www.samajalive.in
Sunday, December 7, 2025
26.1 C
Bhubaneswar

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ ସ୍ଥିତିରେ ପହଞ୍ଚିଲାଣି ବୋଲି ଅଭିଯୋଗ ଆଣି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କ୍ଷୋଭ ପ୍ରକାଶ କରିବା ସହ ଏହା ଉପରେ ଉପ ମୁଖ୍ୟମନ୍ତ୍ରୀ ବିବୃତ୍ତି ରଖିବା ପାଇଁ ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି ଦାବି କରିଥିଲେ। ଶନିବାର ଗୃହର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଶ୍ରୀମତୀ ମଲ୍ଲିକ କହିଲେ, ରାଉରକେଲାର ନାବାଳିକାଙ୍କୁ ନେଇ ରାଜସ୍ଥାନରେ ବିକ୍ରି କରାଯାଇଛି। ସେଠାରେ ସେମାନଙ୍କୁ ନିର୍ଯାତନା ଦିଆଯାଉଛି। ୨୦୨୮-୦୯ରେ କାର୍ଯ୍ୟକାରୀ ହୋଇଥିବା ନିୟମ ଅନୁସାରେ ମହିଳାମାନେ ବାହାରକୁ ଯାଇ କାମ କରିବା ପୂର୍ବରୁ ସ୍ଥାନୀୟ ଅଞ୍ଚଳର ତହସିଲଦାର, ବିଡିଓ, ସିଡିପିଓଙ୍କ ଅନୁମତି ନେବା ଜରୁରୀ, କିନ୍ତୁ ଏହି ନିୟମ କେତେଦୂର ପାଳନ ହୋଇଛି ତାହା ତର୍ଜମା ହେବା ଆବଶ୍ୟକ। ମହିଳା ଚାଲାଣ ରୋକିବା ପାଇଁ କ’ଣ ନିୟମ ରହିଛି ତାହା ସରକାର ଜଣାନ୍ତୁ। ସେ କହିଲେ, କିଛି ଦିନ ପୂର୍ବେ ନୀଳଗିରିର ଏକ ଛାତ୍ରାବାସରେ ଜଣେ ଛୋଟ ପିଲାକୁ ସମ୍ପୃକ୍ତ ଶିକ୍ଷକ ଶିକୁଳିରେ ବାନ୍ଧି ବାହାରକୁ ପଳାଇଥିଲେ। ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ କ’ଣ ନିୟମ ଅଛି ତାହା ଗୃହକୁ ଅବଗତ କରାଯାଉ ବୋଲି ଦର୍ଶାଇ ସେ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ। ଏହା ପରେ ଚଳିତ ଅଧିବେଶନ ଭିତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏ ସମ୍ବନ୍ଧରେ ତର୍ଜମା କରି ଗୃହରେ ବିବୃତି ରଖିବାକୁ ବାଚସ୍ପତି ସୁରମା ପାଢ଼ୀ ନିର୍ଦେଶ ଦେଇଥିଲେ।

Hot this week

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

Related Articles

Popular Categories