www.samajalive.in
Wednesday, December 10, 2025
23.1 C
Bhubaneswar

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ ବାହାରି ଆସୁଛି କି “ଜେଲ ଅଛି ତ ବେଲ୍‌‌ ଅଛି”। ଏହାର ଅର୍ଥ ସେମାନେ ଭଲଭାବେ ଆମ୍ଭ ସମ୍ବିଧାନକୁ ପୁଙ୍ଖାନୁପୁଙ୍ଖ ତର୍ଜମା କରି ଜାଣି ପାରିଛନ୍ତି କି, ଯଦି ଯେତେ ପ୍ରକାର ଅସାମାଜିକ କାର୍ଯ୍ୟକରି ସେମାନଙ୍କୁ ଜେଲ୍‌‌ ଭୋଗିବାକୁ ପଡେ ତା‌େ‌ହଲେ ଏହି ଜେଲ୍‌‌ ସେମାନଙ୍କ ପାଇଁ ଚିରସ୍ଥାୟୀ ନୁହେଁ। ଏହା ମାତ୍ର କିଛି ସମୟ ପାଇଁ ଏବଂ ଏହା ପରେ ସେମାନଙ୍କୁ ବେଲ୍‌‌ ମିଳିଯିବା ସୁନିଶ୍ଚିତ। ଏଣୁ ଏମାନଙ୍କ ଭାଷାରେ ଉପରୋକ୍ତ ରୂଢି ଶବ୍ଦ ଯଥାର୍ଥ ଅର୍ଥାତ୍‌‌ “ଜେଲ ଅଛି ତ ବେଲ୍‌‌ ଅଛି”। ତେଣୁ ଏହି ଅସାମାଜିକ ଲୋକଙ୍କ ପାଇଁ ଜେଲ କିଛି ବଡ କଥା ନୁହେଁ। ଏମାନେ ବେଲ୍‌‌ରେ ଆସିବା ପରେ ସେମାନେ ସୁଧିରିବା ପରିବ‌େ‌ର୍ତ୍ତ ତାଙ୍କର ଅସାମାଜିକ କାର୍ଯ୍ୟକଳାପକୁ ଆହୁରି ଦ୍ୱିଗୁଣିତ କରିଦିଅନ୍ତି। ଚାରି ଦଉଡିକଟା ହୋଇ ଭୟଙ୍କର କାର୍ଯ୍ୟମାନ କରିବା ସହ ସେମାନଙ୍କ ବିରୋଧରେ ସାକ୍ଷୀ ପ୍ରମାଣ ନଷ୍ଟ କରିବାକୁ ସରଳ ନିରୀହ ଲୋକଙ୍କୁ ଆହୁରି ଅତ୍ୟଚାର କରନ୍ତି। ଚଳଚ୍ଚିତ୍ରର ସଂଳାପ ପରି “ତାରିଖ ପେ ତାରିଖ” ପରେ ସାକ୍ଷୀ ପ୍ରମାଣ ଅଭାବରୁ ନିର୍ଦ୍ବନ୍ଦ୍ବରେ ଖଲାସ ହୁଅନ୍ତି। ଏହା ପରେ ବିଭିନ୍ନ ରାଜନୈତିକ ସଂଘରେ ସାମିଲ୍‌‌ ହୋଇ ନିଜକୁ ନିର୍ଦୋଷ କହିବା ସହା ଚାରିଦଉଡିକଟା ହୋଇଯା’ନ୍ତି।
ଏହିପରି ଲୋକଙ୍କର ଆଜିକାଲି ଅନେକ ଯୁବପିଢି ସେମାନଙ୍କର ପ୍ରଶଂସକ ହୋଇଯାଆନ୍ତି। ଏମାନେ କୌଣସି ଅସାମାଜିକ କାର୍ଯ୍ୟ କରିବା ପାଇଁ ଭୟ କରନ୍ତି ନାହିଁ। କାରଣ ପ୍ରତ୍ୟକ୍ଷଭାବେ ଏମାନେ ଅନୁଭବ କରିପାରନ୍ତି କି “ଜେଲ ଅଛି ତ ବେଲ୍‌‌ ଅଛି”। କିଛି ଯୁବପିଢି ଅସାମାଜିକ କାର୍ଯ୍ୟ କରିବା ସେମାନଙ୍କର ଜୀବିକା କରି ଦିଅନ୍ତି। ଏଥିରେ କାର୍ଯ୍ୟକରି ସେମାନ ସୁପାରିନେଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରନ୍ତି। ଏହିପରି ଭାବେ ଆଜିର ସମାଜ ଏହାର ପଥଭ୍ରଷ୍ଟ। ଧୀରେଧୀରେ ଏହି ଅସାମାଜିକ ବ୍ୟକ୍ତି ସମାଜରେ ଉଚ୍ଚ ଆସନରେ ନିଜର ଅଭିଳାଷ ଜାହିର କରନ୍ତି। ଏବେ ଏ ସମୟ ଉପନୀତ, କିଛି ପୁରୁଣା ତଥା ବୟସ୍କ ଲୋକ ପରୋକ୍ଷରେ ମାଳିକା କଥା ଠିକ ହେଲା ବୋଲି କହିଥାନ୍ତି।
ଅର୍ଥାତ୍‌‌ ଏମାନଙ୍କ ମତରେ “ଅଜ୍ଞାନୀ ବସିବେ ମଞ୍ଚରେ ଜ୍ଞାନୀ ମାରିବେ ତାଳି”। ସମୟ ପାଖେଇ ଆସିଲାଣି ଏବେଠାରୁ ଏ ବିଷୟରେ ନ୍ୟାୟିକ ବ୍ୟବସ୍ଥାର ତର୍ଜମା କରିବାର ଅଛି। ଏହି କାରଣରୁ ନିର୍ଭୟ ଗଣ ଦୁଃଷ୍କର୍ମ ପରି ବଡ ବଡ ଅପରାଧମାନ ଘଟାଇବାକୁ ଏମାନେ ପଛାଉନାହାନ୍ତି। ଏହି ଅସାମାଜିକ ଲୋକଙ୍କ ପାଇଁ ଏପରି ବ୍ୟବସ୍ଥା ହେବା ଦରକାର ଯେପରି ପୁରୁଣା ଡାଇଲଗ୍‌‌ “ଜେଲ୍‌‌ ଅଛି ତ ବେଲ୍‌‌ ଅଛି” ସମ୍ପୂର୍ଣ୍ଣ ପାସୋରିଯାଇ ମନେରଖିବେ ଯେ “ଜେଲ ଅଛି ତ ସୁଧାର ଅଛି ”। ଏହାପାଇଁ ନୂଆ ଆଇନ ପ୍ରଣୟନ ଅତ୍ୟନ୍ତ ଜରୁରୀ ନଚେତ୍‌‌ ଆଗାମୀ ଦିନରେ ଏକ ବିଶୃଙ୍ଖଳିତ ସମାଜ ଦେଖିବାକୁ ପଡ଼ିପାରେ। ନେଡିଗୁଡ କହୁଣିକୁ ବୋହିଯିବା ପରେ ଆଉ କିଛି ଉପାୟ ନଥିବ।
କିଛିଦିନ ପୂର୍ବେ ଜେଲ୍‌‌ ଫେରନ୍ତା ଅପରାଧୀ ବେଲ୍‌‌ରେ ଆସିବା ପରେ ତାର ଠିକ୍‌‌ ପରଦିନ ବୀଭତ୍ସଭାବେ ହତ୍ୟାକରିଥିବାର ସମ୍ବାଦ ଶୁଣିବାକୁ ମିଳୁଛି। ପ୍ରତିଦିନ ଖବର କାଗଜ ଓଲଟାଇଲେ ଅପରାଧୀମାନଙ୍କ କାର୍ଯ୍ୟକଳାପ ପଢ଼ିବାକୁ ମିଳିଛି। ଏହା ଚିରନ୍ତନ ସତ୍ୟ ଯେ ଜେଲ୍‌‌ରୁ ଫେରିଲା ପରେ ସେମାନେ ଯେପରି ସେଠାରୁ କୁଖ୍ୟାତ ଅପରାଧୀର ସାର୍ଟିଫିକେଟ୍‌‌ ନେଇ ଫେରୁଛନ୍ତି ଏବଂ ଅପରାଧିକ କାର୍ଯ୍ୟକଳାପରେ ସମ୍ପୂର୍ଣ୍ଣ ଲିପ୍ତ ରହୁଛନ୍ତି। ଏମାନଙ୍କଠାରୁ ସାଧାରଣ ଲୋକ ଭୟଭୀତ ହୋଇ ଘରେ ଲୁଚିକରି ରହୁଛନ୍ତି। ଏହି ନିକଟ ଅତୀତରେ ପେହେଲଗାମରେ ହିନ୍ଦୁ ନିରୀହ ପର୍ଯ୍ୟଟକମାନଙ୍କୁ ଯେପରି ସର୍ବସାଧାରଣରେ ଜାତିଗୋତ୍ର ପଚାରି ହତ୍ୟା କରାଗଲା ଏହା କାହାରିକୁ ଆଉ ଅଛପା ନାହିଁ। ମାତ୍ର ଏହାକୁ ପୁଙ୍ଖାନୁପୁଙ୍ଖ ଆଲୋଚନା କଲେ ଜଣାପଡ଼େ ଏହି ହତ୍ୟାକାଣ୍ଡର ମୂଳ ହେଉଛନ୍ତି ସେଇ ଜେଲ ଫେରନ୍ତା ବେଲ୍‌‌ରେ ଆସିଥିବା ଅସମାଜିକ ଲୋକଙ୍କ କାର୍ଯ୍ୟ ତଥା ଷଡଯନ୍ତ୍ର ଥିଲା। ଯେଉଁ ସନ୍ତ୍ରାସବାଦୀମାନେ ଏହି ବର୍ବର କାଣ୍ଡ ଭିଆଇଲେ ସେମାନଙ୍କୁ ଏହି ଚାରିଜଣ ଜେଲ ଫେରନ୍ତା ବେଲ୍‌‌ରେ ଆସି ସହଯୋଗ କରିଥିଲେ।
ପ୍ରାୟ ୪ମାସ ତଳେ ଏହି ୪ଜଣ ସହଯୋଗୀଙ୍କୁ ପୁଲିସ୍‌‌ ଆରେଷ୍ଟ୍‌‌ କରି ଜେଲକୁ ପଠାଇଥିଲେ। ମାତ୍ର ଏମାନେ ଜେଲ୍‌‌ରେ ରହି ଷଡଯନ୍ତ୍ର କରିଥିଲେ। ଏମାନେ ଆମ ନ୍ୟାୟ ବ୍ୟବସ୍ଥାକୁ ତର୍ଜମା କରି ଜାଣିଛନ୍ତି କି, “ଜେଲ ଅଛି ତ ବେଲ୍‌‌ ଅଛି’’ ତେଣୁ ସେମାନଙ୍କ ମନରେ ସାମାନ୍ୟତମ ଭୟ ରହୁନାହିଁ। ସେମାନେ ଜାଣିଛନ୍ତି ଯଦି ଆମେ ପୁଣି ଜେଲକୁ ଆସିବା ତେବେ ତା ପାଇଁ ବେଲ୍‌‌ର ବ୍ୟବସ୍ଥା ତଥା ପାରୋଲ୍‌‌ରେ ଫେରିବା ତଥା ଅନେକ ପ୍ରକାର ଗଳାବାଟ ଅଛି ପୁଣି ଫେରି ଆସିବାକୁ। କଥାରେ ଅଛି “ଆପଣା ସୁନା ତ ଭେଣ୍ଡି, ପରସାଙ୍ଗେ ଚୁଟି ଧରାଧରି ”। ଏବେଠାରୁ ନ୍ୟାୟିକ ବ୍ୟବସ୍ଥାର ସଂଶୋଧନ ହେବାର ଅଛି। ଯେପରି ନିରୀହ ଜନତା ଶାନ୍ତିରେ ଟିକେ ନିଃଶ୍ୱାସ ମାରିପାରିବେ। ସେମାନଙ୍କ ମୁହଁରୁ ଏହି ଶବ୍ଦ “ଜେଲ୍‌‌ ଅଛି ତ ବେଲ୍‌‌ ଅଛି’’ ପାସୋରି ଯାଆନ୍ତା ଏବଂ ସାଧାରଣ ଲୋକ କହନ୍ତେ “କାରାଗର ଅଛି ତ ସୁଧାର ଅଛି”।
ପ୍ରଦୀପ ଚନ୍ଦ୍ର ପଣ୍ଡା, ବଡ଼ଝରିଲୋ, କଟକ

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories