www.samajalive.in
Wednesday, December 10, 2025
23.1 C
Bhubaneswar

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର ମାଓ ହମଲା ଉଦ୍ୟମ ପଣ୍ଡ ହୋଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ସିଲକ୍କୀ ସୁଗା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମାଓବାସୀମାନେ ଆଇଇଡି ବିସ୍ଫୋରକ ବିଛାଇଥିଲେ । କିନ୍ତୁ ମାଓବାଦୀଙ୍କ ଯୋଜନାକୁ ବିଏସଏଫ୍ ୧୩୬ ବାଟାଲିୟନ ପଣ୍ଡ କରିଛନ୍ତି । ସିଲକ୍କୀ ସୁଗା ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ନେଇ ଗୁଇନ୍ଦା ସୂଚନା ପରେ ଯବାନମାନେ କମ୍ବିଂ ଅପରେସନ କରିଥିଲେ । ବାଲିଗୁଡା ଥାନା ଅଞ୍ଚଳରୁ ବିପୁଳ ପରିମାଣର ବିଷ୍ଫୋରକ ଜବତ କରାଯାଇଛି। ଜବତ ବିଷ୍ଫୋରକ ମଧ୍ୟରେ ରହିଛି ଜିଲେଟିନ ଷ୍ଟିକ, ଡିଟୋନେଟର,ବ୍ୟାଟେରୀ, ବିଦ୍ୟୁତ ତାର, ସୋଲାର ପ୍ଲେଟ ଓ ଅନ୍ୟାନ୍ୟ ସାମଗ୍ରୀ। ବିସ୍ଫୋରକ ଜବତ ପରେ ଅପରେସନ ଜୋରଦାର କରାଯାଇଛି ।

Hot this week

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

Related Articles

Popular Categories