ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ। ଯାହାଫଳରେ ଛାତ୍ରୀ ଚେତାଶୂନ୍ୟ ହେବାରୁ ଡାକ୍ତରଖାନାରେ ଭର୍ତ୍ତି ହେଲେ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି କଟକ ଜିଲା ଆଠଗଡ଼ କଖଡ଼ି ଉଚ୍ଚ ବିଦ୍ୟାଳୟରୁ। ସ୍କୁଲକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରାଯାଇଥିବାବେଳେ ଶିକ୍ଷୟିତ୍ରୀଙ୍କ ଏପରି ମାନସିକତାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁସାରେ, ବିଦ୍ୟାଳୟର ଜଣେ ୯ମ ଶ୍ରେଣୀ ଛାତ୍ରୀ ହୋମୱାର୍କ ନ କରି ସ୍କୁଲ ଆସିଥିଲେ। ଏହି କାରଣରୁ ଶିକ୍ଷୟିତ୍ରୀ ଜଣକ ତାଙ୍କୁ ଦଣ୍ଡସ୍ବରୂପ ୨ଶହ ଥର ବସଉଠ କରାଇଥିଲେ। ବସଉଠ୍ ସମୟରେ ଛାତ୍ରୀ ଜଣକ ଚେତାଶୂନ୍ୟ ହୋଇପଡିଥିଲେ। ଏହା ଜାଣିବା ପରେ ପ୍ରଧାନଶିକ୍ଷକ ଓ ଅନ୍ୟ ସହଯୋଗୀ ଶିକ୍ଷକମାନେ ତାଙ୍କୁ ନିକଟ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ଅଧିକ ଚିକିତ୍ସାପାଇଁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ଛାତ୍ରୀଙ୍କ ସ୍ଵାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି। ଉକ୍ତ ଛାତ୍ରୀଙ୍କ ଘର ମହାକାଳପଡା ଅଞ୍ଚଳରେ ବୋଲି ସୂଚନା ମିଳିଛି।



