www.samajalive.in
Thursday, December 11, 2025
27.1 C
Bhubaneswar

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ସହ-ମାଲିକ ସୌରଭ ଏବଂ ଗୌରବ ଲୁଥ୍ରାଙ୍କୁ ଥାଇଲ୍ୟାଣ୍ଡରେ ଅଟକ ରଖାଯାଇଛି । ପୂର୍ବରୁ ଉଭୟଙ୍କ ବିରୁଦ୍ଧରେ ଇଣ୍ଟରପୋଲ୍ ବ୍ଲୁ କର୍ଣ୍ଣର ନୋଟିସ୍ ଜାରି କରାଯାଇଥିଲା । ଆଜି  ସେମାନଙ୍କୁ ଭାରତ ସରକାରଙ୍କ ଅନୁରୋଧରେ ଥାଇଲାଣ୍ଡ ଗୋଆ ପୁଲିସ ଅଟକ ରଖିଛି ।

ପ୍ରକାଶ ଥାଉକି ଗତ ଶନିବାର ଉତ୍ତର ଗୋଆର ଆରପୋରାରେ ଥିବା ନାଇଟ୍ କ୍ଲବ୍ ‘ବିର୍ଚ ବାଇ ରୋମିଓ ଲେନ୍’ରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୨୫ ଜଣଙ୍କର ମୃତ୍ୟୁ ହୋଇଥିଲା । ଘଟଣାରେ ନାଇଟ୍ କ୍ଲବ୍ ର ସହ ମାଲିକ ଅଜୟ ଗୁପ୍ତଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି । ଘଟଣାର ପରଦିନ ନାଇଟ୍ କ୍ଲବ୍ ସହ-ମାଲିକ ଲୁଥ୍ରା ଭ୍ରାତା ଥାଇଲାଣ୍ଡ ପଳାୟନ କରିଥିଲେ । ପରେ ଉଭୟଙ୍କ ବିରୁଦ୍ଧରେ ଇଣ୍ଟରପୋଲ୍ ବ୍ଲୁ କର୍ଣ୍ଣର ନୋଟିସ୍ ଜାରି କରାଯାଇଥିଲା । ଆଜି ସେମାନଙ୍କୁ ଭାରତ ସରକାରଙ୍କ ଅନୁରୋଧରେ ଥାଇଲାଣ୍ଡରେ ଅଟକ ରଖାଯାଇଛି । ପୁଲିସ ଅଧିକାରୀ ମାନେ ସୂଚନା ଦେଇଛନ୍ତି, ଯେ ଉଭୟ ଅଭିଯୁକ୍ତଙ୍କୁ ଥାଇଲ୍ୟାଣ୍ଡର ଫୁକେଟ୍ ଠାରେ ଅଟକ ରଖାଯାଇଛି ଏବଂ ସେମାନଙ୍କୁ ଖୁବଶୀଘ୍ର ଭାରତ ଆଣିବା ପାଇଁ ପ୍ରକ୍ରିୟା ଚାଲିଛି । ପୁଲିସ ସୂଚନା ଅନୁସାରେ, ସବୁଠୁ ଘୃଣ୍ୟ କମ କରିଛନ୍ତି ଉଭୟ ଲୁଥ୍ରା ଭ୍ରାତା । ଯେତେବେଳେ ପୁଲିସ ଓ ପ୍ରଶାସନ ନିଆଁ ଲିଭାଇବା ଏବଂ କର୍ମଚାରୀମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଥିଲେ, ସେହି ସମୟରେ ବିମାନ ଯୋଗେ ଦୁଇଜଣ ଭାରତ ଛାଡିଥିଲେ । ଗୋଆ ପୁଲିସ ସେମାନଙ୍କ ବିରୁଦ୍ଧରେ ବ୍ଲୁ କର୍ଣ୍ଣର ନୋଟିସ ଜାରି କରିବା ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ସହିତ ଯୋଗାଯୋଗ କରିଥିଲା ।

Hot this week

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

Related Articles

Popular Categories