www.samajalive.in
Wednesday, December 10, 2025
23.1 C
Bhubaneswar

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି କରାଯାଇଛି। ଆସନ୍ତାକାଲି ୧୨ଟା ଯାଏଁ ଇଣ୍ଟରନେଟ୍ କଟକଣାକୁ ବଢାଯାଇଛି। ଅପ୍ରୀତିକର ପରିସ୍ଥିିତିକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। ଡିଜିପି ଆଜି ପୁଣିଥରେ ଏମ୍‌ଭି-୨୬ ଓ ରାଖେଲଗୁଡା ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ସେପଟେ ଆଜି ମାଲାକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ନାମକୋଣ୍ଡା ନଦୀ ଘାଟ ଠାରେ ପାଣିରେ ଭାସୁଥିବା ଏକ କଟା ମୁଣ୍ଡ ଉଦ୍ଧାର କରାଯାଇଛି। ନାମକୋଣ୍ଡା ଗାଁର କିଛି ମହିଳା ନଦୀ ଘାଟ କୁ ଗାଧୋଇବାକୁ ଯାଇଥିବାବେଳେ ମୁଣ୍ଡ ଟି ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ । ପରେ ଗାଁରେ ପ୍ରଘଟ ହେବା ପରେ କାଲିମେଳା ପୁଲିସକୁ ଖବର ଦିଆଯାଇଥିଲା। ଉଦ୍ଧାର ହୋଇଥିବା ମୁଣ୍ଡ ଟି କୌଣସି ମହିଳାଙ୍କର ହୋଇଥବା ଜଣାପଡିଛି। କଟା ମୁଣ୍ଡ ଟି ପାଣିରେ ପଡି ଗଳିତ ହେବା ସହ ଖପୁରି ଦେଖାଯାଉଛି। ମୁଣ୍ଡ ଉପରେ ଲମ୍ବା ଚୁଟି ରହିଥିବା ବେଳେ ନାକରେ ରିଙ୍ଗ ରହିଥିବା ଦେଖିବାକୁ ମିଳିଛି।

- Advertisement -

ତେବେ ଗତ ଡିସେମ୍ବର ୪ ତାରିଖରେ ମାଲକାନଗିରି ଜିଲ୍ଲା କୋରକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀ କୂଳରେ ଥିବା ଡୁଡାମେଟଲା ନିକଟରୁ ନିକଟସ୍ଥ ରାଖେଲଗୁଡା ଗାଁ ଲାକେ ପଡିଆମି ନାମକ ଜଣେ ବିଧବା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର କରାଯାଇଥିଲା। ପୁଲିସ୍‌ ମୃତଦେହ ଉଦ୍ଧାର କରିଥିଲେ ମଧ୍ୟ ମହିଳାଙ୍କ ମୁଣ୍ଡ ମିଳିନଥିଲା। ଏହାକୁ ନେଇ ପରିବାର ଲୋକେ ମୁଣ୍ଡ ନ ମିଳିବା ପର୍ଯ୍ୟନ୍ତ ଶବ ସତ୍କାର କରିବେ ନାହିଁ ବୋଲି ଅଡି ବସିଥିଲେ। ପୁଲିସ୍‌ ଏବଂ କୋରାପୁଟ ରୁ ଓଡ୍ରାଫ ଟିମ ଗତ ୫ ଦିନ ଧରି ଡୁଡାମେଟଲା ସ୍ଥିତ ପୋଟେରୁ ନଦୀରେ ପାଣି ଶୁଖାଇ ମୁଣ୍ଡ ଖୋଜିବା ପକ୍ରିୟା ଆରମ୍ଭ କରିଥିଲା ।

Hot this week

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

Related Articles

Popular Categories