ୬ଟି ନିର୍ବାଚନରେ ଦଳ ପରାଜୟ ଦେଖିଲାଣି। ତେଣୁ ବିଫଳତାକୁ ଆମେ ଗ୍ରହଣ କରିବା ସହ ଆଲୋଚନା କରିବା ଦରକାର। ନଚେତ୍‌ ସପ୍ତମ ଥର ପୁଣି ପରାଜୟ ଦେଖିବାକୁ ପଡ଼ିବ ବୋଲି ସେ କହିଛନ୍ତି।

Hot this week

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

ଜାପାନରେ ୬.୭ ତୀବ୍ରତାର ଭୂକମ୍ପ : ସୁନାମି ସତର୍କତା ଜାରି

ଟୋକିଓ : ଆଜି ସକାଳେ ଜାପାନର ଉତ୍ତର ପୂର୍ବ ଉପକୂଳରେ ଶକ୍ତିଶାଳୀ...

Related Articles

Popular Categories