ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ମାଲିକ ଅଜୟ ଗୁପ୍ତାକୁ ଗିରଫ କରିଛି ପୁଲିସ । ନାଇଟ୍ କ୍ଲବ୍ ର ୪ ଜଣ ମାଲିକଙ୍କ ମଧ୍ୟରୁ ଜଣକୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ । ଦିଲ୍ଲୀରୁ ଅଜୟକୁ ଠାବ କରାଯିବା ସହ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ତାକୁ କ୍ରାଇମ ବ୍ରାଞ୍ଚ କାର୍ଯ୍ୟାଳୟ ଅଣାଯାଇଛି ।
ଗୋଆର ‘ବିର୍ଚ ବାଏ ରୋମିଓ ଲେନ୍’ ନାଇଟ୍ କ୍ଲବ୍ ରେ ଶନିବାର ବିମବିତ ରାତିରେ ଭୟବହ ଅଗ୍ନିକାଣ୍ଡ ଯୋଗୁଁ ୨୫ ଜଣ ପ୍ରାଣ ହରାଇଥିଲେ । ଘଟଣାରେ ନାଇଟ୍ କ୍ଲବ୍ ର ୪ ଜଣ ସହ-ମାଲିକଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରିଛି ପୁଲିସ । ସହ-ମାଲିକ ଅଜୟ ଗୁପ୍ତାକୁ ଆଜି ଦିଲ୍ଲୀରୁ ଠାବ କରାଯିବା ସହ ଦିଲ୍ଲୀ କ୍ରାଇମ୍ ବ୍ରାଞ୍ଚର ଆଣ୍ଟି ଏକ୍ସଟୋର୍ସନ୍ ଆଣ୍ଡ୍ ଅପହରଣ ସେଲ୍ ଅଣାଯାଇଥିଲା । ଅଜୟ ପ୍ରତିକ୍ରିୟାରେ କହିଛନ୍ତି ଯେ, ସେ କେବଳ ଜଣେ ଅଂଶୀଦାର, ଅଗ୍ନିକାଣ୍ଡ ସମ୍ପର୍କରେ ସେ କିଛି ଜାଣି ନାହାନ୍ତି । ଘଟଣାରେ ଆଉ ଦୁଇ ସହ-ମାଲିକ ସୌରଭ ଲୁଥ୍ରା ଏବଂ ଗୌରବ ଲୁଥ୍ରା ବିଦେଶ ପଳାୟନ କରିଛନ୍ତି । ସେମାନଙ୍କ ବିରୁଦ୍ଧରେ ଏକ ବ୍ଲୁ କର୍ଣ୍ଣର ନୋଟିସ୍ ଜାରି କରାଯାଇଛି । ବିଦେଶରେ ଥାଇ ଉଭୟ ଜାମିନ ପାଇଁ ନିବେଦନ କରିଥିବା ସୂଚନା ମିଳିଛି ।
ଏହି ମାମଲାରେ ଏପର୍ଯ୍ୟନ୍ତ ୬ଜଣ ଗିରଫ ହୋଇଥିବା ପୁଲିସ ମୁଖପାତ୍ର କହିଛନ୍ତି । ସହ-ମାଲିକ ସୌରଭ ଏବଂ ଗୌରବ ଲୁଥ୍ରାଙ୍କ ମାଲିକାନାରେ ଥିବା ଅବୈଧ ଝୁମ୍ପୁଡ଼ି ଭାଙ୍ଗି ଦିଆଯାଇଥିବା ପୁଲିସ ସୂଚନା ଦେଇଛି । ପୂର୍ବରୁ ଅଜୟଙ୍କ ବିରୋଧରେ ଏକ ଏଲଓସି ଜାରି କରାଯାଇଥିଲା । ଗୋଆ ପୋଲିସ ଦଳ ତାଙ୍କୁ ତାଙ୍କ ଦିଲ୍ଲୀ ବାସଭବନରେ ଖୋଜିବା ସମୟରେ ତାଙ୍କୁ ପାଇ ନଥିଲେ । ଆଜି ଦିଲ୍ଲୀରୁ ତାଙ୍କୁ ଠାବ କରିବ ସହ ଗିରଫ କରିଥିଲା ପୁଲିସ । ଗୋଆ ପୋଲିସ ତାଙ୍କୁ ଦିଲ୍ଲୀରେ ପାଇବାରେ ବିଫଳ ହେବା ପରେ ତାଙ୍କ ବିରୁଦ୍ଧରେ ଏକ ଲୁକ୍ ଆଉଟ୍ ସର୍କୁଲାର (ଏଲଓସି) ଜାରି କରାଯାଇଥିଲା । ପରେ ସେ ଲାଜପତ ନଗରର ଏକ ଘରୋଇ ହସ୍ପିଟାଲରେ ମେରୁଦଣ୍ଡ ସମସ୍ୟା ପାଇଁ ଚିକିତ୍ସା ହେଉଥିବା ଜଣାପଡ଼ିଥିଲା । ଡାକ୍ତରୀ କ୍ଲିୟରାନ୍ସ ପରେ ତାଙ୍କୁ ଅଟକ ରଖାଯାଇ ପରବର୍ତ୍ତୀ ପ୍ରକ୍ରିୟା ପାଇଁ କ୍ରାଇମ୍ ବ୍ରାଞ୍ଚ କାର୍ଯ୍ୟାଳୟକୁ ଅଣାଯାଇଥିବ ସୂଚନା ମିଳିଛି ।



