ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସହିତ ଅନ୍ୟ ୫ଜଣଙ୍କ ଜାମିନ୍ ରାୟ ସଂରକ୍ଷିତ ରହିଛି । ବିଜେଡି ନେତା ମଦନ ଦଳେଇ, ସହଯୋଗୀ ଶୂନ୍ୟ ଚନ୍ଦ୍ର ଦାସ, ପୂର୍ବତନ ମେୟର ଶିବ ଶଙ୍କର ଦାଶ ଓ ସୁନୀଲ ହୋତାଙ୍କ ଜାମିନ ଆବେଦନ ଶୁଣାଣି ଶେଷ ହୋଇ ରାୟ ସଂରକ୍ଷିତ ରଖିଛିଛନ୍ତି ଜିଲ୍ଲାଦୌରା ଜଜ୍ କୋର୍ଟ । ଆସନ୍ତା ୧୨ତାରିଖରେ ଜାମିନ ଆବେଦନର ଶୁଣାଣି ହେବ । କେସ୍କୁ ଜିଲ୍ଲାଦୌରା ଜଜ୍ କୋର୍ଟରୁ ଏଡିଜେ-୩କୁ ମାମଲା ସ୍ଥାନାନ୍ତରିତ କରାଯାଇଛି । ଏନେଇ ବିକ୍ରମ ପଣ୍ଡାଙ୍କ ଓକିଲ ଦୀପକ ପଟ୍ଟନାୟକ ସୂଚନା ଦେଇଛନ୍ତି । ଅନ୍ୟପଟେ ପୁଲିସ କୋର୍ଟରେ କେସ୍ ଡାଏରୀ ଦାଖଲ କରିଛି । ଗତ ଅକ୍ଟୋବର କୁମାର ପୂ୍ର୍ଣିମା ରାତିରେ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ମାମଲାରେ ପୁଲିସ ବିକ୍ରମ ପଣ୍ଡାଙ୍କ ସହି ୧୬ଜଣଙ୍କୁ ଗିରଫ କରିଛି ।
Popular Categories



