ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ ସିଂହ ଏଆଇଏମଆଇଏମ ନେତା ଅସଉଦ୍ଦିନ ଓୱେସିଙ୍କ ବିଷୟରେ ବୟାନ ଦେବା ପରେ ଏକ ରାଜନୈତିକ ବୟାନବାଜି ସୃଷ୍ଟି ହୋଇଛି । ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ବ୍ରିଜଭୂଷଣ ଶରଣ ସିଂ କହିଛନ୍ତି ଯେ, ଅସଉଦ୍ଦିନ ଙ୍କ ପୂର୍ବପୁରୁଷମାନେ ହିନ୍ଦୁ। ସେମାନେ ଏକ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ।ଏହାକୁ ନେଇ ସୋସିଆଲ ମିଡିଆରେ ଏକ ବିବାଦ ଦେଖାଦେଇଛି। କିଛି ଲୋକ ବ୍ରିଜଭୂଷଣ ଶରଣ ସିଂହଙ୍କୁ ସମର୍ଥନ କରୁଥିବା ବେଳେ ଅନ୍ୟମାନେ ଏହି ମନ୍ତବ୍ୟକୁ ବିରୋଧ କରୁଛନ୍ତି । ନିଜ ବକ୍ତବ୍ୟରେ, ବ୍ରିଜଭୂଷଣ ଶରଣ ସିଂହ ବନ୍ଦେ ମାତରମ୍ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ। ସେ ପଚାରିଛନ୍ତି,ଯଦି ବନ୍ଦେ ମାତରମ୍ ଭାରତରେ ନୁହେଁ, ତେବେ କ’ଣ ଏହା ପାକିସ୍ତାନରେ ଗାଇବ କି ବୋଲି କହି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି କଂଗ୍ରେସ ଜାଣିଶୁଣି ଦେଶକୁ ସେହି ପ୍ରସଙ୍ଗଗୁଡ଼ିକରୁ ବିଚ୍ୟୁତ କରିଛି ଯାହା ଦଳର ପତନର କାରଣ ହୋଇଛି। ବନ୍ଦେ ମାତରମ୍ ସ୍ୱାଧୀନତା ସଂଗ୍ରାମର ମୂଳଦୁଆ ଥିଲା, ଯେଉଁଥିରେ ବହୁ ସଂଖ୍ୟକ ମୁସଲମାନ ମଧ୍ୟ ସାମିଲ ଥିଲେ। ସେ କହିଛନ୍ତି ଯେ, ଜିନ୍ନାଙ୍କ ବ୍ୟତୀତ ଆଉ କାହାରି ବନ୍ଦେ ମାତରମ୍ ଉପରେ ଆପତ୍ତି ନଥିଲା। ସେ ବ୍ରିଟିଶମାନଙ୍କୁ ଧର୍ମ ଆଧାରରେ ଭାରତକୁ ବିଭାଜିତ କରିବାର ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ଭାରତରେ ରହିଥିବା ୮୦ ପ୍ରତିଶତ ମୁସଲମାନ ଧର୍ମାନ୍ତିରତ ହୋଇଥିବା ଦାବୀ କରିଛନ୍ତି ।



