www.samajalive.in
Thursday, December 11, 2025
23.1 C
Bhubaneswar

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା। ମଧ୍ୟରାତ୍ର ୧୨ଟା ଯାଏଁ ଏହି କଟକଣା ବଳବତ୍ତର ରହିବ। ଏମ୍‌ଭି ୨୬ ଓ ରାଖେଲଗୁଡା ଗାଁ ମଧ୍ୟରେ ବିବାଦକୁ ନେଇ କଟକଣା ବୃଦ୍ଧି କରାଯାଇଛି। ସେପଟେ ଆଜି ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ସ୍ୱତନ୍ତ୍ର ବିମାନ ଯୋଗେ ମାଲକାନଗିରି ବିମାନ ବନ୍ଦରରେ ଅବତରଣ କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ ଚାଲିଛି। ଏମଭି ୨୬ ଓ ରାଖଲଗୁଡା ଗାଁରେ ହୋଇଥିବା ଅଶାନ୍ତ କର ସ୍ଥିତି କୁ ନେଇ ସମୀକ୍ଷା କରୁଛନ୍ତି।

ଲାକେ ପୋଡ଼ିଆମୀଙ୍କ ମୁଣ୍ଡବିହୀନ ମୃତଦେହ ମିଳିବାକୁ ନେଇ ରାଖେଲଗୁଡ଼ା ଓ ଏମ୍‌ଭି-୨୬ ଗାଁ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ହ୍ରାସ ସହ ଶାନ୍ତି ଫେରିବାରେ ଲାଗିଛି। ବୁଧବାର ଜିଲାପାଳଙ୍କ ଅଧ୍ୟକ୍ଷତାରେ ଶାନ୍ତି ବୈଠକ ଅନୁଷ୍ଠିତ ହୋଇଥିଲା। ଏମଭି-୨୬ ଗାଁକୁ କିଛି ବଙ୍ଗାଳି ସମ୍ପ୍ରଦାୟ ଲୋକ ଫେରିଛନ୍ତି। ନିଆଁ ଲିଭିବା ପରେ ଲୋକେ ପାଉଁଶ ଭିତରୁ ନିଜର ଉଜୁଡ଼ି ଯାଇଥିବା ସଂସାରକୁ ପୁଣି ଥରେ ସଜାଡ଼ିବାକୁ ଚେଷ୍ଟା କରୁଛନ୍ତି। ଲୋକଙ୍କୁ ରହିବା ଲାଗି ଜାଗା ନ ଥିବା ବେଳେ ଖାଇବାକୁ ମଧ୍ୟ ନାହିଁ। କିଏ ଝିଅ ବାହାଘର ପାଇଁ ତ’ ଆଉ କିଏ ଧାନ ବିକ୍ରି କରି ଟଙ୍କା ରଖିଥିଲେ।

- Advertisement -

ଏହାସହ ଲୋକଙ୍କ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ପାଉଁଶ ହୋଇଛି। ଜିଲା ପ୍ରଶାସନ କ୍ଷୟକ୍ଷତି ଆକଳନ କରୁଛି। ସେମାନଙ୍କୁ ରନ୍ଧାଖାଦ୍ୟ ସହ ଶୀତବସ୍ତ୍ର ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଗାଁରେ ସବୁ କିଛି ପୋଡ଼ି ଛାରଖାର ହୋଇଯାଇଛି। ଶତାଧିକ ଘର ନିଆଁରେ ପୋଡ଼ି ପାଉଁଶ ହେବା ପରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି, ଜିଲା ପ୍ରଶାସନ ପକ୍ଷରୁ ସ୍ଥିତି ଅନୁଧ୍ୟାନ କରାଯାଇଛି। ଲୋକଙ୍କ ଘର ଭିତରୁ ଅଫୁଟା ବିସ୍ଫୋରକ ସାମଗ୍ରୀ ବାହାରିଥିବା ସୂଚନା ମିଳିଛି। ବିସ୍ଫୋରକ ସାମଗ୍ରୀ ମିଳିବା ପରେ ବାହାର ଲୋକଙ୍କ ସମ୍ପୃକ୍ତି ସନ୍ଦେହ କରାଯାଉଛି। ମାଲକାନଗିରି ପୁଲିସ ସବୁଦିଗରୁ ତଦନ୍ତ କରୁଛି। ଏମଭି-୨୬ ଗାଁ ଚାରିପଟେ ୨୦ କମ୍ପାନୀ ସିଆର୍‌ପିଏଫ୍‌ ଯବାନ ମୁତୟନ କରାଯାଇଛି।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

Related Articles

Popular Categories