www.samajalive.in
Tuesday, December 9, 2025
26.1 C
Bhubaneswar

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା, ଭତ୍ତା ଓ ପେନସନ୍ ବିଲ-୨୦୨୫ ଗୃହରେ ପାରିତ ହୋଇଛି। ଏହା ପରେ ସେମାନଙ୍କୁ ବର୍ଦ୍ଧିତ ଦରମା ମିଳିବ। ବିଧାୟକମାନେ ପୂର୍ବରୁ ମୂଳ ଦରମା ବାବଦରେ ୪୦ ହଜାର ଟଙ୍କା ପାଉଥିବାବେଳେ ଏଣିକି ତାହାକୁ ୯୬ ହଜାର ଟଙ୍କାଙ୍କୁ ବୃଦ୍ଧି କରାଯାଇଛି। ଏହା ସହିତ ସେମାନଙ୍କୁ ଅନ୍ୟାନ୍ୟ ଭତ୍ତା ମଧ୍ୟ ମିଳିବ।

ବିଧାୟକମାନଙ୍କୁ ନିର୍ବାଚନମଣ୍ଡଳୀ ଓ ଲୋକସେବା ଭବନ ଗସ୍ତ ଖର୍ଚ୍ଚ ଭତ୍ତା ବାବଦକୁ ୨୦ ହଜାର ବଦଳରେ ୭୫ ହଜାର ଟଙ୍କା ମିଳିବ। କମିଟି ବୈଠକ ଭତ୍ତା ୧୫୦୦ ଟଙ୍କା ବଦଳରେ ୩୦୦୦ ପାଇବେ। ରାଜ୍ୟ ବାହାରେ ବୈଠକ ପାଇଁ ଦୈନିକ ୨୦୦୦ ବଦଳରେ ୧୦ ହଜାର ମିଳିବ। ରାଜ୍ୟ ଭିତରେ କାର ଯାତ୍ରା ପାଇଁ କିଲୋମିଟର ପିଛା ୨୫ ଟଙ୍କା ବଦଳରେ ମିଳିବ ୩୫ ଟଙ୍କା। ମାସିକ ଯାନ ବାହନ ଭତ୍ତା ୧୫ ହଜାର ବଦଳରେ ମିଳିବ ୫୦ ହଜାର ଟଙ୍କା। ମାସକୁ ପୁସ୍ତକ କିଣିବା ପାଇଁ ୨୦୦୦ ବଦଳରେ ମିଳିବ ୧୦ ହଜାର, ବିଜୁଳି ବିଲ ପାଇଁ ୫୦୦୦ ବଦଳରେ ୨୦ ହଜାର ଟଙ୍କା, ଚିକିତ୍ସା ଖର୍ଚ୍ଚ ୫୦୦୦ ଟଙ୍କା ବଦଳରେ ୩୫ ହଜାର ମିଳିବ, କ୍ୱାର୍ଟର୍ସ ମିଳି ନ ଥିବା ବିଧାୟକଙ୍କୁ ରହଣି ପାଇଁ ଦିନକୁ ୧୦୦୦ ଟଙ୍କା ବଦଳରେ ମିଳିବ ୨୦୦୦ ଟଙ୍କା। ଗାଡି କିଣିବା ପାଇଁ ୫ ଲକ୍ଷ ଟଙ୍କା ବଦଳରେ ୧୦ ଲକ୍ଷ ଟଙ୍କା ମିଳିବ। ଗାଡ଼ି କିଣା ଖର୍ଚ୍ଚ, କମିଟି ବୈଠକ ଭତ୍ତା, ରାଜ୍ୟ ବାହାର ବୈଠକ ଭତ୍ତା, ରାଜ୍ୟ ଭିତରେ କାର ଯାତ୍ରା ଭତ୍ତାକୁ ବାଦ ଦେଲେ ଅନ୍ୟାନ୍ୟ ଭତ୍ତା ଏବଂ ମୂଳ ଦରମାକୁ ମିଶାଇ ବିଧାୟକମାନେ ମାସିକ ୩ ଲକ୍ଷ ୨୬ ହଜାର ଟଙ୍କା ପାଇବେ।

- Advertisement -

ସେହିପରି ପୂର୍ବତନ ବିଧାୟକମାନେ ପୂର୍ବରୁ ୩୬ ହଜାର ଟଙ୍କା ପାଉଥିଲାବେଳେ ଏବେ ୯୨ ହଜାର ଟଙ୍କା ଦରମା ପାଇବେ।

ବିଧାୟକଙ୍କ ଦରମା ବୃଦ୍ଧିକୁ ସ୍ୱାଗତ କରିଛନ୍ତି କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ରାଜେନ ଏକ୍କା। ବିଜେପି ବିଧାକୟ ଅଗସ୍ତି ବେହେରା କହିଛନ୍ତି, ଦରମା ବୃଦ୍ଧି ଆଜି ନୁହେଁ, ପୂର୍ବତନ ବିଧାୟକ ସହ ବର୍ତ୍ତମାନ ବିଧାୟକଙ୍କ ଦାବି ଥିଲା। ଓଡ଼ିଶା ବିଧାୟକ ବହୁତ କମ ଦରମା ପାଉଥିଲେ ଓ ପୂର୍ବତନ ବିଧାୟକ କମ ପେନସନ ପାଉଥିଲେ। ପେନସନ ବି ବୃଦ୍ଧି ହେଲା। ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ।

Hot this week

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

Related Articles

Popular Categories