ଭବାନୀପାଟଣା – ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ ବାଦଲି ଗାଁରେ ଗତ ୭ ତାରିଖ ଦିନ କାଙ୍ଗାରୁ କୋର୍ଟ ବସିଥିଲା। କଂଗାରୁ କୋର୍ଟ ର ନିର୍ଦ୍ଦେଶ କ୍ରମେ ଉକ୍ତ ବୃଦ୍ଧ ଙ୍କୁ ଲଣ୍ଡା କରି, ଚପଲ ମାଳା ପିନ୍ଧାଇ କିଛିଲୋକ ଗାଁ ରେ ବୁଲାଇଥିଲେ। ଏହି ଘଟଣାର ଦୃଶ୍ୟ ମୋବାଇଲ ରୁ ମୋବାଇଲ ଘୁରି ବୁଲିବା ପରେ ସଦର ଥାନାରେ ଏକ ମାମଲା ରୁଜୁ ହେଇଛି।
ସୂଚନା ଅନୁଯାୟୀ ଗତ ୭ ତାରିଖ ଦିନ ସଦର ଥାନା ଅନ୍ତର୍ଗତ ବାଦଲି ଗାଁ ର ଜନୈକ ବୃଦ୍ଧ, ଗାଁ ନଳକୂଅ ରେ ଜଣେ ମହିଳାଙ୍କୁ ର୍ଦୁବ୍ୟବହାର କରିଥିବା ଅଭିଯୋଗ ହେଇଥିଲା। ମହିଳାଙ୍କ ପରିବାର ଏକଥା ଜାଣି ବୃଦ୍ଧ ଙ୍କୁ ପିଟିବା ପରେ ଗାଁ ର ଚଞ୍ଚରା ପଡ଼ାରେ ସଭା କରିଥିଲେ। ସ୍ଥାନୀୟ ୨ ଜଣ ୱାର୍ଡ ମେମ୍ବର ଙ୍କ ଉପସ୍ଥିତିରେ ଅନୁଷ୍ଠିତ ସେହି ସଭା ବା କଙ୍ଗାରୁ କୋର୍ଟରେ ବୃଦ୍ଧଙ୍କୁ ଅଧା ଲଣ୍ଡା କରି, ଚପଲ ମାଲ ପିନ୍ଧାଇ ଗାଁ ରେ ବୁଲାଇବାକୁ ନିଷ୍ପତ୍ତି ହେଇଥିଲା। ସେହି ଅନୁଯାୟୀ ଉକ୍ତ ବୃଦ୍ଧ ଙ୍କୁ ଲଣ୍ଡା କରି, ମୁହଁରେ କଳା ରଙ୍ଗ ଲଗାଇ, ଚପଲ ମାଳା ପିନ୍ଧାଇ କିଛି ଲୋକ ଗାଁ ରେ ତାଙ୍କୁ ବୁଲାଇଥିଲେ।
ଏହି ଘଟଣାରେ ଥାନାରେ ଅଭିଯୋଗ କଲେ ପରିଣତି ଭୟାବହ ହେବ ବୋଲି କୁଆଡେ କାଂଗାରୁ କୋର୍ଟ ରେ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଏହି ଘଟଣାର ଦୃଶ୍ୟ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲିବା ପରେ କଥାଟା ଲୋକ ଲୋଚନକୁ ଆସିଥିଲା। ଆଜି ପୀଡ଼ିତଙ୍କ ଅଭିଯୋଗ କ୍ରମେ ସଦରଥାନାରେ ଏକ ମାମଲା ରୁଜୁ ହେଇ ଘଟଣାର ତଦନ୍ତ ଆରମ୍ଭ ହେଇଥିବା ସଦର ଏସଡିପିଓ ନରେଶ ପ୍ରଧାନ ସୂଚନା ଦେଇଛନ୍ତି।



