ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା କୁକୁର ଏବଂ ଗାଇକୁ କଲେଜ ପରିସରରେ ପ୍ରବେଶ ରୋକିବାକୁ ସମସ୍ତ ସରକାରୀ ଏବଂ ଅଣସରକାରୀ ସହାୟତାପ୍ରାପ୍ତ ଡିଗ୍ରୀ କଲେଜର ଅଧ୍ୟକ୍ଷ ମାନଙ୍କୁ ଚିଠି ଲେଖିଛି ଉଚ୍ଚ ଶିକ୍ଷା ବିଭାଗ। ସମସ୍ତ କଲେଜ ଗୁଡିକୁ ପାଚେରୀ ଏବଂ ଫାଟକ ସହିତ ସୁରକ୍ଷିତ କରାଯିବ । ଯାହାଦ୍ଵାରା ବୁଲା କୁକୁରଙ୍କ ପ୍ରବେଶକୁ ରୋକାଯାଇପାରିବ। ପଶୁ ମାନଙ୍କ ପ୍ରତି ପ୍ରତିରୋଧକ ଆଚରଣ ଏବଂ କାମୁଡାର ପ୍ରାଥମିକ ଚିକିତ୍ସା ବିଷୟରେ ଛାତ୍ରଛାତ୍ରୀ ଏବଂ କମିଚାରୀ ମାନଙ୍କ ପାଇଁ ସଚେତନତା କ୍ଲାସ୍ କରାଯିବ। ପଶୁ ମାନଙ୍କୁ ଆକର୍ଷିତ କରୁଥିବା ଖାଦ୍ୟ ଉତ୍ସ ଗୁଡିକୁ ଦୂର କରିବା ପାଇଁ ଉପଯୁକ୍ତ ଅପଚୟ ପରିଚାଳନା ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ।
Popular Categories



